‘ମା’ ଓ ବାବାଙ୍କ ପରେ ଏବେ ମୁଁ ବି ଚାଲିଯିବି’ ଭାଇରାଲ ହେଲା Jackie Shroff ଙ୍କ ଭାବୁକ କରିଦେବା ଭଳି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ବଲିଉଡ କୁ ଦେଖୁଥିବେ ଏବଂ ପସନ୍ଦ ମଧ୍ୟ କରୁଥିବେ ତେବେ ବଲିଉଡ ରେ ଅନେକ ଅଭିନେତା ଏବଂ ଅଭିନେତ୍ରୀ ମାନେ କାମ କରିଛନ୍ତି ଏବଂ ଲୋକ ମାନଙ୍କ ହୃଦୟ ରେ ବାସ ମଧ୍ୟ କରୁଛନ୍ତି । ତେବେ ସେହି କଳାକାର ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତା ଜ୍ୟାକି ଶ୍ରଫ । ତେବେ ଆସନ୍ତୁ ଜ୍ୟାକି ଦାଦା ଙ୍କ ବିଷୟରେ କିଛି କଥା ଆଲୋଚନା କରି ନେବା ଏବଂ ତାଙ୍କର ଏକ ଇଣ୍ଟରଭିୟୁ ବିଷୟରେ ମଧ୍ୟ ଆଲୋଚନା କରି ନେବା । ତେବେ ଆସନ୍ତୁ ଜାଣିନେବା ।


ତେବେ ଜ୍ୟାକି ଶ୍ରଫ ୧ ଫେବୃୟାରୀ ୧୯୫୭ରେ ମୁମ୍ବାଇରେ ସେ ଜନ୍ମଗ୍ରହଣ କରିଥିଲେ । ତେବେ ଜ୍ୟାକି ଶ୍ରଫଙ୍କର ପ୍ରକୃତ ନାଁ ହେଉଛି, ଜୟ କିଶାନ୍ ଶ୍ରଫ୍ । ସେ ଫିଲ୍ମ ‘ ସ୍ୱାମୀ ଦାଦା’ ମାଧ୍ୟମରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ । କିନ୍ତୁ ସେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଫିଲ୍ମ ‘ହିରୋ’ ମାଧ୍ୟମରେ । ଡାଇରେକ୍ଟର ସୁଭାଷ ଘାଇଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ହିରୋ’ ମାଧ୍ୟମରେ ତାଙ୍କ ନାଁ ପରିବର୍ତ୍ତନ କରାଯାଇ, ଜୟ କିଶାନ୍ ରୁ ଜ୍ୟାକି ଶ୍ରଫ୍ କରାଯାଇଥିଲା ।

ଅନେକ୍ ପ୍ରଶଂସକ ତାଙ୍କ ‘ଜଗୁ ଦାଦା’ ନାଁ ରେ ମଧ୍ୟ ଜାଣନ୍ତି । ଜ୍ୟାକି ଶ୍ରଫ୍ ତା ପରଠାରୁ ଆଉ ଫଛକୁ ଫେରି ଚାହିଁ ନାହାଁନ୍ତି । ଗୋଟେ ପରେ ଗୋଟେ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇ, ବେଶ ସଫଳତା ଏବଂ ଲୋକପ୍ରିୟତା ସାଉଣ୍ଟିଛନ୍ତି । ୧୫୦ ପାଖାପାଖି ଫିଲ୍ମରେ ସେ କାମ କରି ସାରିଛନ୍ତି । ତେବେ ଜ୍ୟାକି ମୁମ୍ବାଇରେ ଏକ ଗରିବ ପରିବାରରେ ପିତା ଜ୍ୟୋତିର୍ବିଦ କାକୁ ଭାଇ ଶ୍ରଫ୍ ଓ ମାତା କାଜାଖରଙ୍କ କୋଳରେ ଜନ୍ମଗ୍ରହଣ କରିଥିଲେ ।

