ଜଗନ୍ନାଥଙ୍କୁ ପ୍ରଣାମ କରି ଆରମ୍ଭ କଲେ କହିବା…ଲୁହ ଭିଜା ଆଖିରେ କ୍ଷମା ମାଗିଲେ VK Pandian

ରାଜନୀତି ଛାଡିଲେ ପାଣ୍ଡିୟାନ ! କାର୍ତ୍ତିକ ପାଣ୍ଡିୟାନ ରାଜନୀତିରୁ ଛାଡିଦେଇଛନ୍ତି ବୋଲି ସେ ନିଜେ ଏକ ଭିଡିଓ ଜାରୀ କରି କହିଛନ୍ତି । ତେବେ ଯେଉଁଥିରେ ଭିକେ ପାଣ୍ଡିୟାନ ନିଜର ମନର କଥା ସବୁ ଖୋଲି କହିବା ସହ ସେ ରାଜନୀତି ଛାଡୁଛନ୍ତି ବୋଲି ଭିଡିଓରେ ସ୍ପଷ୍ଠ କରିଛନ୍ତି । ତେବେ ଭିକେ ପାଣ୍ଡିୟାନ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଖରେ କାମ କରିବା ମୋ ଭାଗ୍ୟରେ ଥିଲା । ମୁଁ ତାଙ୍କ ଠାରୁ ବହୁତ କିଛି ଶିଖିବାକୁ ପାଇଛି । ସେ ହେଉଛନ୍ତି ମୋ ଗୁରୁ । ଓଡିଶାର ଲୋକଙ୍କୁ ସେ ଯେମିତି ଭଲ ପାଆନ୍ତି ।

ତାଙ୍କର ସେହି ଭଲ ଗୁଣ ମୋତେ ସବୁବେଳେ ଆକର୍ଷିତ କରେ । ମୁଁ ରାଜନୀତିକୁ ଆସିବାର କେବଳ ଗୋଟିଏ ଉଦ୍ଧେଶ୍ୟ ଥିଲା । ମୁଁ ମୋ ଗୁରୁ ନବୀନ ପଟ୍ଟନାୟକଙ୍କୁ ସହଯୋଗ କରିବା ପାଇଁ ରାଜନୀତିକୁ ଆସିଥିଲି । ହେଲେ ମୋ ବିରୁଦ୍ଧରେ ମିଛ ପ୍ରଚାର ଯୋଗୁ ଆଜି ବିଜୁ ଜନତା ଦଳର ପରାଜୟ ହୋଇଛି । ବିଜୁ ଜନତା ଦଳ ଆଜି ମୋ ପାଇଁ ପରାସ୍ତ ହୋଇଛି । ରାଜନୀତିର ଏହି ଜର୍ଣ୍ଣୀରେ ଯଦି ମୋ ଦ୍ଵାରା କାହାକୁ କିଛି କଷ୍ଟ ହୋଇଥାଏ କି ଖରାପ ଲାଗିଥାଏ ।

ତେବେ ମୁଁ ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବାକୁ ଚାହୁଁଛି । ଯେ ମୋ ପାଇଁ ଆଜି ବିଜେଡି ହାରିଯାଇଛି । ମୁଁ ଆଜି ମୋ ଗୁରୁ ନବୀନ ପଟ୍ଟନାୟକଙ୍କ ପରାଜୟରେ ବହୁତ ଦୁଃଖୀତ ହୋଇଯାଇଛି । ମୋତେ ରାଜନୀତିର କୌଣସି ପଦପଦବୀ କି କ୍ଷମତାର ଆବଶ୍ୟକତା ନାହିଁ । ମୁଁ ରାଜନୀତିରେ ସକ୍ରିୟ ହେବା ପୂର୍ବରୁ ଗତ 12 ବର୍ଷ ଧରି ଓଡିଶାର ଶିକ୍ଷା ଠାରୁ ସ୍ଵାସ୍ଥ ଧରି ସବୁ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବହୁତ ପରିଶ୍ରମ କରିଛି ।

ବାତ୍ୟା ସମୟରେ ନବୀନ ପଟ୍ଟନାୟକଙ୍କ ପାଖରେ ରହି ତାଙ୍କୁ ସହଯୋଗ କରିଥିଲି । ହେଲେ ବିଜୁ ଜନତା ଦଳକୁ ମୋ ବିରୁଦ୍ଧରେ ଅପପ୍ରଚାରରୁ ମୁଁ ବଞ୍ଚାଇ ପରିଲିନି । ଯେଉଁ କାରଣରୁ ବିଜୁ ଜନତା ଦଳକୁ ଆଜି ପରାଜୟର ସାମ୍ନା କରିବାକୁ ପଡିଲା । ତେଣୁ ସଂପୂର୍ଣ୍ଣ ବିଜୁ ପରିବାରର ସଦସ୍ୟ ଓ କର୍ମକର୍ତ୍ତା ମାନଙ୍କୁ ମୁଁ କ୍ଷମା ପ୍ରାର୍ଥନା କରୁଛି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *