Malika Bachana- କଣ ଋଷ ନେଇଯିବ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ? ମାଳିକା କହୁଛି ଶ୍ରୀ ମନ୍ଦିରରେ ହେବ ଋଷ ସୈନିକଙ୍କ ଆକ୍ରମଣ ! ହେଲେ କାହିଁକି ?

ବନ୍ଧୁଗଣ ଭାରତର ପ୍ରାଣ କେନ୍ଦ୍ର ଉତ୍କଳ ଦେଶ ବାରମ୍ବାର ଏହା ଯବାନ ମାନଙ୍କ ଆକ୍ରମଣ ଶିକାର ହୋଇ ଆସିଛି । କାହିଁ କେତେ ବର୍ଷରୁ ଆକ୍ରମଣ କାରୀ ମାନେ ଭଗବାନଙ୍କୁ ନେବା ପାଇଁ ଚେଷ୍ଟା କରିଛନ୍ତି । ଭଗବାନଙ୍କ ଆଲୌକିକତା ଉପରେ ତାଙ୍କ ପାପ ଦ୍ରୁଷ୍ଟି ପକାଇ ଛନ୍ତି । ଅନେକ ଆକ୍ରମଣ କରିଛନ୍ତି ଜଗନ୍ନାଥ ମନ୍ଦିର ଉପରେ । ଭବିଷ୍ୟତ ମାଳିକା କୁହେ ଘଟଣାର ହେବ ପୁନରାବୃତି । ଋଷର ସୈନିକ ମାନେ ଆକ୍ରମଣ କରିବେ ଶ୍ରୀ ମନ୍ଦିରକୁ ଆଉ ନେଇଯିବେ ପ୍ରଭୁ ଜଗନ୍ନାଥଙ୍କୁ ।

ଆଉ ଏପରି ଏକ ସମୟ ଆସିବ ଯେତେବେଳେ ସମସ୍ତଙ୍କ ବୁଦ୍ଧି ଭ୍ରଷ୍ଟ ହୋଇଯିବ । ଋଷ ସୈନିକ ମାନେ ମନ୍ଦିର ଆକ୍ରମଣ ପରେ ପ୍ରଭୁ ଜଗନ୍ନାଥଙ୍କୁ ରେଳ ମାଧ୍ୟମରେ ପ୍ରଭୁ ଜଗନ୍ନାଥଙ୍କୁ ନେଇଯିବାକୁ ଚେଷ୍ଟା କରିବେ । କିନ୍ତୁ ରେଳ ଷ୍ଟେସନରେ ହେବ ଏକ ବିସ୍ପରଣ ଯେଉଁଠାରେ ଇଞ୍ଜିନ ଭାଙ୍ଗିଯିବ ଆଉ ଅନ୍ତର୍ଦ୍ଧାନ ହୋଇଯିବେ ମହାପ୍ରଭୁ ।

ବନ୍ଧୁଗଣ ଏହି କଥା ଆମେ କହୁନୁ ଭବିଷ୍ୟତର ମାଳିକା କହୁଛି ଆକ୍ରମଣ ବିଷୟରେ । ଭଗବାନଙ୍କ ଶ୍ରୀ କ୍ଷେତ୍ର ପୁରୀ ଆକ୍ରମଣର ଶିକାର ହେବ ଋଷର ସୈନିକ ମାନଙ୍କ ଠାରୁ । ଦେଖି ଦିଅନ୍ତୁ ମାଳିକାର ଏହି କଥା ବିଷୟରେ । ମାଳିକାରେ ଲେଖା ହୋଇଛି ‘ତ୍ରିଜଟାର ବଂଶ ମିଳି ଦାରୁକୁ ନେବେଟି ରେଳରେ ଭର। ଲୋ ଜାଇଫୁଲ ସବୁ ବୁଦ୍ଧି ଯିବଟି ପାଶୋରି । ବଇରି ଷ୍ଟେସନେ ଜାଣ ସେଠାରେ ଇଞ୍ଜିନ୍ ହୋଇବ ଚୂର୍ଣ୍ଣ, ଲୋ ଜାଇଫୁଲ ତହିଁ ପ୍ରଭୁ ହେବେ ଅନ୍ତର୍ଦ୍ଧାନ ।

ଭକ୍ତ ସଙ୍ଗେ ଭଗବାନ ଦାରୁକୁ ନେବେ ସେ ଛତିଆ ଗ୍ରାମ, ଲୋ ଜାଇଫୁଲ ତହିଁ ଭକ୍ତମେଳି ନାରାୟଣ । ଶ୍ରୀ କ୍ଷେତ୍ର ଯେ ସପତଦିନ ଲୀଳା ଆରମ୍ଭିବେ ଛତିଆ ଧାମ, ଲୋ ଜାଇଫୁଲ ଠାବ ଭକତ ମେଲ ସେ ସ୍ଥାନ’ । ତେବେ କଣ ମାନେ ହୋଇପାରେ ଏହି ପଦ ଗୁଡିକର । ତ୍ରିଜଟାର ଅର୍ଥାତ ଋଷିଆର ଲୋକମାନେ । ବର୍ତ୍ତମାନ ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ ।

ଅନ୍ୟ ପଟେ ମଧ୍ୟ ମାଳିକାର ଅନ୍ୟ ପଟରେ ଲେଖା ହୋଇଛି ଋଷର କୂଟନଦୀ କୂଳରେ ରହିଛି ଏଭଳି ଏକ ଦିବ୍ୟଶକ୍ତି ଯାହାକୁ ଋଷ ନିଜ ହାତକୁ ନେବ । ଆଉ ଯେଉଁ ଯୁଦ୍ଧାସ୍ତ୍ରକୁ ପ୍ରୟୋଗ କରିବା ପାଇଁ ତାକୁ ଆବଶ୍ୟକ ହେବ ଏକ ଶକ୍ତି ପିଣ୍ଡର । ତେବେ ଏ କଥା ପ୍ରଚଳିତ ଅଛି ଯେ, ଜଗନ୍ନାଥଙ୍କ ଦାରୁବ୍ରହ୍ମ ଭିତରେ ଯେଉଁ ପିଣ୍ଡ ରହିଛି ତାହା ବାସ୍ତବରେ ଶ୍ରୀ କୃଷ୍ଣଙ୍କ ହୃଦୟ ଅଟେ ।

ତାହା ଏକ ଶକ୍ତିପୁଞ୍ଜ ଅଟେ । ତାହା ଏଭଳି ଏକ ଶକ୍ତିପୁଞ୍ଜ ଯାହା କେବେବି ସରିବ ନାହିଁ । ବୋଧେ ଏହି ଶକ୍ତିପୁଞ୍ଜର ବ୍ୟବହାର କରିବେ ଋଷର ବୈଜ୍ଞାନିକ ମାନେ । ଆଉ ଏଥିପାଇଁ ସେମାନେ ପୁରୀ ଉପରେ ଆକ୍ରମଣ କରିବାକୁ ଯୋଜନା କରିବେ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *