Mama Mishraଙ୍କ ସହ ବାହାଘରକୁ ନେଇ Siddhanta କଲେ ବଡ ଖୁଲାସା, ଏମିତି ହୋଇଥିଲା ଆମ ବାହାଘର… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶାର ସୁପରଷ୍ଟାର ଜିଏକି ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କର ମନ ମନ୍ତ୍ରମୁଗ୍ଧ କରି ଦେଇଛନ୍ତି ସେ ହେଉଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର । ସିଦ୍ଧାନ୍ତ ମହାପାତ୍ର ଓଡିଆ ସିନେମା ଜଗତରେ ଅନେକ ସୁପରହିଟ୍ ଫିଲ୍ମ ଓଡିଶାଦର୍ଶକଙ୍କୁ ଭେଟି ଦେଇଛନ୍ତି । ଭର୍ସାଟାଇଲ କଳାକାର ସିଦ୍ଧାନ୍ତ ମହାପାତ୍ରଙ୍କ ବ୍ୟକ୍ତିଗତ ଜୀବନୀକୁ ନେଇ ନିଜେ ସିଦ୍ଧାନ୍ତ ମହାପାତ୍ର ଗଣ ମାଧ୍ୟମ ସାମ୍ନାରେ କିଛି କହିଛନ୍ତି । ଯେ ମୁଁ ଫିଲ୍ମ ଲାଇନରେ କାମ କରେ ।

ହେଲେ ଅଭିନୟ ଅଭିନୟ ଜାଗାରେ କିନ୍ତୁ ଆମ ଘରେ ମୁଁ ଯେତିକି ସମୟ ରୁହେ । ସେହି ସମୟ ମୁଁ ମୋ ପରିବାରକୁ ଯଥା ସମୟ ସମୟ ଦେବା ପାଇଁ ଚେଷ୍ଟା କରିଥାଏ । ଘରର ସମସ୍ତ ସଦସ୍ୟଙ୍କ ସହିତ ସମୟ ବିତେଇଥାଏ । ମୋ ଧର୍ମପତ୍ନୀ ମାମା ମିଶ୍ର ଘରକୁ ହାଣ୍ଡେଲ କରିବାରେ ତାଙ୍କର ସମସ୍ତ ଚେଷ୍ଟା କରିଥାନ୍ତି । ବାହାଘର ପରେ ମାମାଙ୍କୁ ଫିଲ୍ମ କରିବାର ବହୁତ ସୁଯୋଗ ମିଳିଛି । ସେ କିନ୍ତୁ ନିଜେ ହିଁ ଫିଲ୍ମ କରିବା ପାଇଁ ମନା କରିଦେଇଥିଲେ ।

ତେବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ନିଜ ବାହାଘରକୁ ନେଇ ମଧ୍ୟ ଏପରି କିଛି ଖୁଲାସା କରି କହିଥିଲେ । ଯେ ମାମାଙ୍କ ସହ ଫିଲ୍ମ କରିବା ପରେ ପରେ ତାଙ୍କ ସହ ମୋର ବନ୍ଧୁତା ବଢିଥିଲା । ସେତେବେଳେ ତ ବ୍ୟକ୍ତିଗତ ଭାବେ ସେପରି ସମସ୍ତଙ୍କ ହାତରେ ଫୋନ ନଥିଲା । ତେଣୁ ମାମାଙ୍କର ଓ ଆଉ ମୋର ଲ୍ୟାଣ୍ଡ ଲାଇନ ଫୋନରେ ଅଳ୍ପ ସମୟ କଥା ହେବାକୁ ସୁଯୋଗ ପାଉଥିଲୁ । ତାପରେ ଏପରି କଥା ହେଉ ହେଉ ମାମା ଆଉ ମୋ ଭିତରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା ।

ତାପରେ ଆମେ ଉଭୟ ସିଧାସଳଖ ଏହି କଥା ଆମ ଘର ଲୋକଙ୍କୁ ଜଣାଇଥିଲୁ । ଘର ଲୋକେ ଆମ ବାହାଘର ପ୍ରସ୍ତାବରେ ରାଜି ହୋଇଯାଇଥିଲେ । ତାପରେ ଯାଇ ଆମ ବାହାଘର ହୋଇଯାଇଥିଲା । ଏହା ସହ ଅଭିବେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି । ଯେ ରଚନା ବାନାର୍ଜୀ ଓ ସିଦ୍ଧାନ୍ତ ମହାପାତ୍ରଙ୍କ ଯୋଡି ପରଦାରେ ବହୁତ ମାତ୍ରାରେ ଲୋକପ୍ରିୟତା ମିଳିଥିଲା ।

ତେଣୁ ଯଦି ଆଗକୁ ରଚନା ନିଜର ବ୍ୟସ୍ତବହୁଳ ସମୟ ମଧ୍ୟରୁ ସମୟ ବାହାର କରିବେ । ପୁଣି ଥରେ ଓଡିଶା ଦର୍ଶକ ସିଦ୍ଧାନ୍ତ ଓ ରଚନାଙ୍କ ଯୋଡିକୁ ବଡ ପରଦାରେ ଦେଖିବାକୁ ପାଇବେ । ତେବେ ଏହିଭଳି ଖବର ପାଇବା  ପାଇଁ ଆମ ପରକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *