୮୦ ଫୁଟ୍ ତଳେ ମେସିନ୍ ଡ୍ରିଲିଂ ହେଲା ବନ୍ଦ୍.. ହାତ ଖୋଳା ଆରମ୍ଭ.. ଆଉ ଅଳ୍ପ ଦୂରରେ ଅଛି ରାହୁଲ, ଦେଖନ୍ତୁ Exclusive ଭିଡିଓ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଛତିଶଗଡ ବୋରୱେଲରେ ଫସିଥିବା ନାବାଳକ ରାହୁଲ ବିଷୟରେ ତ ନିଶ୍ଚୟ ଜାଣିଥିବେ । ଗାତ ଭିତରେ ରାହୁଲ 80 ଘଣ୍ଟାରୁ ଅଧିକ ସମୟ ରହି ସାରିଛି । ଆଜି ପଞ୍ଚମ ଦିନରେ ଅପରେସନ ରାହୁଲ । ରାହୁଲଙ୍କୁ ଉଦ୍ଧାର କରିବାକୁ ସମସ୍ତ ପ୍ରୟାସ ଜାରି । ୮୦ ଫୁଟ ଗାତ ତଳେ ଫସି ରହିଛି ରାହୁଲ । ବନ୍ଧୁଗଣ ଆପଣ ମାନେ ଏହି କଥା ବି ନିଶ୍ଚୟ ଜାଣିଥିବେ ଯେ ରାହୁଲଙ୍କ ଉଦ୍ଧାର କାର୍ଯ୍ୟରେ ପଥର ବାଧକ ସାଜିଛି ।

ଧୀରେ ଧୀରେ ଧର୍ଜ୍ୟହରା ହେଇ ଯାଉଛନ୍ତି ରାହୁଲ । ଛତିଶଗଡ ଯାଞ୍ଜଗିର ଚମ୍ପା ଜିଲ୍ଲା ଫିରିଡ ଗାଁରେ ଏବେ ଶୋକାକାଳ ପରିବେଶ ସୃଷ୍ଟି ହୋଇଛି । ରାହୁଲର ମା, ବାପା ଓ ସମ୍ପର୍କୀୟ ସମସ୍ତେ ଆବାକ ହୋଇଯାଇଛନ୍ତି । ତାଙ୍କ ପାଟିରୁ କଥା ବାହାରୁନି ଆଖିରେ କେବଳ ଆଖିଏ ଲୁହ ଆଉ ମନରେ କୋହ ରହିଛି ।ଛତିଶଗଡ ସରକାର ରାହୁଲକୁ ଉଦ୍ଧାର କରିବା ପାଇଁ ସମସ୍ତ ଉଦ୍ୟମ ଜାରି ରଖିଛନ୍ତି ।

ଶୁକ୍ରବାର ଦିନ 4ଟାରୁ ଅପରେସନ ଆରମ୍ଭ କରିଥିଲେ ହେଲେ ଏ ପର୍ଯ୍ୟନ୍ତ ଅପରେସନ ସଫଳ ହୋଇପାରି ନାହିଁ । ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ଡାକ୍ତରୀ ଟିମ ସମସ୍ତେ ଜଗି ରହିଛନ୍ତି । ଏପରି କି ରାହୁଲ ପାଇଁ ଗ୍ରୀନ କରିଡର ବି କରିଛି ଜିଲ୍ଲା ପ୍ରଶାସନ । ଆଉ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି । ଏହି ବଡ ଖବରଟି ହେଉଛି ମେସିନ ଦ୍ଵାରା ଡ୍ରିଲିଙ୍ଗ କାମକୁ ବନ୍ଦ କରାଯାଇଛି ।

ଏନେଇ ସୂଚନା ଦେଇଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଗେଲ । ସେ ଲେଖିଛନ୍ତି, ବର୍ତ୍ତମାନ ଡ୍ରିଲିଙ୍ଗ କାମକୁ ବନ୍ଦ କରାଯାଇଛି । ଏବେ ହାତରେ ହିଁ ଖୋଳା ଯିବ ଅର୍ଥାତ ଯେଉଁ ୩ ଫୁଟର ଦୂରତା ଥିଲା ତାହା ଏବେ ୧ ଫୁଟକୁ ଚାଲି ଆସିଛି । ବାଧକ ସାଜି ଥିବା ପଥରକୁ ଭାଙ୍ଗି ବାହାର କରାଯାଇଛି ଆଉ ବର୍ତ୍ତମାନ ମାତ୍ର ୧ ଫୁଟର ଦୂରତା ରହିଛି ।

ଏହା ସହ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଖୋଳା ଯାଉ ଥିବା ସ୍ଥାନରେ ଆମ୍ବୁଲାନ୍ସ ଓ ଡାକ୍ତରୀ ଟିମ ଉପସ୍ଥିତ ଅଛନ୍ତି । ରାହୁଲଙ୍କୁ ଉଦ୍ଧାର କରିବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରି ଆମ୍ବୁଲାନ୍ସ ଭିତରେ ତାଙ୍କର ଚିକିତ୍ସା ଆରମ୍ଭ କରାଯିବ । ଏ ସବୁ ପରେ ତାଙ୍କୁ ବିଳାସପୁର ନିଆଯିବ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *