ପ୍ରଡ୍ୟୁସର Lubun କଲେ ବଡ ଖୁଲାସା, ଆଉ ଯାହା କହିଲେ ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ ! ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବରିଷ୍ଠ ଓଡିଆ ଫିଲ୍ମ ତଥା ଯାତ୍ରା ଅଭିନେତା ରାଇମୋହନ ପରିଡାଙ୍କ ୫୮ ବର୍ଷ ବୟସରେ ଦେହାନ୍ତ ହୋଇଛି । ଭୁବନେଶ୍ୱରସ୍ଥ ପ୍ରାଚୀ ବିହାରସ୍ଥିତ ତାଙ୍କ ବାସଭବନରୁ ତାଙ୍କ ଝୁଲନ୍ତା ଦେହ ମିଳିଥିଲା । ସେ ଆତ୍ମହତୟଆ କରିଥିବା ସନ୍ଦେହ କରାଯାଉଛି । ସେ ତାଙ୍କର ୨ ଝିଅ ଓ ପତ୍ନୀଙ୍କୁ ଛାଡି ଯାଇଛନ୍ତି । ଓଡିଆ ଚଳଚ୍ଚିତ୍ର ଦୁନିଆର ଭୟଙ୍କର ଖଳ ଚରିତ୍ରରେ ଅଭିନୟ କରି ରାଇମୋହନ ଓଡିଆ ଦର୍ଶକଙ୍କ ହୃଦୟରେ ରହିଯାଇଛନ୍ତି ।

ତାଙ୍କ ବିୟୋଗରେ ଓଡିଆ ଚଳଚ୍ଚିତ୍ର ଶିଳ୍ପ ଅପୂରଣୀୟ କ୍ଷତି ସହିଛି । ସେ ୧୦୦ରୁ ଅଧିକ ଓଡିଆ ଫିଲ୍ମରେ କାମ କରିଥିବା ବେଳେ ପାଖାପାଖି ୧୫ଟି ବଙ୍ଗାଳୀ ଫିଲ୍ମରେ ନିଜ ଅଭିନୟ କଳା ଦେଖେଇଛନ୍ତି । ଖାଲି ଚଳଚ୍ଚିତ୍ର ନୁହେଁ ଯାତ୍ରା ଦୁନିଆରେ ମଧ୍ୟ ତାଙ୍କ ଦମଦାର ସଂଳାପ ଦର୍ଶକଙ୍କୁ ଭୟଭୀତ କରିଦିଏ । ତେବେ ଆତ୍ମହତୟଆ ର ଦିନକ ପୂର୍ବରୁ ରାଇମୋହନ ନେଇଥିଲେ ୩୦ ହଜାର ଟଙ୍କା ।

୨୭ ଓ ୨୮ ତାରିଖରେ ଡବିଂ ପାଇଁ ନେଇଥିଲେ ୩୦ ହଜାର ଟଙ୍କା । ଓଁ ସ୍ୱାହା ଫିଲ୍ମ ସୁଟିଂ ସରିଯାଇଥିବା ବେଳେ କେବଳ ଡବିଂ ବାକି ରହିଛି । ଏହି ଫିଲ୍ମ ପାଇଁ ରାଇମୋହନଙ୍କର ଆଉ ୩୦ ହଜାର ଟଙ୍କା ପାଇବାକୁ ବାକିଥିଲା । ପେମେଣ୍ଟ କ୍ଲିୟର ହେବା ପରେ ସେ ଡବିଂ ପାଇଁ ଆସିଥାନ୍ତେ । ତାଙ୍କ ମୃତ୍ୟୁ ପରେ ଏଭଳି କିଛି ସୂଚନା ଦେଇଛନ୍ତି ଓଲିଉଡ୍ ଜଗତର ଜଣାଶୁଣା ଯୁବ ପ୍ରଡ୍ୟୁସର ତଥା ଡାଇରେକ୍ଟର ଲୁବୁନ ।

ତେବେ ରାଇମୋହନଙ୍କ ପରଲୋକ ଖବର ପାଇବା ପରେ ଲୁବୁନ୍ ତାଙ୍କ ବାସଭବନରେ ପହଞ୍ଚିଥିଲେ । ସେଠାରେ ଓଟିଭି ଆଗରେ ନିଜର ଦଃଖ ପ୍ରକାଶ କରିବା ସହ ଗତକାଲି ରାଇମୋହନଙ୍କୁ ଭେଟିଥିବା ସେ କହିଥିଲେ । ଏମିତିକି ତାଙ୍କ ସହ ବାଣ୍ଟିଥିବା ପ୍ରାୟ ଦୁଇ ଘଣ୍ଟାର ସମୟ ମଧ୍ୟରେ କ’ଣ ସବୁ କଥାବାର୍ତ୍ତା ହୋଇଥିଲେ ସେନେଇ ମଧ୍ୟ ସୂଚନା ଦେଇଥିଲେ ।
ତେବେ ଲୁବୁନ୍‌ ଗତକାଲି ରାଇମୋହନଙ୍କ ଘରକୁ ଆସିବା ବେଳେ କେହି ନଥିଲେ ।

ରାଇମୋହନ ଘରେ ଏକା ବସିଥିଲେ । ଲୁବୁନ୍‌ ଆସି ଘରେ ପହଞ୍ଚିବା ପରେ ତାଙ୍କୁ ଫ୍ରିଜ୍‌ରୁ ମିଠା କାଢ଼ି ଖାଇବାକୁ ଦେଇଥିଲେ ରାଇମୋହନ । ପରେ ଉଭୟ ପ୍ରାୟ ଦୁଇ ଘଣ୍ଟା ଧରି କଥାବାର୍ତ୍ତା ହୋଇଥିଲେ । ଲୁବୁନ୍‌ଙ୍କ ଆଗାମୀ ଫିଲ୍ମ ବିଷୟରେ ମଧ୍ୟ ଉଭୟ କଥା ହେବା ସହ ସେଥିରେ ରାଇମୋହନ ଅଭିନୟ କରିବେ କି ନାହିଁ ସେନେଇ ଆଲୋଚନା କରିଥିଲେ । ଏମିତିକି ଆସନ୍ତା ୨୭ -୨୮ ତାରିଖରେ ଯେଉଁ ଫିଲ୍ମର ସୁଟିଂ ସରିଯାଇଛି, ତାର ଡବିଂ କରିବାକୁ ସେ ସମୟ ଦେଇଥିଲେ ।

ଏହାସହ ଲୁବୁନଙ୍କୁ କହିଥିଲେ ଯେ, ‘ମୋ ଗାଡ଼ିର ଡ୍ରାଇଭର ନାହିଁ । ତେଣୁ ଡବିଂ ଦିନ ତୁ ଆସି ମୋତେ ଟିକେ ସକାଳୁ ନେଇଯିବୁ । ଆଉ ଜଲଦି ଆଣିକି ଛାଡ଼ିଦେବୁ । କାରଣ ମୁଁ ଏବେ ରେଗୁଲାର ଔଷଧ ଖାଉଛି । ଦେହ ଭଲ ରହୁନି । ତେବେ ଏମିତି କିଛି କଥା ହେବା ପରେ ରାଇମୋହନଙ୍କ ପରିବାର ଆସି ଘରେ ପହଞ୍ଚିଥିଲେ । ସେଠାରେ ଲୁବୁନ୍‌ଙ୍କ ସହ ସେମାନଙ୍କର ପରିଚୟ କରାଇଥିଲେ । ଲୁବୁନଙ୍କୁ ଖାଇବା ପାଇଁ ମଧ୍ୟ ରାଇମୋହନ କହିଥିଲେ । କିନ୍ତୁ ଲୁବୁନ ମନା କରିଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *