ମ୍ୟାଜିକ ନମ୍ବର ଛୁଇଁଲେ ଦ୍ରୌପଦୀ (Draupadi Murmu), ଦ୍ଵନ୍ଦରେ 4 ଦଳ… 

ବନ୍ଧୁଗଣ ଏବେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସାରା ଭାରତରେ ଚର୍ଚ୍ଚା ଜୋର ଧରିଛି । ରାଷ୍ଟ୍ରପତି ନିର୍ବାଚନରେ କିଏ କାହା ପଟେ। କେଉଁ ଦଳ କାହାକୁ ସମର୍ଥନ କରୁଛି । ଆଉ କିଏ ଦ୍ୱନ୍ଦ୍ୱରେ ପଡିଛି ।  ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି, ଜେଡିୟୁ, ଏଲ୍‌ଜେପି ରାମବିଲାଶ ଏବଂ ୱାଇଏସ୍‌ଆର କଂଗ୍ରେସ ସମର୍ଥନ ଘୋଷଣା କରିଛି  । ବିଜେଡି ପାଖରେ ଥିବା ୨.୫୦ ପ୍ରତିଶତ ଭୋଟ ଏବଂ YSR କଂଗ୍ରେସ ପାଖରେ ଥିବା ୪ ପ୍ରତିଶତ ଭୋଟ ରହିଛି ।

ଏହି ଦୁଇ ଦଳର ଭୋଟ ପ୍ରତିଶତ ମିଶାଇଲେ ଦ୍ରୌପଦୀଙ୍କ ଭୋଟ ପ୍ରତିଶତ ୫୫. ୭୫ରେ ପହଞ୍ଚିଛି । ଏହା ଦ୍ଵାରା ଦ୍ରୌପଦୀଙ୍କ ବିଜୟ ପ୍ରାୟ ନିଶ୍ଚିତ ଜଣା ପଡୁଛି । ଏବେ ଆସନ୍ତୁ ଜାଣିବା କାହା ସମର୍ଥନରେ କିଏ ରହିଛି । ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ଏନଡିଏ, ବିଜେଡି, ଯେଡିୟୁ, ଏଲଜେପି ରାମବିଳାସ ଓ ଆଇ ଏସ ଆର କଂଗ୍ରେସ ରହିଛି । ଏନଡିଏ ସହଯୋଗୀ ନଥାଇ ମଧ୍ୟ ସହଯୋଗ କରିଛନ୍ତି ଦୁଇଟି ଆଞ୍ଚଳିକ ଦଳ ବିଜେଡି ଓ ଆଇ ଏସ ଆର କଂଗ୍ରେସ ।

ସେପଟେ ମିଳିତ ବିରୋଧୀଙ୍କ ରାଷ୍ଟ୍ରପତି ପାର୍ଥୀ ଜସବନ୍ତ ସିହ୍ନାଙ୍କ ସମର୍ଥନରେ ରହିଛନ୍ତି କଂଗ୍ରେସ, ଟିଏମସି, ଏନସିପି, ଶିବସେନା, ସିପିଆଇ, ସିପିଏମ, ସିପିଆଇ ଏମ ଏଲ, ଡିଏମକେ, ଆରଜେଡ଼ି, ଏସପି, ନାସନାଲ କନଫରେନ୍ସ, ପିଡିପି, ଜେଡିଏସ, ଆରଏଲଡି, ଆରଏସପି, ଆଇୟୁ ଏମ ଏଲ  ଏବଂ ଜେ ଏମ ଏମ । ଜେ ଏମ ଏମଙ୍କୁ ଯଦିଓ ବିରୋଧୀ ସାଥିରେ ନେଇ ଚାଲି ଛନ୍ତି ତେବେ ଏବେ ଯାଏଁ ଦଳ ନିଜର ଆଭିମୁଖ୍ଯ ସାବସ୍ଥ୍ୟ କରିନି ।

ଦ୍ଵନ୍ଦରେ ରହି ବିରୋଧୀଙ୍କୁ ସମର୍ଥନ ଜଣେଇବ ନା ଦ୍ରୌପଦୀଙ୍କ ସହିତ ରହିବ ତାହା ସ୍ପର୍ଷ୍ଟ ହୋଇନି ।  ଅନ୍ୟ ପଟେ ବର୍ତ୍ତମାନ ପର୍ଯ୍ୟନ୍ତ ଆମ ଆଦାମି ପାର୍ଟି, ଡି ଆର ଏସ, ଅକାଳୀ ଦଳ, ଏ ଆଇ ଏମ ଆଇ ଏମ କାହା ସପକ୍ଷରେ ସମର୍ଥନ କରିବେ ତାହା ଘୋଷଣା କରି ନାହାନ୍ତି ।

ଏହି ସବୁ ଦଳ ମାନଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ବନ୍ଧୁଗଣ ଅନ୍ୟ ପଟେ ଓଡିଶାରେ ଦ୍ରୌପଦୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରଥମ ଥର ପାଇଁ ଜଣେ ଓଡିଆ ମହିଳା ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଏଥିପାଇଁ ସାରା ଓଡିଶା ବାସୀ ବେସ ଖୁସି ଅଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *