ବିଶ୍ବ ଜନସଂଖ୍ୟାରେ ସନ୍ତୁଳନ ଆଣିବାକୁ ବିଭିନ୍ନ ପ୍ରୟାସ କରାଯାଉଛି । ଅଧିକାଂଶ ଦେଶ ଛୋଟ ପରିବାର ସୁଖୀ ପରିବାର ଅଭିଯାନ ପ୍ରତି ଧ୍ୟାନ ଦେଉଛନ୍ତି । ହେଲେ ଏହି ମହିଳାଙ୍କ ଅଜବ ସଉକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଆଜିକାଲି ମହିଳାମାନେ ଗୋଟିଏ କିମ୍ବା ଦୁଇଟିରୁ ଅଧିକ ସନ୍ତାନ କରିବା ପାଇଁ ଚାହୁଁ ନଥିବା ବେଳେ ଏହି ମହିଳା 105 ପିଲାଙ୍କୁ ଜନ୍ମ ଦେବାକୁ ଲକ୍ଷ୍ୟ ରଖିଛନ୍ତି ।
ବର୍ତ୍ତମାନ ତାଙ୍କ ବୟସ 25 ବର୍ଷ ହୋଇଥିବା ବେଳେ ସେ ଏପର୍ଯ୍ୟନ୍ତ 22 ପିଲାଙ୍କ ମା’ ହୋଇ ସାରିଲେଣି । ଯାହା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏକଦମ ସତ । ୟୁକେ ର ୱେବସାଇଟ “ଦି’ ସନ୍” ଅନୁଯାୟୀ ବ୍ରିଟେନରେ ରହୁଥିବା ଏହି ମହିଳାଜଣକ ହେଉଛନ୍ତି କ୍ରିଷ୍ଟିନା ଓଷ୍ଟକ୍ । କ୍ରିଷ୍ଟିନା ମାତ୍ର 17 ବର୍ଷ ବୟସରେ ବିବାହ କରି ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ।
ତାଙ୍କୁ ଝିଅର ଖେଳ ଏବଂ ଚିତ୍କାର ଏତେ ପସନ୍ଦ ହୋଇଥିଲା ଯେ ସେ ସେବେ ଠାରୁ ହିଁ 105 ଛୁଆ ଜନ୍ମ କରିବାର ଲକ୍ଷ୍ୟ ରଖିଥିଲେ । ହେଲେ ମାନବ ଶାରୀରିକ ବିଜ୍ଞାନ ଅନୁସାରେ ଏହା ଅସମ୍ଭବ ହୋଇଥିବାରୁ ସରୋଗେସି ମାଧ୍ୟମରେ ଅଧିକ ପିଲା ଜନ୍ମ ଦେବାକୁ ସ୍ଥିର କରିଥିଲେ କ୍ରିଷ୍ଟିନା ଓ ତାଙ୍କ କୋଟିପତି ସ୍ଵାମୀ ।
ଏହି ପ୍ରକ୍ରିୟା ମାଧ୍ୟମରେ ସେମାନେ ଏବେ ଯାଏଁ ସରୋଗେସି କମ୍ପାନୀ ଜରିଆରେ 21ଟି ସନ୍ତାନ ଜନ୍ମ ଦେଇଛନ୍ତି । ଏଥିପାଇଁ ସେମାନେ ପ୍ରତି ପିଲାଙ୍କ ପିଛା ଶହେ ହଜାର ଡଲାର ଅର୍ଥାତ 8 ଲକ୍ଷ ଟଙ୍କା ଦେଉଛନ୍ତି । ଏହିଭଳି ଆହୁରି 83 ପିଲାଙ୍କୁ ଜନ୍ମ ଦେବାକୁ ଲକ୍ଷ୍ୟ ରଖିଛନ୍ତି ଏହି ଦମ୍ପତ୍ତି ।
କ୍ରିଷ୍ଟିନା କୁହନ୍ତି ସେ ପୁରା ଦିନ ତାଙ୍କ ପିଲାଙ୍କ ଯତ୍ନ ନେବାରେ ବିତାଇଥାନ୍ତି ଓ ଏହା ତାଙ୍କୁ ବହୁତ ଖୁସି ଦିଏ । ତେବେ ଏହି ଦମ୍ପତ୍ତିଙ୍କ ଏଭଳି ଅଜବ ସଉକକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ।