ମାଛ ଖଣ୍ଡେ ପାଇଁ ଦାଣ୍ଡ ମଝିରେ ଶାଶୁ-ବୋହୁଙ୍କ ମହାଭାରତ, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଶାଶୂ ବୋହୁ କଳି ତ କିଛି ଅଲଗା କଥା ନୁହେଁ ତେବେ ସବୁ ଘରେ ଏହା ହୋଇଥାଏ। ତେବେ ବର୍ତ୍ତମାନ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି।ତେବେ ଶାଶୂଘର ଆଗରେ ଧାରଣାରେ ୨ ବୋହୂ । ଜଣେ ନୁହେଁ ଦୁଇ ଦୁଇ ଜଣଙ୍କୁ ନିର୍ଯାଆତନାଆ ଦିଆ ଯାଉଥିବା ଅଭିଯୋଗ ହୋଇଛି । ପାରିବାରିକ କଳହକୁ ନେଇ ଆଜି ବ୍ରହ୍ମପୁର ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଦୁଇ ଭଉଣୀ ଦୁଇ ଯାଆ ହୋଇଥିବା ବେଳେ ସେମାନଙ୍କୁ ଶାଶୂଘର ଲୋକ ନିର୍ଯାଆତନାଆ ଦେଉଥିବା ଅଭିଯୋଗ କରି ଶ୍ୱଶୁରଘର ଦାଣ୍ଡ ଦୁଆରେ ଧାରଣା ଦେଇଛନ୍ତି । ସେମାନଙ୍କ ଦୁଇ ଶିଶୁକୁ କୋଳରେ ଧରି ସେମାନେ ଧାରଣାରେ ବସିଛନ୍ତି। ତେବେ ଦୁଇ ବୋହୂଙ୍କ ଅଭିଯୋଗ ଅନୁସାରେ ବିଭିନ୍ନ ସମୟରେ ଶାଶୁ ସେମାନଙ୍କୁ ନିର୍ଯାଆତନାଆ ଦେଇ ଆସୁଛନ୍ତି ।

ଏପରିକି ଗତ ରାତିରେ ସେମାନଙ୍କ ସ୍ୱାମୀ ସେମାନଙ୍କୁ ମାଡ ମାରିବା ସହ ଆଜି ସକାଳୁ ଶାଶୁ ସେମାନଙ୍କୁ ବାହାରକୁ ବାହାର କରି ଦେଇଛନ୍ତି । ନଣନ୍ଦ କଥାରେ ପଡ଼ି ଶାଶୂ ନିର୍ଯାଆତନାଆ ଦେଉଥିବା ସେମାନେ କହିଛନ୍ତି । ତେବେ ସବୁଠାରୁ ବଡ଼ କଥା ଗୋଟିଏ ମାଛ ପିସ୍‌ ପାଇଁ ଏହି ମହାଭାରତ ହୋଇଛି । ବଡ଼ ଭଉଣୀ ତଥା ବଡ଼ ଯାଆ ହୋଇଥିବା ରଶ୍ମି ବେହେରା ସବୁ କଥା ଗୋଟି ଗୋଟି ବଖାଣିଛନ୍ତି ।

ପାଞ୍ଚ ବର୍ଷ ହେଲା ବିବାହ ହୋଇଛି । ତାଙ୍କର ଝିଅଟିଏ ମଧ୍ୟ ଅଛି । ପ୍ରଥମରୁ ଶାଶୂଘର ଲୋକେ ପିଟାମରା କରି ସୁନାରୂପା ସବୁ ନେଇଗଲେ । ଏବେ ସାତ ଦିନ ତଳେ ଦଉଡ଼ିରେ ମାରି ଦେବାକୁ ଚାହୁଁଥିଲେ । ହେଲେ ଗତକାଲି ସାନ ଭଉଣୀ ତଥା ସାନ ଯାଆର ପୁଅ ମାଛ ପିସ୍‌ ଗୋଟାଏ ଖାଇବା ପରେ ଏପରି ଝଗଡ଼ା ଆରମ୍ଭ ହୋଇଥିଲା । ନଣନ୍ଦ ପୁଅ ପାଇଁ ମାଛ ନବଳିବାରୁ ସେ ତାଣ୍ଡବ ଆରମ୍ଭ କରି ଦେଇଥିଲେ ।


ଏଘଟଣାକୁ ନେଇ ଶାଶୂ ଘର ଲୋକେ ଉଭୟ ଭଉଣୀଙ୍କୁ ରାତିସାରା ମାଆଡ଼ ମାଆରିଇବା ପରେ ସକାଳ ହେବା ପରେ ଘରୁ ବାହାର କରି ଦେଇଛନ୍ତି। ଘରକୁ ଆସିଲେ ଗୋଡ଼ ଭାଙ୍ଗି ହାଣଦେବୁ ବୋଲି ଧମକ ମଧ୍ୟ ଦେଉଥିବା ସେ କହିଛନ୍ତି। ତେବେ ସେହିପରି ସାନଭଉଣୀ ତଥା ସାନ ବୋହୂର କହିବା ଅନୁସାରେ ନଣନ୍ଦ ପାଇଁ ଘରେ କଳି ହେଉଛି । ଦୁଇ ଜଣ ଘରୁ ଚାଲିଯାଅ, ମୋ ଝିଅକୁ ଘରେ ରଖିବୁ ବୋଲି କହୁଛନ୍ତି ।

ପୂର୍ବରୁ ଦେଢ଼ ବର୍ଷ ବାପ ଘରେ ରହିଛୁ, ଆଉ ଯିବୁନି, ଏଇଠି ରହିବୁ ବୋଲି ସେ କହିଛନ୍ତି । ଅନ୍ୟପଟେ ଶାଶୁ ସେମାନଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ବାପା ଘରକୁ ଯିବାକୁ ନେଇ ପୁଅ ସହ କଥା କଟାଆକଟିଇ ପରେ ଏଭଳି ପରିସ୍ଥିତି ଉପୁଜିଛି ବୋଲି ସେ କହିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *