ଇସ…ଏତେ ଟଙ୍କା ! ମହିଳାଙ୍କ ଆକାଉଣ୍ଟକୁ ଅଚାନକ ଆସିଗଲା 81 କୋଟି ଟଙ୍କା, ଆଉ ତା’ପରେ ଯାହା ହେଲା…

ବନ୍ଧୁଗଣ ନମସ୍କାର, ତେବେ ଅନେକ ଥର ଏଭଳି ଘଟଣା ଘଟିଥାଏ ଯେ, ବେଳେବେଳେ କିଛି ତ୍ରୁଟି ଯୋଗୁଁ ଟଙ୍କା ଟ୍ରାନ୍ସଫର ହୋଇପାରି ନଥାଏ । ସେହିପରି କିଛି ଭୁଲ ଯୋଗୁଁ ଆକାଉଣ୍ଟ ରେ ଟଙ୍କା ଜମା ମଧ୍ୟ ହୋଇଯାଏ । ଠିକ ଏଭଳି କିଛି ଘଟିଛି ଜଣେ ମହିଳା ଙ୍କ ସହିତ । ହଠାତ ଜଣେ ମହିଳା ଙ୍କ ଆକାଉଣ୍ଟ ରେ ୮୧ କୋଟି ଟଙ୍କା ପଡିଥିବା ଜଣା ପଡ଼ିଛି । ଟଙ୍କା ଆସିବା ପରେ ମହିଳା ଜଣକ ଖୁସି ରେ ପାଗଳ ପ୍ରାୟ ହୋଇଯାଇଥିଲେ ।

ସେ କାହାକୁ କିଛି ନ କହି ଚୁପଚାପ ଆକାଉଣ୍ଟ ରୁ ପଇସା ଉଠାଇ ଖର୍ଚ୍ଚ କରି ଦେଇଥିଲେ ମହିଳା ଜଣକ । ସୂଚନା ମୁତାବକ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଅଷ୍ଟ୍ରେଲିଆ ରୁ ସାମ୍ନା କୁ ଆସିଛି । ଥେବା ମାନୋଗିରି ମନିଭେଲ ନାମକ ଜଣେ ମହିଳା ଙ୍କ ଆକାଉଣ୍ଟ ରେ ହଠାତ ୮୧ କୋଟି ଟଙ୍କା ଆସିଥିଲା ।

ଏକା ସାଙ୍ଗରେ ଏତେ ଟଙ୍କା ଦେଖି ମହିଳା ଜଣକ ବହୁତ ଖୁସି ହୋଇଥିଲେ ଏବଂ ଏଭଳି ଆକସ୍ମିକ ଭାବରେ ଟଙ୍କା ଆସିବା ସତ୍ତ୍ୱେ ମହିଳା ଜଣକ କମ୍ପାନୀ କୁ କମ୍ପ୍ଲେନ ଜଣାଇ ନଥିଲେ । ଏହି ଟଙ୍କା ରେ ପ୍ରଥମେ ସେ ଏକ ବଡ଼ କୋଠା କିଣିଥିଲେ ଏବଂ ପରେ ଅବଷ୍ଟିତ ଟଙ୍କା ନିଜ ସମ୍ପର୍କୀୟ ଙ୍କ ମଧ୍ୟରେ ବାଣ୍ଟିବା ଆରମ୍ଭ କରି ଦେଇଥିଲେ ।

କମ୍ପାନୀ ଆଠ ମାସ ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା । ବାସ୍ତବରେ ସେହି ମହିଳା ଙ୍କୁ ଆଠ ହଜାର ଟଙ୍କା ମିଳିବାର ଥିଲା । କିନ୍ତୁ କମ୍ପାନୀ ର ଭୁଲ ହେତୁ ତାଙ୍କ ଆକାଉଣ୍ଟ କୁ ୮୧ କୋଟି ଟଙ୍କା ଆସି ଯାଇଥିଲା । ଘଟଣା ସମ୍ପର୍କରେ ମହିଳା ଙ୍କୁ ଅବଗତ କରିବା ପରେ ବି ମହିଳା ଜଣକ କୌଣସି ପ୍ରତିକ୍ରିୟା ଦେଇ ନଥିଲେ ।

କିନ୍ତୁ ଯେତେବେଳେ କମ୍ପାନୀ ପ୍ରମାଣ ସହିତ ତାଙ୍କ ପାଖକୁ ନୋଟିସ ପଠାଇଲା ସେତେବେଳେ ତାଙ୍କର ହୋସ ଉଡ଼ିଗଲା । ତାଙ୍କ ପାଖରେ ବର୍ତ୍ତମାନ ଟଙ୍କା ନାହିଁ ସେ ଅଧିକାଂଶ ଟଙ୍କା ଖର୍ଚ୍ଚ କରି ଦେଇଛନ୍ତି । ତେବେ ଯଦି ସେ ଟଙ୍କା ଫେରସ୍ତ ନ କରନ୍ତି ତେବେ ସେ ଜେଲ ଯାଇ ପାରନ୍ତି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *