ମନରେ ଖରାପ ଓ ଅଶ୍ଳୀଳ ବିଚାର ଆସୁଥିଲେ କଣ କରିବେ ? ନିଶ୍ଚୟ ଥରେ ଶୁଣି ନିଅନ୍ତୁ ଏହି କାହାଣୀ ! (Life Changing Motivations)

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ର ଯୁଗରେ ଲୋକ ମାନଙ୍କ ମନରେ ଖରାପ ଚିନ୍ତାଧାରା, ଅଶ୍ଳୀଳତା ଭରି ରହୁଛି ସେମାନେ ଏହା ଛଡା ଆଉ କୌଣସି ବିଷୟ କୁ ଗୁରୁତ୍ୱ ମଧ୍ୟ ଦେଉ ନାହାନ୍ତି । ତେବେ ଏହା ଦ୍ୱାରା ସେମାନଙ୍କ ମାନସିକ ଚିନ୍ତାଧାରା ମଧ୍ୟ ଖରାପ ହେବାରେ ଲାଗିଛି । ତେବେ ସେହି ଭଳି ଭାବରେ କିଛି ଯୁବକ ମାନେ ନିଜର ଏହି ଅଶ୍ଳୀଳ ଏବଂ ଖରାପ ଚିନ୍ତାଧାରା କୁ ଦୁର କରିବା ପାଇଁ ବୁଦ୍ଧ ଙ୍କ ପାଖକୁ ଯାଇଥିଲେ ।


ତେବେ ଏହି ସମସ୍ତ କଥା ଶୁଣି ବୁଦ୍ଧ ତାଙ୍କୁ ଏକ କାହାଣୀ କହିଥିଲେ ତେବେ ଆସନ୍ତୁ ସେହି କାହାଣୀ ବିଷୟ ରେ ଆଲୋଚନା କରି ନେବା । ତେବେ ବୁଦ୍ଧ ଙ୍କ ପାଖକୁ ତିନି ଜଣ ନୂତନ ଶିଷ୍ୟ ଆସିଲେ ତେବେ ସେ ବୁଦ୍ଧ ଙ୍କ ପାଖରେ ରହି ଜ୍ଞାନ ଆହରଣ କରିବା ପାଇଁ ସେମାନେ ଆସିଥିଲେ । ତେବେ ବୁଦ୍ଧ ସେମାନଙ୍କୁ ଲକ୍ଷ୍ୟ କଲେ ଏବଂ ଦେଖିଲେ କି ସେମାନଙ୍କ ର ଜ୍ଞାନ ଆହରଣ ରେ ମୋଟ ରୁ ଧ୍ୟାନ ନଥିଲା । ସେମାନେ ଅନ୍ୟ କୌଣସି କଥାରେ ମଗ୍ନ ଥିଲେ ।

ତେବେ ଦିନେ ବୁଦ୍ଧ ଦେବ ନିଜର ପୁରୁଣା ଶିଷ୍ୟ ଏବଂ ନୂଆ ଶିଷ୍ୟ ଙ୍କୁ ଡାକିଲେ ଏବଂ କିଛି ମଞ୍ଜି ଦେଲେ ଏବଂ କହିଲେ କି ଏହି ମଞ୍ଜି କୁ ନେଇ ଦୁର ଜଙ୍ଗଲରେ ପୋତିବ ଏବଂ ପାଣି ଦେଇ ତାର ରକ୍ଷଣାବେକ୍ଷଣ କରିବ ଏବଂ ଫଳ ହେଲେ ସେହି ଫଳ କୁ ଭକ୍ଷଣ କରିବ ଏବଂ ମୋ ପାଖକୁ ଫଳ ହେବାର ସାତ ଦିନ ପରେ ଆସି ନିଜର ଅନୁଭୂତି କହିବ ।


ତେବେ ସବୁ ଶିଷ୍ୟ ସେହିପରି ଭାବରେ କଲେ । ତେବେ କିଛି ମାସ ପରେ ଫଳ ଆସିଲା ସେତେବେଳେ ବୁଦ୍ଧ ସେମାନଙ୍କୁ ଆସିବା ପାଇଁ ମନା କରିଦେଲେ ତେବେ ଦୁଇଟି ତମ୍ଭୁ ଲାଗିଲା ଗୋଟିଏ ରେ ପୁରୁଣା ଶିଷ୍ୟ ଏବଂ ଦ୍ଵିତୀୟ ରେ ନୂଆ ଶିଷ୍ୟ ରହିଲେ । ତେବେ ସାତ ଦିନ ପରେ ସେମାନେ ଫୁଣି ବୁଦ୍ଧ ଙ୍କ ପାଖକୁ ଆସିଲେ । ତେବେ ପୁରୁଣା ଶିଷ୍ୟ ମାନେ ବହୁତ ଖୁସି ଲାଗୁଥିଲେ ଏବଂ ହୁଷ୍ଟପୁଷ୍ଟ ମଧ୍ୟ ଥିଲେ ।

ତେବେ କିନ୍ତୁ ନୂଆ ଶିଷ୍ୟ ମାନେ ଦୁର୍ବଳ ଏବଂ ରୁଗଣ ଦେଖା ଯାଉଥିଲେ । ତେବେ ବୁଦ୍ଧ ସେମାନଙ୍କୁ ପଚାରିଲେ ତେବେ ପୁରୁଣା ଶିଷ୍ୟ କହିଲା ଆମର ବହୁତ ସୁସ୍ୱାଦୁ ଫଳ ହେଲା ଏବଂ ଆମେ ଫଳ ଖାଇଲୁ ଏବଂ ଆପଣଙ୍କ ଜ୍ଞାନ ବିଷୟ ରେ ଆଲୋଚନା କଲୁ ଏବଂ ଖୁସିରେ ରହିଲୁ । ତେବେ ନୂଆ ଶିଷ୍ୟ ମାନେ କହିଲେ ଆମ ଫଳ ବହୁତ କଷା ଥିଲା ଯାହାକୁ ପାଟିରେ ଦେଇ ହବନି । ଏହି ସାତ ଦିନ ନା ଭଲ ରେ ଖାଇଛୁ ନା ଶୋଇଛୁ ।


ତେବେ ବୁଦ୍ଧ ଦେବ କହିଲେ ଏହି କଷା ଫଳ ର ମଞ୍ଜି ମୁଁ ଜାଣିଶୁଣି ଦେଇଥିଲି । ତେବେ ତୁମର ମୁଣ୍ଡ ରେ ବର୍ତ୍ତମାନ ଅଶ୍ଳୀଳ ଏବଂ ଖରାପ ଭାବନା ର ମଞ୍ଜି ରହିଛି ଯାହାକୁ ତୁମେ ଭାବି ଭାବି ବଡ଼ କରୁଛ ଏବଂ ଶେଷ ରେ ସେ ତୁମକୁ ଏକଦମ ବିଷାକ୍ତ ଫଳ ମଧ୍ୟ ଦେବ ତେଣୁ ନିଜ ମନରେ ଏବଂ ମୁଣ୍ଡ ରେ ସବୁବେଳେ ସକରାତ୍ମକ ଏବଂ ଆଧ୍ୟାତ୍ମିକ ଭାବନା ରଖିବା ଆବଶ୍ୟକ ଏହା ଦ୍ୱାରା ଆମ ଭବିଷ୍ୟତ ମଧ୍ୟ ଉଜ୍ଜ୍ୱଳ ହୋଇ ରହିବ ନହେଲେ ଏହି କଷା ଫଳ ପରି ଜୀଵନ ମଧ୍ୟ କଷା ହୋଇଯିବ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *