କି ରୋଲ ରେ ବାପ ! ମହିଳାଙ୍କ ଦେହରେ ସନ୍ତୋଷୀ ମା’ ନା ଆଉ କିଏ ? ମହିଳାଙ୍କ ଏମିତି ରୋଲ ଦେଖିଲେ ଆପଣ ବି ବେହୋସ ହେଇଯିବେ, ଦେଖନ୍ତୁ Video

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ ଏହିଭଳି ଏକ ଘଟଣା ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଆପଣ ଅନେକ ସ୍ଥାନ ମାନଙ୍କରେ ଦେଖିଥିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ସୂଚନା ଅନୁସାରେ କୌଣସି ଏକ ଗ୍ରାମରେ ଜଣେ ମହିଳା ଙ୍କୁ ମା ସନ୍ତୋସୀ ଆସୁଥିବାର ସ୍ଥାନୀୟ ଲୋକେ ମାନ୍ୟତା ରଖିଛନ୍ତି । ମାତ୍ର ଏ ସବୁ କୁ ଦେଖିଲେ ଲାଗୁଛି ଯେମିତି କିଛି ନାଟକ ର ଅଭିନୟ ମହିଳା ଜଣଙ୍କ କରୁଛନ୍ତି ।

ପ୍ରଥମେ ମହିଳା ଜଣଙ୍କୁ ନିଜକୁ ନିଜ ବାରମ୍ବାର ମା’ ସନ୍ତୋସୀ ବୋଲି କହୁଛନ୍ତି । ମହିଳା ଜଣଙ୍କ ଭିଡ ମଧ୍ୟରୁ ଜଣେ ମହିଳା ଙ୍କୁ ଡାକିଲେ ସେହି ମହିଳା ଜଣଙ୍କ ନିଜକୁ ଦେବୀ ବୋଲି କହୁଥିବା ମହିଳା ଙ୍କ ପାଖକୁ ଗଲା ବେଳକୁ ତାକୁ ଛାଟ ରେ ମାରିବାକୁ ଲାଗିଲେ । ଏବଂ ଏହି ମାଡ ମଧ୍ୟ ଦେଖିବାକୁ ଭୟଙ୍କର ହୋଇଥିଲା ।

ତାକୁ ମାରିବା ପରେ କହିଲେ ଯେ ଏହିଭଳି ଭକ୍ତ ମାନେ ମୋ ପିଠ କୁ ଆସୁଛନ୍ତି, ଯେଉଁ ମାନେ ମୋ ପ୍ରତି ଅନ୍ୟାୟ କରୁଛନ୍ତି । ଏବଂ ପରେ ଏମାନେ ତାହାର ପରିଣାମ ମଧ୍ୟ ଭୋଗୁଛନ୍ତି । ଏହି ଭକ୍ତ ଜଣଙ୍କ ତା ପିଲା କୁ ଗୋଇଠା ମାରୁଥିଲା ଯାହା ଫଳରେ ତାହାର ଗୋଡ ଖରାପ ହେଲା ଏବଂ ମୁଁ ତାହାର ସ୍ଵାମୀ କୁ କହିଥିଲି ଯେ ଯେତେ ଯୁଆଡେ ନେଇ ଯାଉଛୁ ଯା ସେ ଭଲ ହେବ ନାହିଁ । ତାକୁ ମୋ ପିଠା କୁ ନେଇ ଆସିବୁ । ଏବଂ ସେ ଆଜି ୨ ବର୍ଷ ପରେ ଏଠାକୁ ଆସିଛି ।

ଏହିଭଳି କହି ନିଜକୁ ସନ୍ତୋସୀ ମା’ ବୋଲି କହୁଥିବା ମହିଳା ଜଣକ ଜୋର ଜୋର ରେ ଗର୍ଜନ କରିବାକୁ ଲାଗିଲେ । ତେବେ ସେହିଭଳି ଆଉ ଏକ ମହିଳା କୁ ଡାକି କହିଲେ ଯେ ମୁଁ ୟା ଦେହରେ ରହୁଛି, ୟା ନଣନ୍ଦ ହେଉଛି ୟାର ପରମ ଶତୃ । ସେ ହିଁ ୟା ସ୍ଵାମୀ ହାତରୁ ମାଡ ଖୁଆଉଛି ୟାକୁ । କିନ୍ତୁ ମୁଁ ୟା ଦେହରେ ପ୍ରବେଶ କରି ସବୁ  ମାଡ ମୁଁ ସହୁଛି । ସବୁ ପୀଡା ମୁଁ ନେଇ ଯାଉଅଛି ।

ଏହିଭଳି ଆପଣ ଆଉ ଏକ ମହିଳା କୁ ଡାକି ତାକୁ ଝଡା ଫୁଙ୍କା କରି ହୁକୁମ ଦେବାକୁ ଲାଗିଲେ । ତେବେ ବନ୍ଧୁଗଣ ଏହିଭଳି ଅନ୍ଧ ବିଶ୍ଵାସ ଏହି ବିଶାଳ ଧରାପୃଷ୍ଠ ରେ କେତେ ମାତ୍ରାରେ ଚାଲିବ ? ମନୁଷ୍ୟ ଗୋଟିଏ ପରେ ଗୋଟିଏ ମୂର୍ଖତା ର ଅନ୍ତର୍ଭୁକ୍ତ କେତେ ହେବ ? ଆଜିଭଳି ଆଧୁନିକ ଦିନରେ ଭଗବାନ ଙ୍କୁ ସ୍ମରଣ ତଥା ପୂଜା ପାଠ ନ କରି ଏହିଭଳି ଅଭିନୟ କରୁଥିବା କିଛି ଲୋକଙ୍କୁ ଦେବିଦେବତା ବୋଲି ସ୍ମରଣ କରୁଛନ୍ତି । ତେବେ ଏହି ବିବରଣୀ କୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *