ହାତରେ ଝାଡୁ ଧରି ମୁହଁ ଘୋଡାଇ ଝାଡୁ ମାରୁଥିବା ଏହି ମହିଳାଙ୍କୁ ଆପଣ ଦେଖି ପାରୁଥିବେ । ଏହି ଦୃଶ୍ୟଟି ଆପଣଙ୍କୁ ସାଧାରଣ ଲାଗୁ ଥାଇ ପାରେ ହେଲେ ଏହି ମହିଳାଙ୍କ କାହାଣୀ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଇଏ ଜଣେ ପୂର୍ବତ୍ତମ ମହିଳା ସରପଞ୍ଚ ପାଞ୍ଚ ବର୍ଷ ସରପଞ୍ଚ ପଦରେ ରହିବା ପରେ ଏବେ ଝାଡୁଦାର କାମକୁ ଅପଣାଇ ଛନ୍ତି ବଞ୍ଚିବା ପାଇଁ । ତାଙ୍କୁ ହଠାତ ଭେଟି ଥିଲେ କିଛି ଗଣମାଧ୍ୟମ ପ୍ରତିନିଧି ।
ଯଦି ଆପଣଙ୍କୁ ଦେଖି କେହି ମୁହଁ ଲୁଚେଇବାକୁ ଚେଷ୍ଟା କରିବ ଆପଣ ଦ୍ଵିତୀୟ ଥର ନିଶ୍ଚୟ ସେହି ଲୋକଙ୍କୁ ଚାହିଁବେ । ଠିକ ସେହି ଭଳି ମହିଳା ଜଣକ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ମୁହଁ ଲୁଚାଇବା ସହ ଦୂରକୁ ଯିବା ପାଇଁ ଚେଷ୍ଟା କରିଲେ । ଏହା ପରେ ଗଣମାଧ୍ୟମ ପ୍ରତିନିଧି ତାଙ୍କ ପାଖକୁ ଯାଇ ପଚାରି ଥିଲେ ଆପଣଙ୍କ ନାଁ କଣ ଝାଡୁ ମାରିଲେ ଆପଣଙ୍କୁ କେତେ ଟଙ୍କା ଦରମା ମିଳେ ।
ଆଉ କଥା କଥାରେ ମହିଳା ବି କହିଦେଲେ, ମୁଁ ଭୁବନେଶ୍ଵର ବ୍ଲକର ଏକ ପଂଚାୟତରେ ସରପଞ୍ଚ ଥିଲି ତ ହଠାତ ବୁମ ଦେଖି ସଙ୍କୋଚ ଲାଗିଲା ଆଉ ଏତିକି ଜାଣିବା ପରେ ମହିଳାଙ୍କ ସହ କଥା ହେଲେ ଗଣମାଧ୍ୟମ ପ୍ରତିନିଧି ଜଣକ । ମହିଳାଙ୍କର ନାମ ହେଉଛି ମମତା, ବାପଘର ପୁରୀ ଜିଲ୍ଲାରେ ଆଉ ଶାଶୁଘର ଖୋର୍ଦ୍ଧା ଜିଲ୍ଲା ରେତଙ୍ଗ ଗାଁରେ ସେ ବିବାହ କରି ବୋହୂ ସାଜି ସ୍ଵାମୀଙ୍କ ହାତ ଧରି ଆସି ଥିଲେ ରେତଙ୍ଗ ଗାଁକୁ ।
କିଛି ବର୍ଷ ସଂସାର ପରେ ସ୍ଵାମୀ ହାତ ଛାଡି ଚାଲି ଯାଇଥିଲେ ଆରପାରିକୁ । ହେଲେ ପରିବାର ଲୋକଙ୍କ ଆଶ୍ଵାସନାରେ ଗୋଟିଏ ବୋଲି ପୁଅକୁ ନେଇ ନିଜେ କଷ୍ଟ କରି ଚାଲିଲେ ସେ । ସମୟ ସହ ହଠାତ ତାଙ୍କ ଭାଗ୍ୟ ମୋଡ ନେଇ ଥିଲା । ପରିବାର ଲୋକଙ୍କ ସହାୟତା ଆଉ ଆଖ ପାଖ ଗାଁର ସମର୍ଥନରେ ସରପଞ୍ଚ ପ୍ରାର୍ଥୀ ହେଲେ ଆଉ 2012 ମସିହାରେ ସରପଞ୍ଚ ହୋଇ ଜିତି ଗଲେ । 2012 ରୁ 2017 ଯାଏଁ ସରପଞ୍ଚ ହୋଇ ଗାଁ ଲୋକଙ୍କ ସେବା କଲେ ।
ଭାଗ୍ୟ ସିନା ତାଙ୍କର ଟାଣ ଥିଲା ହେଲେ ସମୟ ବେସ ପରୀକ୍ଷା ନେଉଥିଲା । ପାଞ୍ଚ ବର୍ଷ ପରେ ସେ ସରପଞ୍ଚ ପଦରୁ ଓହରି ଗଲେ ହେଲେ ସେତେବେଳେ ତାଙ୍କ ପୁଅ ହୃତଘାତରେ ପୀଡିତ ଥିଲେ । ନିଜର ଆପ୍ରାଣ ଚେଷ୍ଟାରେ ସେ ନିଜ ପୁଅକୁ ମରଣ ମୁହଁରୁ ନେଇ ଆସିଲେ । ଆଉ ଏବେ ସେ ଝାଡୁ ମାରି ନିଜର ଜୀବିକା ନିର୍ବାହ କରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।