ବସ୍ତିରେ ପିଲାଦିନ କାଟିଥିବା ଜ୍ୟାକିଙ୍କ ଫିଲ୍ମ ଇଣ୍ଡଷ୍ଟ୍ରି କୌଣସି ସମ୍ପର୍କ ନଥିବା ବେଳେ ଅଭିନେତା ଦେବ ଆନନ୍ଦଙ୍କ ଚଳଚ୍ଚିତ୍ର ସ୍ବାମୀ ଦାଦାରେ ଡେବ୍ୟୁ ଆରମ୍ଭ କରିଥିଲେ । ବଲିଉଡରେ ପ୍ରବେଶ କରିବା ପୂର୍ବରୁ ଜ୍ୟାକି ଶ୍ରଫ ମୁମ୍ବାଇର ତାଜ ହୋଟେଲର ୱେଟର, ଫ୍ଲାଇଟ୍ ଆଟେଣ୍ଡାଣ୍ଟ, ମଡେଲ, ଟ୍ରାଭେଲ ଏଜେଣ୍ଟ ଭାବେ କାର୍ଯ୍ୟ କରିଛନ୍ତି । ନିଜର କମ ଯୋଗ୍ୟତା ପାଇଁ ଜ୍ୟାକିଙ୍କୁ ବିଭିନ୍ନ ସ୍ଥାନରୁ ପ୍ରତ୍ୟାଖାନର ମିଳିଛି । ଘରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ଜ୍ୟାକି କେବଳ ଏକାଦଶ ପର୍ଯ୍ୟନ୍ତ ପାଠ ପଢିଛନ୍ତି ।


ତେବେ ପ୍ରଥମ ଫିଲ୍ମ ହିଟ୍‌ ହେବା ପରେ ମଧ୍ୟ ଜ୍ୟାକି ବସ୍ତିରେ ରହିବା ଛାଡ଼ି ନ ଥିଲେ । ସେ ଅନେକ ଦିନ ଧରି ବସ୍ତିର ସେହି ଚାଳ ଘରେ ରହିଥିଲେ । ତାଙ୍କୁ ଫିଲ୍ମରେ ନେବା ପାଇଁ ନିର୍ମାତାମାନେ ମଧ୍ୟ ବସ୍ତିକୁ ଯାଉଥିଲେ । ସେହିପରି ଜ୍ୟାକିଙ୍କ ପୁଅ ଟାଇଗର ଶ୍ରଫ୍ ମଧ୍ୟ ଜଣେ ଜଣାଶୁଣା କଳାକାର ଭାବେ ପ୍ରତିଷ୍ଠିତ । ତେବେ ଜ୍ୟାକି ନିଜର ଫିଲ୍ମ କ୍ୟାରିୟରରେ ଜ୍ୟାକି ୩ଟି ଫିଲ୍ମ ଫେୟାର ଆୱାର୍ଡ ସାଉଁଟିଛନ୍ତି ।

ତେବେ ଜ୍ୟାକି ଦାଦା ନିଜର ଏକ ଇଣ୍ଟରଭିୟୁ ରେ ଯେତେବେଳେ କରୋନା ସମୟ ଥିଲା ସେତେବେଳେ ସେ କହିଥିଲେ କି ଜୀଵନ ଟା କେତେବେଳେ କାହା ପାଇଁ ଅପେକ୍ଷା କରନ୍ତି ନାହିଁ । ମୋ ବାପା ଚାଲିଗଲେ, ମୋ ମାଆ ବି ଚାଲିଗଲା ତା ପରେ ମୋ ସ୍ତ୍ରୀ ଓ ମୋ ପିଲା ମାନେ ଆଉ ଏକ ସଂସାର ଗଢ଼ିଲୁ ଏବଂ ଆଗକୁ ମୁଁ ବି ଚାଲିଯିବି ମୋ ବଦଳରେ ଆଉ କିଏ ଆସିବ ।


ତେଣୁ ଜୀଵନ ଟା କାହା ପାଇଁ ଅପେକ୍ଷା କରେ ନାହିଁ ଏବଂ ଏହି ସମୟରେ ମୋତେ ଏହା ଦରକାର ମୋ ପାଖରେ ଏହା ନାହିଁ ସେହା ଭାବି କେବେବି କାନ୍ଦିବା ଉଚିତ ନୁହେଁ । ତେଣୁ ସବୁବେଳେ ଜୀଵନ କୁ ଖୁସିରେ ବଞ୍ଚିବା ଉଚିତ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣେଇବେ ।

Leave a Reply

Your email address will not be published. Required fields are marked *