ସାହସୀ ଫରେଷ୍ଟ ଗାର୍ଡ, ମାଡି ଆସିଲା ଦନ୍ତା, ତଥାପି ପଛକୁ ହଟିଲେନି, ଆଉ ତା’ ପରେ ଯାହା ହେଲା….ଦେଖନ୍ତୁ ଏହି ଭାଇରାଲ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ ହେଉଛି । ତେବେ ଏହି ସବୁ ଘଟଣା ଗୁଡିକର ଚର୍ଚ୍ଚା ସମସ୍ତ ସ୍ଥାନରେ ମଧ୍ୟ ହେଉଛି । ହେଲେ ବନ୍ଧୁଗଣ ଗତ କିଛି ସମୟ ଏପରି ଏକ ଘଟଣା ସାମ୍ନାକୁ ଆସୁଛି ଯାହା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଓଡିଶା ବନ ବିଭାଗର ଜଣେ ବାହାଦୁର ଫରେଷ୍ଟ ଗାର୍ଡ ଏବେ ଚର୍ଚ୍ଚାକୁ ଆସିଛନ୍ତି । ଗତ କିଛି ସମୟ ହେବ ଏକ ଘଟଣାର ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ଜଣେ ବାହାଦୁର ଫରେଷ୍ଟ ଗାର୍ଡ ନିଜ ହାତରେ ମଶାଲ ଧରି ଆକ୍ରମଣ ପାଇଁ ମାଡି ଆସୁଥିବା ଦନ୍ତା ହାତୀକୁ ଅଟକାଇ ଦେଉଛନ୍ତି ।

ଯଦିଓ ଏହା ବିପଦ ଜନକ ହେଲେ ନିଜ ଜୀବନକୁ ବାଜିରେ ପକାଇ ହାତୀକୁ ନିଆଁ ହୁଳା ଦେଖାଇ ଅଟକାଇ ଦେଇଥିବା ଏହି ହୋମ ଗାର୍ଡଙ୍କୁ ଏବେ ସବୁ ଆଡେ ଚର୍ଚ୍ଚା । ରିଢାଖୋଲ ବନ ବିଭାଗର ଏହି ଦୃଶ୍ୟଟି ଏବେ ଭାଇରାଲ ହେବାରେ ଲାଗିଛି । ଦର୍ଶକ ବନ୍ଧୁ ଆମ ରାଜ୍ୟରେ ହାତୀ ମଣିଷ ଦ୍ଵନ୍ଦକୁ ନେଇ ବନ ବିଭାଗ ଏବଂ ଏହାର କର୍ମଚାରୀ ମାନେ ସବୁବେଳେ ନିନ୍ଦିତ ହେଉଥିବା ବେଳେ ଏହିପରି କିଛି ସଚ୍ଚାଟ ଏବଂ ନିର୍ଭୀକ ବନ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ଗାଁ ଗହଳିରେ ଉଭୟ ହାତୀ ଓ ଜନସାଧାରଣଙ୍କ ଧନ ଜୀବନ ସୁରକ୍ଷା ପାଇଁ ନିର୍ଭୟରେ କାମ କରୁଛନ୍ତି ।

ତେବେ ବନ୍ଧୁଗଣ ଏହି ଫରେଷ୍ଟ ଗାର୍ଡ ଜଣକ ହେଲେ ଚିତ ରଞ୍ଜନ ମିରି । କିଛି ଦିନ ତଳେ ଚଡଚଡି ଓ ଅନାବୀରା ଗାଁ ମଝିରେ ଏହି ଦନ୍ତା ହାତୀଟି ଆସି ଫସଲ ଖାଇବା ସହ ନଷ୍ଟ କରିବା ଆରମ୍ଭ କରିଥିଲା । ଏହାର ସୂଚନା ପାଇବା ପରେ ଚିତ ରଞ୍ଜନ ତାଙ୍କର ହାତୀ ସ୍କୁଆଡଙ୍କୁ ଧରି ଘଟଣା ସ୍ଥଳରେ ପହଞ୍ଚି ଥିଲେ । ପ୍ରଥମେ ଗାଁ ଲୋକଙ୍କୁ ସେହି ସ୍ଥାନରୁ ଦୂରେଇବା ପାଇଁ କହିଥିଲେ ।

ସବୁ ଲୋକ ଘଟଣା ସ୍ଥଳରୁ ଅଳ୍ପ ଦୂରରେ ଯିବା ପରେ ହାତୀକୁ ହୁଡେଇବା କାର୍ଯ୍ୟ ଆରମ୍ଭ କରିଥିଲେ ଚିତ ରଞ୍ଜନ । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ହାତୀକୁ ହୁଡେଇବା ପାଇଁ ହାବେଳି ବା ରକେଟ ବାଣର ବ୍ୟବହାର କରାଯିବ ନାହିଁ । ସେଥିପାଇଁ ଚିତ ରଞ୍ଜନ ଏକ ନିଆଁ ହୁଳାକୁ ନେଇ ହାତୀକୁ ହୁଡେଇବାର ସଫଳ ହେଲେ । ଚିତ ରଞ୍ଜନଙ୍କ ଏହି ସାହାସିକତାକୁ ଦେଖି ସମସ୍ତ ଲୋକ ତାଙ୍କର ପ୍ରଶଂସା କରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *