ବନ୍ଧୁଗଣ ଆପଣ ମାନେ ସମସ୍ତେ ମାଳିକା ବିଷୟରେ ନିଶ୍ଚୟ ଜାଣିଥିବେ । ମାଳିକାରେ କଳିଯୁଗ ସହ ଜଡିତ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ରହିଛି । ତେବେ ମାଳିକାରେ ଏମିତି ବହୁତ କିଛି ସ୍ଥାନ ରହିଛି ଯାହା ଲୋକଲୋଚନକୁ ଆସି ପାରି ନାହିଁ । ସେହିପରି ଏକ ନୂଆ ଜାଗା ରହିଛି ତାହା ହେଉଛି ଜଗତସିଂହ ପୁରର ବିରିଡି ବ୍ଲକ ଅନ୍ତର୍ଗତ ରତ୍ନଭଟ୍ଟ । ତେବେ ରତ୍ନଭଟ୍ଟର ରହସ୍ୟ କଣ ଓ ରତ୍ନଭଟ୍ଟ ବିଷୟରେ ମାଳିକାରେ କଣ ସବୁ ବର୍ଣ୍ଣିତ ହୋଇଛି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।
ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ମାଳିକା ଅନୁସାରେ ଅଚ୍ୟୁତାନନ୍ଦଙ୍କ ମାଳିକାର ରତ୍ନଭଟ୍ଟ ବିଷୟରେ ଉଲ୍ଲେଖ ରହିଛି । ମାଳିକା ଅନୁସାରେ ଅଚ୍ୟୁତାନନ୍ଦ ଏଠି ଯୋଗ କରିଥିଲେ ତେଣୁ ଏହି ସ୍ଥାନକୁ ରତ୍ନଭଟ୍ଟ ନାମ ଦିଆଯାଇଛି । ବନ୍ଧୁଗଣ ରତ୍ନଭଟ୍ଟରେ ଏକ ସ୍ଥାନ ଅଛି ଯାହାର ନାମ ହେଉଛି ବାମ୍ଫୀ ।
ବାମ୍ଫୀର ଅନେକ ପୌରାଣିକ କଥା ରହିଛି । ସତ୍ୟଯୁଗରେ ବିବାହ ସମାରୋହ ଆଦି ପାଇଁ ଲୋକମାନେ ସୁନା ରୂପା ଓ ଅନ୍ୟାନ୍ୟ ଜିନିଷକୁ କୁଲାରେ ଭସେଇ ଦେଉଥିଲେ । ଆଉ ଲୋକମାନେ ସେହି ସବୁ ଜିନିଷ ପାଉଥିଲେ । ବାମ୍ଫୀରେ ଚିତ୍ତଳ ମାଛ ଅଛନ୍ତି । ଅବଶ୍ୟ ବର୍ତ୍ତମାନ ବାମ୍ଫୀ ଜଙ୍ଗଲ ହୋଇଯାଇଛି । କଳିଯୁଗ ଶେଷ ସମୟରେ ଏହି ସ୍ଥାନକୁ ଲକ୍ଷେ ଭକ୍ତ ଆସିବେ ବୋଲି ମାଳିକାରେ ବର୍ଣ୍ଣିତ ହୋଇଛି ।
ତେବେ ରତ୍ନଭଟ୍ଟରେ ଏକ ଗାଦି ଅଛି ସେଠାରେ ରତ୍ନ ଖଟୁରୀ ଅଛି । ସେହି ସ୍ଥାନରେ 7ଟି ହଣ୍ଡା ଅଛି ଆଉ ସେହି ସ୍ଥାନରେ ନାଗ ଜଗିଛି । ବନ୍ଧୁଗଣ ଏହି ସ୍ଥାନକୁ ବହୁତ ଭକ୍ତ ଆସନ୍ତି ଓ ଯାନ୍ତି । ମାଳିକା ଅନୁସାରେ ବାମ୍ଫୀରେ ବାରହାଟ ଖଣ୍ଡା ଅଛି । ସେହି ସ୍ଥାନରେ ସପ୍ତଫେଣୀ ଅଛି । ବଉଳା କୁମ୍ଭୀର ଆଉ ଚିତ୍ତଳ ମାଛକୁ ସେଠାରେ ପୂଜା କରୁଛନ୍ତି । ଦୀର୍ଘ ଦେଢ ଶହ ବର୍ଷ ତଳେ ଜଣେ କେଉଟ ଚିତ୍ତଳ ମାଛକୁ ଦେଖିଥିଲା ।
କେଉଟ ଜଣକ ବିବାହିତ ଥିଲା ସେ ମାଛ ଦେଖି ଆସି ସମସ୍ତଙ୍କୁ କହିଲା ହେଲେ ମରିଗଲା । ଏହି ସ୍ଥାନରେ ଅତ୍ୟନ୍ତ ରହସ୍ୟମୟ ଅଟେ । ଏହି ସ୍ଥାନରେ ଏମିତି ଅନେକ ଚମତ୍କାର ହୁଏ ଯଦି ଆପଣ ଯିବେ ତ ନିଶ୍ଚୟ ଅନୁଭବ କରିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।