ମଣିଷ କାହିଁକି ଦୁଃଖୀ ଓ ଗରିବ ହୋଇଥାଏ ? (Best motivational Story)

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନଙ୍କ ମନରେ ନିଶ୍ଚିତ ଗୋଟିଏ ପ୍ରଶ୍ନ ଆସୁଥିବ କି ମଣିଷ କାହିଁକି ଦୁଃଖ ପାଏ କାହିଁକି ସେ ଗରିବ ରହିଥାଏ ଏହାର ମୁଖ୍ୟ କାରଣ କଣ । ତେବେ ଆସନ୍ତୁ ଏହାର ଉତ୍ତର ଆମେ ଏକ କାହାଣୀ ମାଧ୍ୟମରେ ଜାଣିନେବା । ତେବେ ଗୋଟିଏ ଗାଁ ରେ ଜଣେ କୃଷକ ରହୁଥିଲା ତେବେ ସେ ନିଜ କର୍ମ ରେ ସବୁବେଳେ ବ୍ୟସ୍ତ ରହୁଥିଲା କାହା ସହ କଥା ହେଉ ନଥିଲା କାହାକୁ କେବେ ଘରକୁ ଡାକୁ ନଥିଲା । କାହା ସହ ବନ୍ଧୁତା ମଧ୍ୟ କରୁ ନଥିଲା ।

କାହା ଘରେ କଣ ହେଲେ ମଧ୍ୟ ସେ କୌଣସି ମୁଣ୍ଡ ପୁରାଉ ନଥିଲା । ତେବେ ନା ସେ କାହାଠାରୁ କିଛି ଆଣୁଥିଲା ଏବଂ ନା କାହାକୁ କିଛି ଦେଉଥିଲା । ତେବେ ସେ କେବଳ ନିଜ ପରିବାରର ପେଟ ପୋଷଣ ଉପରେ ଧ୍ୟାନ ଦେଉଥିଲା ଏବଂ କାର୍ଯ୍ୟ କରୁଥିଲା । ତେବେ ଏହି ପରି ଭାବରେ ସେ ନିଜର ଜୀଵନ ଅତିବାହିତ କରୁଥିଲା । ତେବେ ଦିନେ ସେହି ଗାଁ କୁ ଗୌତମ ବୁଦ୍ଧ ଆସିଲେ ।

ତେବେ ଗୌତମ ବୁଦ୍ଧ ଙ୍କୁ ଦର୍ଶନ କରିବା ପାଇଁ କିମ୍ବା ତାଙ୍କ ଠାରୁ ଅମୂଲ୍ୟ ବାଣୀ ଶୁଣିବା ପାଇଁ ଏବଂ ନିଜ ଦୁଃଖ ର ନିବାରଣ ପାଇଁ ଶହ ଶହ ଲୋକ ବୁଦ୍ଧ ଙ୍କ ପାଖକୁ ଧାଇଁ ଗଲେ । ତେବେ ଏତେ ଲୋକ ସବୁଦିନ ସକାଳୁ ସକାଳୁ ଯାଉଥିଲେ ଏବଂ ସନ୍ଧ୍ୟା ରେ ଫେରୁଥିଲେ ତେବେ ଏସବୁ ସେହି କୃଷକ ଟି ମଧ୍ୟ ଦେଖୁଥିଲା । ତେବେ ସେ ଏହା ମଧ୍ୟ ଦେଖୁଥିଲା କି ଲୋକମାନେ ମଳିନ ଚେହେରା ନେଇ ଯାଉଥିଲେ ସତ କିନ୍ତୁ ହସ ହସ ମୁଖ ରେ ଫେରୁଥିଲେ ।

ତେବେ ଏହା ପରେ ସେ ମଧ୍ୟ ନିଷ୍ପତ୍ତି ନେଲା ସେ ମଧ୍ୟ ଗୌତମ ବୁଦ୍ଧଙ୍କ ପାଖକୁ ଯିବ ଏବଂ ତା ଦୁଃଖ ଏବଂ ଗରିବୀ ର କାରଣ ଓ ନିବାରଣ ବିଷୟରେ ପଚାରିବ ତେବେ କିଛି ସମୟ ପରେ ଭାବିଲା କି ମୁଁ ଯିବି କିମ୍ବା ନାହିଁ । ତେବେ ନିଜର ଦ୍ଵନ୍ଦ କୁ ଦୁର କରି ଶେଷ ରେ ସେ ନିଷ୍ପତ୍ତି ନେଲା କି ସେ ବଡି ଭୋରରୁ ଯିବ ଯେତେବେଳେ କେହି ନଥିବେ ।

