‘ମନ ହେଉଛି Saif ଙ୍କୁ ଛାଡି Arjun Kapoor ଙ୍କୁ କରି ନିଅନ୍ତି ବିବାହ’ Kareena କହିଲେ ନିଜ ହୃଦୟର ରାଜ !

ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିରେ କିଛି କଳାକାର ଅଛନ୍ତି ଯେଉଁ ମାନେ ପରସ୍ପର ସହ ପ୍ରେମ ବିବାହ କରିଛନ୍ତି । ସେହି କଳାକାର ମାନଙ୍କ ମଧ୍ୟରୁ ଗୋଟେ ଯୋଡି ହେଉଛନ୍ତି ସେଫ ଅଲି ଖାନ ଓ କରିନା କପୁର । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଦୁଇଜଣଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଉଭୟ ସେଫ ଓ କରିନା ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଏବଂ ଏହି ଦୁଇଜଣଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି ଏହି କପଲ ।

ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଫ୍ୟାନ୍ସ ମାନେ ବେସ ଅଧିକ ପସନ୍ଦ କରନ୍ତି । ବିବାହର ୯ ବର୍ଷ ପୂରିବା ପରେ ମଧ୍ୟ ସେଫ ଓ କରିନାଙ୍କ ମଧ୍ୟରେ ବହୁତ ଗଭୀର ପ୍ରେମ ରହିଛି ।ହେଲେ ଗୋଟେ ଥର କରିନା କପୁର ଖାନ ନିଜ ମନର କଥା କହି ସମସ୍ତଙ୍କ ହୋସ ଉଡାଇ ଦେଇଥିଲେ । କରିନା କହିଛନ୍ତି ‘ଇଛା ହେଉଛି ସେଫଙ୍କୁ ଛାଡି ଅର୍ଜୁନଙ୍କୁ ବିବାହ କରିଦେବି’ ।

କରିନା ଏଭଳି କହିବାର କାରଣ କଣ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ କରିନାଙ୍କ ପୂର୍ବରୁ ସେଫ ବଲିଉଡ ଅଭିନେତ୍ରୀ ଅମୃତା ସିଂହଙ୍କ ସହ ବିବାହ କରିଥିଲେ ହେଲେ ୨୦୦୪ ମସିହାରେ ଅମୃତାଙ୍କୁ ତଲାକ ଦେଇ କରିନାଙ୍କ ସହ ବିବାହ କରିଥିଲେ । କରିନା ଓ ସେଫଙ୍କ ବିବାହ ୨୦୧୨ରେ ହୋଇଥିଲା ।

ବନ୍ଧୁଗଣ କରିନା ଏକ ଇଣ୍ଟର୍ବ୍ୟୁ ସମୟରେ ଏହି ଆଶ୍ଚର୍ଯ୍ୟ ଜନକ ବୟାନ ଦେଇଥିଲେ । ସେତେବେଳେ ଫିଲ୍ମ ‘କି ଆଣ୍ଡ କା’ ରିଲିଜ ହୋଇଥିଲା । ଏହି ଫିଲ୍ମରେ ଉଭୟ କରିନା ଓ ଅର୍ଜୁନ କପୁର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମରେ ଅର୍ଜୁନ ଓ କରିନାଙ୍କ ଜବରଦସ୍ତ କେମେଷ୍ଟ୍ରିକୁ ଲୋକମାନେ ବେସ ଅଧିକ ପସନ୍ଦ କରିଥିଲେ । ଏହି ଫିଲ୍ମରେ କରିନା ୱାର୍କିଙ୍ଗ ୱେମେନର ଭୂମିକାରେ ନଜର ଆସୁଥିଲେ ଓ ଅର୍ଜୁନ ଏକ ଘରୋଇ ସ୍ଵାମୀର ଭୂମିକାରେ ନଜର ଆସିଥିଲେ ।

କରିନାଙ୍କୁ ତାଙ୍କ ଅନ ସ୍କ୍ରିନ ସ୍ଵାମୀ ଅର୍ଜୁନ କପୁର ଓ ରିଅଲ ଲାଇଫ ସ୍ଵାମୀ ସେଫ ଅଲି ଖାନଙ୍କ ମଧ୍ୟରେ ତୁଳନା କରିବା ପାଇଁ ଇଣ୍ଟର୍ବ୍ୟୁରେ କୁହାଯାଇଥିଲା । ସେହି ସମୟରେ କରିନା କହିଥିଲେ-‘ଅର୍ଜୁନଙ୍କୁ ଫିଲ୍ମରେ ଏତେ କଷ୍ଟ କରିବାର ଦେଖି ମୋତେ ଲାଗିଲା ମୁ ସେଫଙ୍କୁ ଛାଡି ଅର୍ଜୁନଙ୍କ ସହ ବିବାହ କରିଦେବି’ । ଏହା ପରେ କରିନା କହିଥିଲେ, ସେଫ ଓ ଅର୍ଜୁନଙ୍କ ମଧ୍ୟରେ ତୁଳନା କରିହେବ ନାହିଁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *