ନମସ୍କାର ବନ୍ଧୁଗଣ, ପିଣ୍ଟୁ ନନ୍ଦଙ୍କୁ ଶେଷ ଦର୍ଶନ କରିବା ପାଇଁ ମା ସହ ଆସିଲା ସାନ ପୁଅ । ହେଲେ ବଡ ପୁଅ ଭାଗ୍ୟରେ ସେତିକି ବି ଲେଖା ନଥିଲା କାରଣ ବଡ ପୁଅର ଥିଲା ପରୀକ୍ଷା । ବାପା ଯାଉଥିଲେ ଶ୍ମଶାନ ଆଉ ଦେଉଥିଲା ପରକ୍ଷା । ସାନ ପୁଅ ମାଆଙ୍କୁ ଖୁବ ଭଲ ପାଏ ବୋଧ ହୁଏ । ସେଥିପାଇଁ ତ ମାଆ ଆଖିର ଲୁହକୁ ସହି ପାରୁନି ପିଣ୍ଟୁଙ୍କ ସାନ ପୁଅ ଆଉ ପୋଛି ଦେଉଛି ମା ଆଖିର ଲୁହକୁ । ତେବେ ଏହା ସମ୍ପର୍କରେ ରହିଥିବା ସମ୍ପୂର୍ଣ ଖବର ଉପରେ ଆସନ୍ତୁ ନଜର ପକାଇବା ।
ଖବର ଅନୁଯାୟୀ ପିଣ୍ଟୁ ନନ୍ଦଙ୍କ ପରିବାରରେ ଉଠିଥିଲା ଝଡ । ଯେଉଁଥି ପାଇଁ ସ୍ତ୍ରୀ ପ୍ରତିଭା ତାଙ୍କ ଦୁଇ ପୁଅଙ୍କୁ ନେଇ ବାହାରେ ରହୁଥିଲେ । ଆସୁନଥିଲେ ସ୍ଵାମୀଙ୍କ ପାଖକୁ । ଆଉ ଆଜି ଯଦି ବି ଆସିଛନ୍ତି ତେବେ ସେ ଆଉ ନାହାନ୍ତି କି ଯଦି ଅଛି ତାଙ୍କ ପାର୍ଥିବ ଶରୀର ଯାହାର ଦର୍ଶନ ପାଇଁ ଆସିଛନ୍ତି ସ୍ତ୍ରୀ ଆଉ ପିଲା । କିନ୍ତୁ ସ୍ତ୍ରୀ ପିଲାଙ୍କୁ ଦେଖି ଖୁସି ହୋଇ ଆଉ କୋଳାଇବା ଅବସ୍ତାରେ ନାହାନ୍ତି ପିଣ୍ଟୁ ।
ସାନ ପୁଅ ସଂସାର କଣ ବୁଝିବା ଆଗରୁ ବାପା ହାତ ତା ମୁଣ୍ଡ ଉପରୁ ଉଠି ଯାଇଛି । ଖାଲି ସମସ୍ତଙ୍କୁ ଦୁଃଖ ଭରା ଚାହାଣି ରେ ଅନାଇ ରହୁଛି ତାଙ୍କ ସାନ ପୁଅ । କେତେବେଳେ ମାଆ ଆଖିର ଲୁହ ପୋଛି ଦେଉଛି ତ କେତେବେଳେ ମାଆ ଙ୍କୁ କରୁଣା ଚାହାଣିରେ ଚାହୁଁଛି ତାଙ୍କ ସାନ ପୁଅ । ପିଣ୍ଟୁ ନନ୍ଦଙ୍କ ଶେଷ କୃତ୍ୟ ତାଙ୍କ ବଡ ଭାଇଙ୍କ ବଡ ପୁଅ ସମ୍ପର୍ଣ କରିଛି ।
କାରଣ ପିଣ୍ଟୁଙ୍କ ବଡ ପୁଅ ପରୀକ୍ଷା ଦେଉଥିବାରୁ ଆସିପାରିନଥିଲେ । ଆଉ ସାନ ପୁଅ ବହୁତ ସାନ ଥିବାରୁ ମୁଖାଗ୍ନି ଦେଇପାରିନଥିଲେ । ପୁଅ କିଏ ବା ପୁତୁରା କିଏ ତେଣୁ ପୁଅ ସମାନ ପୁତୁରା ଆଜି ସାଜିଛି ସମସ୍ତଙ୍କ ବଳ । ସାନ ବାଇ ଆଖିର ଲୁହକୁ ବି ପୋଛି ଦେଉଛି ବଡ ଭାଇ ।
କଥାରେ ଅଛି ସମୟ ଥାଉ ଥାଉ ସବୁ କିଛିକୁ ସୁଧାରୀ ଦେବା ଆବଶ୍ୟକ ନଚେତ ସବୁକିଛି ହାତରୁ ଚାଲିଯାଇଥାଏ । ସେଇଭଳି ଘଟିଲା ପିଣ୍ଟୁ ନନ୍ଦଙ୍କ ସହ ଆଜି ଯଦି ନିଜକୁ ସୁଧାରୀ ଦେଇଥାନ୍ତେ ପିଣ୍ଟୁ ତେବେ ହୁଏତ ଏସବୁ ଘଟିନଥାନ୍ତା ବୋଲି ଆଶା । ଆଶା କରୁଛୁ ଭଗବାନ ତାଙ୍କ ଆତ୍ମାର ସଦଗତି କରାଇବେ ।