ତଳେ ପାହାଡ, ଉପରେ ଆକାଶ, ମଝିରେ ଝୁଲୁଛି ଜୀବନ, କି ଭୟଙ୍କର ଦୃଶ୍ୟ ଇଏ ! ଥରେ ଦେଖନ୍ତୁ ଏହି Video ଛାତି ଥରି ଉଠିବ…

ବନ୍ଧୁଗଣ, ଖୁସିରେ ରୋପୱେ ଉପରକୁ ଚଢିଲା ବେଳେ ହୁଏ ତ କିଏ କଳ୍ପନା ମଧ୍ୟ କରି ନଥିବେ ଯେ ତାଙ୍କୁ ଏଭଳି ଏକ ଦିନ ଦେଖିବାକୁ ପଡିବ । ଅଚାନକ ରୋପୱେ ରେ ଘଟିଯାଇଥିବା ଦୁର୍ଘଟଣା ୫୦ ରୁ ଅଧିକ ବ୍ୟକ୍ତି ଙ୍କ ଜୀବନକୁ ବିପନ୍ନ କରିଦେଇଛି । ଦୁଇ ଜଣଙ୍କର ମୃ-ତ୍ୟୁ ହୋଇଥିବା ସମୟରେ ଦୁଇ ଜଣ ରୋପୱେ ରୁ ଡେଇଁ ପଡିବା ଭାବି ଗୁରୁତ୍ଵର ଆହତ ହୋଇଛନ୍ତି । ଏହି ଘଟଣାଟି ଘଟିଛି ଝାଡଖଣ୍ଡ ଦେଓଗଡ ଜିଲ୍ଲା ରେ ଥିବା ବାବା ବୈଦ୍ୟନାଥ ମନ୍ଦିର ନାଥ ମନ୍ଦିର ନିକଟ ତ୍ରିକୂଟ ପର୍ବତ ରେ ।

ଏବେ ମଧ୍ୟ ରୋପୱେ ରେ ୧୨ ଟି କାର ବିପଦଜନକ ଭାବରେ ଝୁଲି ରହିଛି । ଏଥିରେ ସମୁଦାୟ ୫୦ ରୁ ଅଧିକ ଲୋକେ ଫସି ରହିଥିବା ସୂଚନା ମିଳିଅଛି । ସେମାନଙ୍କୁ ଡ୍ରୋନ ଜରିଆରେ ଖାଦ୍ୟ ଏବଂ ପାନୀୟ ଯୋଗାଇ ଦିଆଯାଉଅଛି । ଆଇଟିବିପି, ବାୟୁସେନା ଏବଂ ଇଣ୍ଡିଆରେଫ ପକ୍ଷରୁ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରହିଅଛି । ହେଲିକ୍ୟାପ୍ଟର ଦ୍ଵାରା ଫସି ରହିଥିବା ଲୋକ ଙ୍କୁ ଉଦ୍ଧାର ନିମନ୍ତେ ଚେଷ୍ଟା ଚାଲିଛି ।

୨ ଟି MI 7 କେଲିକ୍ୟାପ୍ଟର ନିୟୋଜିତ କରାଯାଇଅଛି । କିନ୍ତୁ ରୋପ ୱେ ରେ ଝୁଲି ରହିଥିବା ତାର ଯୋଗୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଅଛି । ଝାରଖଣ୍ଡ ର ତ୍ରିକୂଟ ରୋପୱେ ବାବା ବୈଦ୍ୟନାଥ ଙ୍କ ମନ୍ଦିର ପାଖରେ ରହିଅଛି । ଏହା ଭାରତର ସବୁଠାରୁ ଉଚ୍ଚରେ ଥିବା ରୋପୱେ ଅଟେ । ବୈଦ୍ୟନାଥ ମନ୍ଦିର ଠାରୁ ୨୦ କିମି ଦୂରରେ ରହିଅଛି ଏହି ରୋପ ୱେ ।

ଯାହାର ଲମ୍ବ ୭୬୬ ମିଟର ହୋଇଥିବା ବେଳେ ୩୯୨ ମିଟର ଉଚ୍ଚ ପାହାଡ ଉପରେ ରହିଅଛି । ୪୦ ଜଣ ବସି ପାରିବ ଭଳି ୨୫ ଟି କାର ରହିଅଛି । ମାତ୍ର ଏହିଭଳି ଦୁର୍ଘଟଣା ମାନ ଘଟି ଲୋକଙ୍କ ମନରେ ଭୟ ସୃଷ୍ଟି କରୁଅଛି । ଏହିଭଳି ଦୁର୍ଘଟଣା ରେ ଜୀବନ ଚାଲିଯାଉଅଛି କାରଣ ମନୁଷ୍ୟ ସାବଧାନତା ଅବଲମ୍ବନ କରୁ ନାହାଁନ୍ତି ।

ଏହା ଫଳରେ ନିଜର ପ୍ରାଣ ହରାଉଛନ୍ତି । ମାତ୍ର ଏହା ଅତ୍ୟନ୍ତ ଦୁଃଖ ର ବିଷୟ ଯେ ୨ ଜଣ ନିଜର ପ୍ରାଣ ତ୍ୟାଗ କରିଛନ୍ତି । ଏହା ପୂର୍ବ ରୁ ମଧ୍ୟ ଆହୁରି ଏହିଭଳି ଦୁର୍ଘଟଣା ଘଟିସାରିଛି । ତେବେ ବାବା ବୈଦ୍ୟନାଥ ଙ୍କ ଦର୍ଶନ ନିମନ୍ତେ ରୋପୱେ ରେ ଯିବା ପାଇଁ ଲୋକ ମାନେ ବର୍ତ୍ତମାନ ଭୟ କରୁଛନ୍ତି । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *