ମହାନଦୀ ରୁ ୮ ଟି ନାଗ ଉଧାର ହେବା ପରେ ଏବେ କଣ ବାହାରିଛି ଜାଣନ୍ତୁ ଏହି ଭିଡିଓ ରେ ।

ନମସ୍କାର ବନ୍ଧୁଗଣ । ମହାନଦୀ ରୁ 8 ଟି ନାଗ ଉଧାର ହୋଇଥିଲା ଗତ ଦୁଇ ତିନି ଦିନ ତଳେ । ଆଉ ଏବେ କୁହା ଯାଉଛି ମହାନଦୀ ରେ ଏମିତି ଏକ ଗୋଟେ ଜିନିଷ ଦେଖା ଯାଇଛି ଯାହାକୁ ଦେଖି ଲୋକେ ଭୟ କରୁଛନ୍ତି । ପାଣି ଭିତରେ କଣ ଅଛି ଯାହା ଦେହରେ ବାଜୁଛି । ଯାହାକୁ ଦେଖିବା ପାଇଁ ଲୋକ ମାନେ ପାଣି ଭିତରକୁ ଯାଉଛନ୍ତି । ଲୋକେ ମାନେ ସେହି ଜିନିଷକୁ ଦେଖିବା ପାଇଁ 15 ରୁ 20 ଫୁଟ ପାଣି ତଳକୁ ଯାଉଛନ୍ତି ।

କିନ୍ତୁ ତାହା କେବେଳ ଦେହରେ ବାଜୁଛି କିଛି ବି ଦୃଶ୍ୟମାନ ହେଉ ନାହିଁ । ଦର୍ଶକ ବନ୍ଧୁ ମହାନଦୀ ରୁ 8ଟି ନାଗ ବାହରି ସାରିବା ପରେ ସେହି ପାଣି ଭିତରେ କଣ ଅଛି ତାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଚାଲିଛି । ଯେଉଁ 8ଟି ନାଗ ମୂର୍ତ୍ତି ମହାନଦୀ ରୁ ଉଧାର କରା ଯାଇଥିଲା ବୁଡି ରହିଥିବା ଗୋପୀନାଥ ମନ୍ଦିର ର 2 କିମି ପୂର୍ବରୁ ଯେଉଁ 8ଟି ନାଗ ମୂର୍ତ୍ତି ମିଳିଥିଲା ।

ଏବେ କୁହା ଯାଉଛି ସେହି ପାଣି ଭିତରେ ଯେଉଁଠି 8ଟି ନାଗ ଉଧାର କରା ଯାଇଥିଲା ସେଠାରେ ଆହୁରି କିଛି ଜିନିଷ ରହିଛି । ଏବେ କୁହା ଯାଉଛି ସେହି ପାଣିରେ ବଡ ଘୋଡା ଟି ଅଛି କିନ୍ତୁ ତାହା ପିତଳ କି ମାଟି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ । ଯାହା ଅନୁମାନ କରା ଯାଉଛି । ନୟାଗଡ ଜିଲ୍ଲା ଭାବପିଉର ଅନ୍ତର୍ଗତ ପଦ୍ମାବତୀ ଗାଁ ନିକଟରେ ଥିବା ମହାନଦୀ ରୁ ଗତ ଶନିବାର 8ଟି ନାଗ ମୂର୍ତ୍ତି ଉଧାର କରା ଯାଇଥିଲା ।

ମହାନଦୀ ର ଜଳ ରାଶିରେ ବୁଡି ରହିଥିବା 500 ବର୍ଷ ତଳର ଗୋପୀନାଥ ମନ୍ଦିର ର 2 କିମି ପୂର୍ବରୁ ଏହି ନାଗ ମୂର୍ତ୍ତି ଗୁଡିକ ଉଧାର କରା ଯାଇଛି । ମାଙ୍କଡଖିଆ ପାହାଡ ନିକଟ ମହାନଦୀ ଘାଟ ତୁଠ କୁ କିଛି ଲୋକେ ଗାଧୋଇବାକୁ ଯାଇଥିଲେ । ଆଉ ସେହି ସମୟରେ ପାଣିରେ ବିରାଟକାୟ ନାଗ ମୂର୍ତ୍ତି ଦେଖିଥିଲେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ଗ୍ରାମବାସୀ ରୁଣ୍ଡ ହେବା ପରେ ଗାଁ ର ରଘୁନାଥ ବେହେରା , ଶ୍ରୀଧର ରଣା, ପ୍ରଦୀପ୍ତ କୁମାର ସାହୁ, ପ୍ରକାଶ ଦଳେଇ ପ୍ରମୁଖ ମହାନଦୀର ଗଭୀର ଜଳ ରାଶିରେ ବୁଡି 8ଟି ନାଗ ମୂର୍ତ୍ତି ଉଧାର କରିଥିଲେ । ଏବେ ସେହି 8ଟି ନାଗ ମୂର୍ତ୍ତି ଙ୍କୁ ପୂଜା କରା ଯାଉଛି ଗାଁ ରେ । ଗାଁ ର ରଘୁନାଥ ବେହେରା କହିଛନ୍ତି କି ଯେଉଁଠି ନାଗ ମୂର୍ତ୍ତି ମିଳିଛି ସେଠାରେ 15ରୁ 20 ଫୁଟ ଉଚ୍ଚର ପାଣି ବୋହୁଛି ।

ଆହୁରି ବିଭିନ୍ନ ପାଣି ଭିତରେ ଥାଇପାରେ ବୋଲି ଆଶଙ୍କା କରା ଯାଉଛି । ଏମିତିକି ବଡ ଘୋଡା ମଧ୍ୟ ପାଣିରେ ଅଛି ଯେଉଁଠି 8ଟି ନାଗ ମୂର୍ତ୍ତି ଉଧାର କରା ଯାଇଛି । ଯେହେତୁ ସେହି ମୂର୍ତ୍ତି ବିଶାଳକାୟ ସେଥିପାଇଁ ତାହାକୁ ଉଠାଇ ହେଉ ନାହିଁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *