ବେଳ ବୁଡୁବୁଡୁ ମାଡି ଆସିଲା କାଳବୈଶାଖୀ, ଏମ୍ସରେ କାଳବୈଶାଖୀ ଦେଖାଇଲା ନିଜର କରାଳ ରୂପ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏମ୍ସ ମେଡିକାଲରେ ତାଣ୍ଡବ ରଚିଲା କାଳବୈଶାଖୀ ! ତେବେ ବର୍ତ୍ତମାନ ଯେଉଁ ଅସହ୍ୟ ଖରା ଗରମ ହେଉଛି । ସେଥିରୁ ତ୍ରାହୀ ପାଇବା ପାଇଁ ଲୋକମାନେ ବର୍ଷାର ଆଗମନକୁ ଅପେକ୍ଷା କରି ରହିଛନ୍ତି । ସେଥିରେ ଗ୍ରୀଷ୍ମରେ ଋତୁରେ ଦିନ ବେଳା ଖରା ଓ ବେଳ ବୁଡୁବୁଡୁ ଯେଉଁ କାଳବୈଶାଖୀ ଆସି ଯାଉଛି । ସେହି କାଳବୈଶାଖୀପ୍ରଭାବ ଯେଉଁ ଦିନ ଅଧିକ ରହିଯାଉଛି । ସେହିଦିନ କାଳବୈଶାଖୀ ନିଜର କରାଲ ରୂପ ସମସ୍ତଙ୍କୁ ଦେଖାଇ ଦେଉଛି ।

ତେବେ ସୂଚନା ମୁତାବିକ କାଲି ରାଜ୍ୟର ବହୁ ଗୁଡିଏ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି । ତେବେ ଭୁବନେଶ୍ବର ଏମ୍ସ ଠାରେ କାଲି କାଳବୈଶାଖୀ ଏପରି ଭାବରେ ସୃଷ୍ଟି ହେଇଥିଲା । କିଛି ସମୟର ଅନ୍ତରାଳରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା । କାଳବୈଶାଖୀର ଦ୍ରୁତଗତିର ପବନ ଓ ବର୍ଷା ସବୁକିଛି ଛିନଭିନ କରିଦେଇଥିଲା । ସ୍ଥାନେ ସ୍ଥାନେ ରହିଥିବା ପୋଲି ମାନଙ୍କର କାମ୍ପକୁ ମଧ୍ୟ ପବନ ଉଡାଇ ନେଇଥିଲା ।ତେବେ ଏପରି ଭୟାନକ ଦୃଶ୍ୟ ଯିଏ ଆଖିରେ ଦେଖିନି, ସେ କେବେବି ବିଶ୍ବାସ କରିପାରିବ ନାହିଁ ।

କାଳବୈଶାଖୀ ହୋଇଥିବା ସ୍ଥାନରେ ପବଳ ବେଗରେ ପବନ ବହିଥିବା ଯୋଗୁ ଅନେକ ଗଛ ଗୁଡିକ ଉପୁଡି ରାସ୍ତାରେ ପଡି ରହିଛନ୍ତି । ଏହା ସହ ଗଛ ପଡିଥିବା କାରଣରୁ ରାସ୍ତା ମଧ୍ୟ ଆବରୋଧ ହୋଇ ରହିଛି । ଏହା ସହିତ ଅନେକ ସ୍ଥାନରେ ବର୍ଷା ଛାଡିବାର କିଛି ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ ରହିଥିଲା । ଲୋକମାନେ ମଧ୍ୟ ଏପରି ଭାବରେ କାଳବୈଶାଖୀର ପ୍ରକୋପ ଦେଖି ବହୁ ମାତ୍ରାରେ ଭୟଭୀତ ହୋଇଯାଇଥିଲେ ।

ତେବେ ଏହି ଗ୍ରୀଷ୍ମ ଦିନର ଅପରାହ୍ନର ସମୟ ସମୟରେ ଆସୁଥିବା କାଳବୈଶାଖୀ ଖରା ତାତୀରୁ ଯଦିଓ ସାମାନ୍ୟତମ ଆଶ୍ବସ୍ଥି ଦେଉଛି । ହେଲେ ସାଧାରଣ ଲୋକଙ୍କ ଜୀବନକୁ ହନ୍ତସନ୍ତ କରିପକାଉଛି । ଯାହା ଯୋଗୁ ଅନେକ ଲୋକ କାଳବୈଶାଖୀର ପ୍ରକୋପରୁ ବର୍ତ୍ତିବା ପାଇଁ ସେହି ସମୟରେ ଘରୁ କୁଆଡୁ ମଧ୍ୟ ପାଦ କାଢିକି ଯାଉନାହାନ୍ତି ।

କାଳବୈଶାଖୀର ପ୍ରକୋପ କମିବାରୁ ପୁଣି ଠାରେ ସାଧାରଣ ଜଣଜୀବନ ଭଲ ଭାବରେ ଆରମ୍ଭ ହେଉଛି । ତାପରେ ସ୍ଥିତିରେ ସୁଧାର ଆସିବା ପାଇଁ କିଛି ଦିନ ଲାଗି ଯାଉଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *