ବନ୍ଧୁଗଣ ଆଜିକୁ ଦୁଇ ମାସ ହେଇଗଲା ବ୍ରହ୍ମପୁରର ବହୁ ଚର୍ଚ୍ଚିତ ମାମଲା ଦୀପିକା ଆଉ ଦିନେଶଙ୍କର କୌଣସି ସମଧାନ ହେଲା ନାହିଁ । ବର୍ତ୍ତମାନ ଏହି ମାମଲାଟି କୋର୍ଟରେ ବିଚାରଧିନ ଅବସ୍ଥାରେ ରହିଛି ଆଉ ଆଜିକୁ ଦୁଇ ମାସ ହେଇଗଲା ଦୀପିକା ସେମିତି ନିଜ ଶଶୁର ଘର ବାରଣ୍ଡାରେ ଧାରଣା ଦେଇଛନ୍ତି । ଏମିତିରେ ଦୀପିକାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।
ହେଲେ ନିଜ ପୁଅର ପରିଚୟ ପାଇଁ ସେ ଏତେ ସଂଘର୍ଷ କରୁଛନ୍ତି । ଦୀପିକା ଏବେ ନିଜ ଶଶୁର ଘର ବାରଣ୍ଡାରେ ବସି ରୋଷେଇ କରି ଖାଉ ଛନ୍ତି । ଅନ୍ୟ ପକ୍ଷେ ଦୀପିକାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ଅଛନ୍ତି । ତେବେ ଏହାରି ମଧ୍ୟରେ ଏହି ମାମଲାରେ ଏକ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦୀପିକା ଏକ ମହିଳାଙ୍କୁ ମାଡ ମାରୁ ଥିବାର ନଜର ଆସୁଛନ୍ତି । ତେବେ ମିଡିଆ ରିପୋର୍ଟସ ଅନୁସାରେ ଉକ୍ତ ମହିଳା ଜଣକ ଗତ ଦୁଇ ତାରିଖ ଦିନ ଆସି ଦୀପିକାଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଉକ୍ତ ମହିଳା ଜଣକ ଦୀପିକାଙ୍କୁ ଧାରଣାରୁ ହଟେଇବା ପାଇଁ ଚେଷ୍ଟା କରିଥିଲେ ଆଉ ଏହା ସହ ସେ ଦୀପିକାଙ୍କୁ ଗାଳି ଗୁଲଜ ବି କରିଥିଲେ ।
ଯେହେତୁ ସେତେବେଳେ ଗହଳି ଥିଲା ତେଣୁ ମହିଳା ଜଣକ ଦୀପିକାଙ୍କୁ ମନ ଇଛା ଗାଳି କରି ସେଠାରୁ ଚାଲି ଯାଇଥିଲେ । ଦୀପିକା ସେହି ରାଗ ରଖିଥିଲେ ଆଉ ଆଜି ସେହି ରାଗରେ ସେ ଚାପୁଡା ମାରି ଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଦର୍ଶକ ବନ୍ଧୁ ଉଭୟ ପକ୍ଷରୁ ବର୍ତ୍ତମାନ ସୁଧା ଥାନାରେ କୌଣସି ଏତଲା ଦିଆ ଯାଇ ନାହିଁ । ଆଜି ଦୀପିକାଙ୍କ ପାଖକୁ ସେହି ମହିଳା ଜଣକ ଆସି ଥିଲେ ଦୀପିକା ଅତି ଆରମରେ ଉଠି ମହିଳାଙ୍କୁ ଏକ ବ୍ରହ୍ମ ଚାପୁଡା ମାରିଥିଲେ ।
ଏହା ପରେ ଦୀପିକା ଆଉ ଉକ୍ତ ମହିଳା ହାତାହାତି ହୋଇଥିଲେ । ସେଠାରେ ଥିବା ଲୋକ ମାନେ ଉଭୟଙ୍କ ଝଗଡାକୁ ଅଟକାଇ ଥିଲେ । ଏବେ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ଦର୍ଶକ ବନ୍ଧୁ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।