ତେବେ କୃଷକ ଟି ସକାଳୁ ଯାଇ ବୁଦ୍ଧ ଙ୍କ ପାଖରେ ପହଁଚି ତାଙ୍କୁ ନମସ୍କାର କଲା ଏବଂ ଗୌତମ ବୁଦ୍ଧ ଙ୍କୁ କହିଲା କି ହେ ମହାଜ୍ଞାନୀ ମୋ ଦୁଃଖ ଓ ଗରିବୀ ର କାରଣ କଣ ଏବଂ ଏହା କେବେ ଦୁର ହେବ । ତେବେ ଏହା ଶୁଣିବା ପରେ ବୁଦ୍ଧ ଟିକେ ହସି କହିଲେ କି ତୁମେ କାହାକୁ କେବେ କିଛି ଦେଇଛ କି? ତେବେ କୃଷକ ଟି ଉତ୍ତର ରେ ନା କହିଲା ଏବଂ କହିଲା କି ମୁଁ ତ ନିଜେ ବଡ଼ ଗରିବ ମୁଁ କାହାକୁ କଣ ଦେଇ ପାରିବି ।

ତେବେ ଏହା ପରେ ଭଗବାନ ବୁଦ୍ଧ କହିଥିଲେ କି ଏହା ହିଁ ତୁମର ସବୁଠାରୁ ବଡ଼ ଭୁଲ । ତେବେ ହୁଏତ ତୁମ ପାଖରେ ଧନ ନାହିଁ ଅର୍ଥ ନାହିଁ କିନ୍ତୁ ଭଗବାନ ତୁମକୁ ପାଟି ଆଖି ହସ୍ତ ତ ଦେଇଛନ୍ତି ତେବେ ତୁମେ କାହାକୁ ମିଠା କଥା କହିନାହଁ କାହାକୁ ସାହାର୍ଯ୍ୟ ମଧ୍ୟ କରିନ କାହାକୁ ସହାନୁଭୂତି ମଧ୍ୟ ଦେଖାଇନ ତେବେ କେଉଁ ପ୍ରକାର ଭାବରେ ତୁମେ ଖୁସି ଓ ଧନୀ ହେବାର ଆଶା କରୁଛ । ତେବେ ବର୍ତ୍ତମାନ ସବୁ ଲୋକଙ୍କ ର ଏହା ବଡ଼ ଅସୁବିଧା କି ସେମାନେ ଧନୀ ହୁଅନ୍ତୁ କି ଗରିବ ସେମାନେ ସବୁବେଳେ ଦୁଃଖ ରେ ରହୁଛନ୍ତି ।

ତେବେ ଏହାର ମୁଖ୍ୟ କାରଣ ହେଉଛି କେବଳ ନିଜ ଖୁସି ବିଷୟରେ ଭାବିବା ଅନ୍ୟ କୁ ସାହାର୍ଯ୍ୟ ନ କରିବା । ତେବେ କୁହାଯାଏ କି ଆପଣ ଯଦି କିଛି ଦେବେ ତେବେ ସେ ବୁଲି ବୁଲି ଆପଣଙ୍କ ପାଖକୁ ହିଁ ଆସିବ । କିନ୍ତୁ କିଛି ଯଦି ନ ଦେବେ ତେବେ ଆପଣ ମଧ୍ୟ ଖାଲି ହସ୍ତରେ ରହିବେ । ତେଣୁ ଏହି ଭୁଲ କୁ ସୁଧାରନ୍ତୁ ଜୀଵନ ଆପେ ଆପେ ସୁଧୁରିଯିବ ଏବଂ ଆପଣ ସୁଖୀ ଜୀଵନ ପ୍ରାପ୍ତ କରିବେ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *