1 ମାର୍ଚ୍ଚ, ମହାଶିବରାତ୍ରି, ଘରକୁ ନେଇ ଆସନ୍ତୁ ଏହି 3 ଟି ଜିନିଷ ମଧ୍ୟରୁ ଯେ କୌଣସି ଗୋଟିଏ ଜିନିଷ, ସବୁ ମନୋକାମନା ହେବ ପୂର୍ଣ୍ଣ !

ହିନ୍ଦୁ ଧର୍ମରେ ମହା ଶିବରାତ୍ରିକୁ ଭଗବାନ ଶିବଙ୍କର ଉପାସନା ନିମନ୍ତେ ସବୁଠୁ ବଡ ଦିନ ହୋଇଥାଏ ବୋଲି କୁହାଯାଏ । ଏହି ଦିନରେ କେତେକ ଲୋକମାନେ ନିର୍ଜଲା ଉପାସ କରି ଭଗବାନ ଶିବଙ୍କ ପୂଜା ଓ ଆରାଧନା କରିଥାନ୍ତି । କୁହାଯାଏ କି ଏହି ଦିନ ଭଗବାନ ଶିବଙ୍କ ପୂଜା ଅର୍ଚନା କରିବା ଦ୍ଵାରା ସମସ୍ତ ମନୋକାମନା ପୂର୍ଣ ହୋଇଥାଏ । ପୌରାଣିକ ଶାସ୍ତ୍ରରେ ଉଲ୍ଲେଖ ହୋଇଥିବା କଥା ଅନୁସାରେ ଫାଗୁଣ ମାସର କୃଷ୍ଣ ପକ୍ଷରେ ଚତୁରଦର୍ଶୀରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିବାହ ହୋଇଥିଲା ।

ଏହି ଦିନରେ ସମସ୍ତେ ଭଗବାନ ଶିବଙ୍କ ପୂଜା ଅର୍ଚନା କରିବା ପାଇଁ ବିଭିନ୍ନ ପ୍ରକାରର ନିୟମ ମଧ୍ୟ ପାଳନ କରିଥାନ୍ତି । କିନ୍ତୁ ଏମିତି କିଛି ଜିନିଷ ଅଛି ଯାହାକି ଭଗବାନ ଶିବଙ୍କୁ ଅତି ପ୍ରିୟ ହୋଇଥାଏ ଓ ସେହି ସବୁ ଜିନିଷ ଗୁଡିକ ଯଦି ଆପଣ ଶିବରାତ୍ରି ଦିନ ଘରକୁ ନେଇ ଆସୁଛନ୍ତି ତେବେ ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ ହୋଇଯିବା ସହିତ ଆପଣଙ୍କ ସମସ୍ତ କାର୍ଯ୍ୟରେ ସଫଳତା ମଧ୍ୟ ମିଳିବ ।

ଶିବରାତ୍ରି ଦିନ ଆପଣ ଗୋଟିଏ ଛୋଟ ଶିବଲିଙ୍ଗ ଘରକୁ ଆଣନ୍ତୁ । ଏହା ଆପଣଙ୍କ ଘର ଓ ପରିବାର ପାଇଁ ବହୁତ ପବିତ୍ର ଓ ଶୁଭ ହେବ । ଏହି ଶିବଲିଙ୍ଗ ଆପଣଙ୍କ ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତିକୁ ଦୂର କରିଥାଏ ଓ ସୁଖ ସମୃଦ୍ଧିର ସଂଚାର ହୋଇଥାଏ । ଯଦି ଏହି ମହା ଶିବରାତ୍ରି ଦିନ ଆପଣ ଭଗବାନ ଶିବଙ୍କ ତ୍ରିଶୂଳ ଆଣିବେ ତେବେ ଆପଣଙ୍କ ଭାଗ୍ୟ ବଦଳିଯିବ । କିନ୍ତୁ ଆପଣ ଚାନ୍ଦିର ତ୍ରିଶୂଳ ଆଣିବା ପାଇଁ ଚେଷ୍ଟା କରନ୍ତୁ । ଏହି ତ୍ରିଶୂଳକୁ ଆପଣ ପୂଜା ସ୍ଥାନରେ ରଖି ସବୁଦିନ ପୂଜା କରନ୍ତୁ ।

ଯାହାକି ଆପଣଙ୍କ ଘର ପରିବାର ପାଇଁ ବହୁତ ଶୁଭ ହେବ । ଶିବରାତ୍ରି ଯଦି ଆପଣ ଘରେ ତ୍ରିଶୂଳ ଆଣୁଛନ୍ତି ତେବେ ଆପଣଙ୍କୁ ସଫଳତା ମିଳିବ । ଯଦି ଶିବରାତ୍ରି ଦିନ ଆପଣ ଭଗବାନ ଶିବଙ୍କ ଡମ୍ବରୁ ଘରକୁ ଆଣୁଛନ୍ତି ତେବେ ଏହା ଆପଣଙ୍କ ଘର ପାଇଁ ଓ ଆପଣଙ୍କ ପାଇଁ ବହୁତ ଶୁଭ ହେବ । ଆପଣ ଡମ୍ବରୁ ଆଣି ପୂଜା ସ୍ଥାନରେ ରଖି ପୂଜା କରନ୍ତୁ । ପୂଜା କରିବା ପରେ ଆପଣ ନିଜ ଘରେ ଥିବା କୌଣସି ଛୋଟ ପିଲାକୁ ଏହି ଡମ୍ବରୁ ବଜାଇବା ପାଇଁ ଦିଅନ୍ତୁ ।

ଏହିଭଳି କରିବା ଦ୍ଵାରା ଯଦି ଆପଣଙ୍କ ଘରେ କେହି ଅସୁସ୍ଥ ଅଛନ୍ତି ତେବେ ସେ ବହୁତ ଜଲ୍ଦି ସୁସ୍ଥ ହୋଇଯିବେ । ଡମ୍ବରୁକୁ ଘରେ ଆଣିବା ପରେ ଆପଣଙ୍କ ଆର୍ଥିକ ସ୍ଥିତି ବି ଭଲ ହୋଇଯିବ । ତେବେ ଏହି ମହା ଶିବରାତ୍ରି ଦିନ ଏହି ତିନୋଟି ଜିନିଷ ମଧ୍ୟରୁ ଆପଣ ଘରକୁ ଗୋଟିଏ ଜିନିଷ ନିଶ୍ଚିତ ରୂପରେ ଆଣନ୍ତୁ ।  ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *