ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ ଏକ ଏଭଳି ଦୃଶ୍ୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଆପଣ ଜାଣିଲେ ହସି ହସି ଗଡିବା ସହିତ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବେ । ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆ ରେ ଦୃତ ଗତିରେ ଭାଇରାଲ ହେବାକୁ ଲାଗିଛି । ତେବେ ଆସନ୍ତୁ ଏହି ଭିଡିଓ ନେଇ ସଂପୂର୍ଣ୍ଣ ବିବରଣୀ ଜାଣିନେବା । ଏହି ଦୃଶ୍ୟ ରେ ଏକ କୁନି ଝିଅ ଟି ବୁଢୀ ମାଉସୀ ସାଜିଛି । ସେ ବହୁତ ବିଚକ୍ଷଣ ଅଭିନୟ କରିବାର ନଜର ଆସିଛି ।
କ୍ୟାମେରା ରେ କଏଦ କରୁଥିବା ମହିଳା ଝିଅ କୁ ପଚାରୁଛନ୍ତି ଯେ ମାଉସୀ ଗାଧୋଇ ସାରିଲାଣି ? ସେତେବେଳେ ଝିଅ ଟି କହୁଛି ହଁ ଏବେ ଗାଧୋଇ ଆସିଲି ଆଉ । ମହିଳା ପଚାରିଲେ ମଉସା ? ବୁଢୀ ମାଉସୀ ସାଜିଥିବା ଝିଅଟି କହୁଛି ଯେ ଅଫିସ ଯାଇଛନ୍ତି ଆଉ । ମହିଳା ଜଣଙ୍କ ପୁଣି ପଚାରିଲେ ଆଉ ମାଉସୀ ତୁମ ପୁଅ ବୋହୁ କଣ କରୁଛନ୍ତି ?
ବୁଢୀ ମାଉସୀ କହୁଛି ଯେ ସେ ପରା ଖାଲି ଝଗଡା କରୁଛନ୍ତି । ମୋ ଝିଅ ବାହା ହେଇ ଯାଇଛି ଆଉ ମୋ ଜ୍ଵାଇଁ ଅଡିଅମ ସ୍କୁଲ ରେ ଚାକିରି କରିଛନ୍ତି । ପୁଅ ଭଲ ବୋହୁ ଭଲ କିନ୍ତୁ ବୋହୁ କିଛି କାମ କରୁନି ସବୁ କମ ମୁଁ କରୁଛି ସେ ଖାଲି ମୋବାଇଲି ଦେଖୁଛି । ଆଉ ମୁଁ ଚାଉଳ ବାଛୁଛି । ଆମ ଘର ପାଖ ବିନି ଝିଅ ଯେଉଁଠି ପଢୁଛି ମୋ ଜ୍ଵାଇଁ ସେଠାରେ ଚାକିରି କରୁଛି ।
ଆଉ ମଉସା ଅଫିସ ଯାଇଥିଲେ । ଆସିଲେ କହିଲେ ମତେ ମେଡ଼ିସିନୀ ଦେ, ମୁଁ କହିଲି ଖାଇଥିଲା ପା ? ସେ ପୁଣି କହୁଛନ୍ତି ମତେ ଖାଲି ପେଟରେ ମେଡ଼ିସିନୀ ଦେ । ମାତ୍ର ଯଦି ଦେହ ଖରାପ ହେବ ଆହୁରି ମେଡ଼ିସିନୀ ଦେବୀ ସେ ପୁଣି ଭୁଲ ଟାଇମ ରେ ଖାଇବେ କିଏ ଜାଣେ ? ଜ୍ଵାଇଁ ମତେ ଗୋଟେ କାନର ଆଣି ଦେଇଥିଲେ, ସେଟା ଦୁଇଶହ ହଜାର ଟଙ୍କା ପଡିଥିଲା ଆଉ ବହୁତ ସୁନ୍ଦର ହୋଇଥିଲା ।
ବହୁ ଘରକୁ ଆସି କିଛି କାମ କରୁନି ଜୋଊତ ବହୁ ପାଇଛି ଜମା ଭଲ ନୁହେଁ । ତେବେ ବନ୍ଧୁଗଣ କୁନି ଝିଅଟି ବୁଢୀ ମାଉସୀ ସାଜି ଏହିଭଳି ଅଭିନୟ କରିଛି ଯାହାକୁ ଦେଖିଲେ ସତରେ ମନେ ହେଉଛି ଜେଭଳି ବୁଢୀ ମାଉସୀ ଟିଏ ନିଜ ମନ ଆରା କଥା ସବୁ କହୁଛି ।
ତେବେ ଏହି ବିବରଣୀ କୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।