ବନ୍ଧୁଗଣ, ସୂଚନା ଅନୁଯାୟୀ ପୁଣିଥରେ ପ୍ରଭାବିତ ହୋଇପାରେ ଓଡିଶା । ଆନ୍ଧ୍ରକୁ ରହିଛି ବିପଦ । ଓଡିଶା ର ପିଛା ଛାଡୁ ନାହିଁ ବାତ୍ୟା, ପ୍ରତିବର୍ଷ ଓଡିଶା କୁ ଆସି କ୍ଷତିଗ୍ରସ୍ତ କରୁଛି । ଭୌଗଳିକ ପରିବର୍ତ୍ତନ କାରଣରୁ ଓଡିଶା ବର୍ତ୍ତମାନ ବାତ୍ୟା ର କେନ୍ଦ୍ର ପାଲଟିଛି । ପ୍ରତି ବର୍ଷ ଯାହା ମଧ୍ୟ ହେଲେ ଗୋଟିଏ ଅଥବା ଦୁଇଟି ବାତ୍ୟା ଓଡିଶା ର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକୁ ବହୁ ମାତ୍ରାରେ କ୍ଷତିଗ୍ରସ୍ତ କରୁଛି । ଆସନ୍ତା ୨୩ ତାରିଖ ଆଡକୁ ବାତ୍ୟା ର ଆଶଙ୍କା ସୃଷ୍ଟି ହୋଇଛି ।
ଆଣ୍ଡାମାନ ର ପୂର୍ବ ଉପକୂଳରେ ଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ଲଘୁଚାପ ବାତ୍ୟାର ରୂପ ନେବାପରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ କିମ୍ବା ଓଡିଶା ଆଡକୁ ମୁହାଁଇବା ଆଶଙ୍କା ରହିଅଛି । ଏହିଭଳି କିଛି ଆକଳନ କରିଛି ଆମେରିକାର ଟ୍ରପିକାଲ ଟିଡବିଟ ୱେବସାଇଟର ଜେପେସ ମଡେଲ ।
ତେବେ ଆସନ୍ତା ୨୧ରେ ଲଘୁଚାପ ସୃଷ୍ଟି ବେଳକୁ କେନ୍ଦ୍ରରେ ବାୟୁର ଚାପ ୧ ହଜାର ୩ ମିଲିବାର ରହିଥିବ । ୨୩ କିମ୍ବା ୨୪ ତାରିଖ ବେଳକୁ ଏହା ୯୮୭ ମିଲିବାର କୁ ଖସି ଆସିବ । ବାୟୁ ର ସ୍ତର ଏଭଳି ସ୍ତର କୁ ଖସି ଆସିବା ବାତ୍ୟା ର ଆଶଙ୍କା କୁ ଆହୁରୀ ଦୃଢ କରୁଛି । ଏହି ବାତ୍ୟା ର ଗତିପଥ ଆଣ୍ଡାମାନ ପୂର୍ବ ଉପକୂଳରୁ ଉତ୍ତର ପଶ୍ଚିମ ଦିଗରେ ଗତିକରି ଏହା ଉତ୍ତର ଆନ୍ଧ୍ରପ୍ରଦେଶ ରେ ମାଡ ହୋଇପାରେ ।
କିନ୍ତୁ ଗତିପଥରେ ସାମାନ୍ୟ ପରିବର୍ତ୍ତନ ହେଲେ ଏହା ଓଡିଶା ରେ ମାଡ ହେବ ବୋଲି ଆକଳନ କରିଛି ୱେବସାଇଟ । ତେବେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି କି ୨୧ ତାରିଖ ପୂର୍ବରୁ ଆଉ ଏକ ଘୂର୍ଣ୍ଣୀ ବଳୟ ହେବ । ଏଥିରେ ଅକ୍ଟୋବର ମାସର ଦ୍ଵିତୀୟ ସପ୍ତାହ ରେ ଦକ୍ଷିଣପୂର୍ବ ବଂଗୋପ ସାଗର ଓ ସଂଲଗ୍ନ ଆଣ୍ଡାମାନ ସାଗରରେ ୧୩ ରୁ ୧୯ ତାରିଖ ଭିତରେ ଏକ ଘୂର୍ଣ୍ଣୀ ବଳୟ ସୃଷ୍ଟି ହୋଇପାରେ ବୋଲି ସୂଚନା ମିଳିଛି ।
ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ବାତ୍ୟା କୁ ନେଇ କୌଣସି ଦୃଢ ସ୍ପଷ୍ଟିକରଣ ମିଳିପାରିନାହିଁ । ଏହି ଖବର ଶୁଣି ଲୋକେ ଭୟଭୀତ ହେବାରେ ଲାଗିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।