ଓଲିଉଡ ଜଗତର ପ୍ରାୟତଃ ସବୁ କଳାକାର ବର୍ତ୍ତମାନ ସୋସିଆଲ ମିଡିଆରେ ଏକ୍ଟିବ ରହୁଛନ୍ତି । ଏମିତିରେ ତାଙ୍କର ଫ୍ୟାନମାନେ ନିଜର ପସନ୍ଦିତା ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ ସବୁ କିଛି ଜାଣି ପାରୁଛନ୍ତି । କିନ୍ତୁ ଆଜି ଆମେ ଆପଣମାନଙ୍କୁ ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବୁ ଯେଉଁମାନେ ମା ହେବା ପରେ ନିଜର ଅଭିନୟ କ୍ୟାରିୟର ଠାରୁ ଦୂରେଇ ଯାଇଛନ୍ତି ଓ ନିଜ ପରିବାର ନିଜର ଦୁନିଆ ମାନି ଚାଲୁଛନ୍ତି ।
ଶୁଭାଶିଷ ଓ ଆନିଶା
ଶୁଭାଶିଷ ଓ ଆନିଶା ଯୋଡି ଓଡିଶାର ସବୁ ଘରେ ଘରେ ପରିଚିତ ଅଟନ୍ତି । ଦୁଇ ଜଣଙ୍କର ଭଲ ପାଇବା ଶୁଟିଙ୍ଗ ସେଟରୁ ଆରମ୍ଭ ହୋଇଥିଲା । କିଛି ସମୟ ପରେ ଦୁଇ ଜଣ ବିବାହ କରି ନେଲେ । ବର୍ତ୍ତମାନ ଆନିଶା ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ସେଥିପାଇଁ ଆନିଶା ଓଲିଉଡ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇଛନ୍ତି ।
ଉପାସନା
ଉପାସନା ବହୁତ ସିରିଏଲ ଓ ଆଲବମରେ ନଜର ଆସିସାରିଛନ୍ତି । କିନ୍ତୁ ଏହା ମଧ୍ୟରେ ସେ ବିବାହ କରି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ସେ ଓଲିଉଡ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଗଲେ ।
ମାହି
ମାହି ଓ ଚନ୍ଦନଙ୍କ ଯୋଡି ବହୁତ ଫେମସ ଅଟେ । କିଛି ଦିନ ତଳେ ହିଁ ମାହି ଏକ କନ୍ୟାକୁ ଜନ୍ମ ଦେଇଛନ୍ତି । ଝିଅ ହେବା ପରେ ସେ ଓଲିଉଡ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇଛନ୍ତି ।
ମୋନାଲିସା
ମୋନାଲିସା ଓ ଦେବାଶିଷଙ୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ଶୁଟିଙ୍ଗ ସେଟରୁ ଏହି ଦୁଇ ଜଣଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । ବିବାହ ପରେ ଦୁଇ ଜଣଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ମୋନାଲିସା ବି ବିବାହ କରିବା ପରେ ଓଲିଉଡ ଜଗତରୁ ଦୂରେଇ ଗଲେ ।
ସୁଇଟି
ସୁଇଟିକୁ ଆପଣ ସମସ୍ତେ ମାନିନୀ ସିରିଏଲରେ ଅଭିନୟ କରୁଥିବାର ଦେଖିଥିବେ । ଏହି ସିରିଏଲରେ କାମ କରୁଥିବା ସମୟରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇ ଥିଲେ । ପୁଅ ଜନ୍ମ ହେବା ପରେ ସେ ଏହି ସିରିୟଲକୁ ଛାଡି ଦେଇ ଥିଲେ ।
ମାମା ମିଶ୍ର
ସିଦ୍ଧାନ୍ତ ମହାପାତ୍ର ଓ ମାମା ମିଶ୍ରଙ୍କ ଯୋଡି ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ବହୁତ ଫିଲ୍ମରେ କାମ କରିସାରିଥିବା ମା ମିଶ୍ର ମା ହେବା ପରେ ଓଲିଉଡ ଇଣ୍ଡଷ୍ଟ୍ରିରୁ ପୂରାପୂରି ଦୂରେଇ ଯାଇଛନ୍ତି ।
ଇସ୍ପିତା
ଇସ୍ପିତା ବିଶେଷ କରି ଆଲବମ ଗୀତରେ ନଜର ଆସନ୍ତି । କିନ୍ତୁ ଇସ୍ପିତା ବିବାହ କରିବା ପରେ ଓ ମା ହେବା ପରେ ପୂରାପୂରି ଦୂରେଇ ଗଲେ ।
ଆମେଲି
ଆମେଲି ବହୁତ ଆଲବମ କରିଛନ୍ତି । କିନ୍ତୁ ଏହା ମଧ୍ୟରେ ସେ ମା ହେବା ପରେ ଓଲିଉଡ ଦୁନିଆରୁ ଦୂରେଇ ଗଲେ ।
ପ୍ରିୟା
ପ୍ରିୟା ଓଲିଉଡ ଜଗତର ବହୁତ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ରୂପରେ ଅଭିନୟ କରିଛନ୍ତି । କିନ୍ତୁ ମା ହେବା ପରେ ସେ ଓଲିଉଡ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇଛନ୍ତି ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।