ଦର୍ଶକ ବନ୍ଧୁ କରୋନା ମହାମାରୀ ସମୟରେ ୟୁଟ୍ୟୁବ ଏବଂ ଫେସବୁକରେ ଛୋଟ ଛୋଟ ଭିଡିଓ ପକାଉ ଥିଲେ ବର୍ତ୍ତମାନ କୁହାଯାଉଥିବା ନମ୍ବର ୟୁଟ୍ୟୁବର ରୂପା-ପିଣ୍ଟୁ । ହଁ ଦର୍ଶକ ବନ୍ଧୁ ଦିନେ ଛୋଟ ଛୋଟ ଭିଡିଓ କରି ରୂପା-ପିଣ୍ଟୁ ୟୁଟ୍ୟୁବ ଏବଂ ଫେସବୁକରେ ପକାଉ ଥିଲେ । ଆଉ ତା ପରେ ଲୋକ ମାନଙ୍କର ଭଲ ପାଇବା ପାଇ ସେ ଆଜି ଏଇଠି ପହଞ୍ଚି ପାରିଛନ୍ତି । ଶଙ୍ଖ ମଲ ମଲ କୋଠା ଘର ସାଙ୍ଗକୁ ଦାମୀ ଗାଡିର ମାଲିକ ମଧ୍ୟ ହୋଇ ସାରିଛନ୍ତି ପିଣ୍ଟୁ ।
ଅନେକ ଲୋକଙ୍କ ଭଲ ପାଇବା ମଧ୍ୟ ପାଇଛନ୍ତି ପିଣ୍ଟୁ କିନ୍ତୁ ଦର୍ଶକ ବନ୍ଧୁ ଏବେ ଯିବା ଖବର ଭିତରକୁ । ଯେଉଁ ଭିଡିଓ ତଳେ ହଜାର ହଜାର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ପଜେଟିଭ କମେଣ୍ଟ ଆସୁଥିଲା ଏବେ କିଛି ଦିନ ହେବ କାହିଁକି କେଜାଣି ପିଣ୍ଟୁଙ୍କ ଭିଡିଓ ତଳେ ନେଗେଟିଭ କମେଣ୍ଟ ଆସୁଛି ।
କିଏ ପିଣ୍ଟୁଙ୍କୁ କହୁଛି ତୁମର ଗର୍ବ ହେଇଗଲାଣି ତ ଆଉ କିଏ ପିଣ୍ଟୁଙ୍କୁ କହୁଛି ଅତୀତକୁ ଭୁଲି ଯାଅନି ପିଣ୍ଟୁ । ହଁ ଦର୍ଶକ ବନ୍ଧୁ ଅତୀତକୁ ଭୁଲି ଯାଅନି ପିଣ୍ଟୁ କାରଣ ତୁମେ ଦିନେ ପର ଗାଡିର ଡ୍ରାଇଭର ସାଯୁ ଥିଲ । ଆଜି ଦୁଇ ଦୁଇଟି ଗାଡିର ମାଲିକ । ଦିନେ ଯେଉଁ ଚାଳରୁ ପାଣି ଗଡୁ ଥିଲା ସେହି ଚାଳରେ ତମେ ରହୁଥିଲ ହେଲେ ଆଜି ଶଙ୍ଖ ମଲ ମଲ କୋଠା ଘର ତିଆରି କରି ରହୁଛ ।
ତୁମେ କାହାକୁ ଡ୍ରାଇଭର କହୁଛ, ତୁମେ କାହାକୁ କ୍ୟାମେରା ବାଲା କହୁଛ, ତୁମେ କାହାକୁ ଗୁପଚୁପ ବାଲା କହୁଛ । ଏସବୁ କଥା କହିବା ପୂର୍ବରୁ ୧୦୦ ଥର ତୁମକୁ ଭାବିବାକୁ ଲୋକେ କହିଲେଣି । ଯେଉଁ ଲୋକଙ୍କ ଭଲ ପାଇବା ପାଇଁ ତୁମେ ଏତେ କମ ସମୟ ମଧ୍ୟରେ ଏଇଠି ପହଞ୍ଚି ପାରିଛ । ଆଉ ତୁମେ ଭୁଲି ଯାଅନି କି ପୂର୍ବ ଅବସ୍ଥାକୁ ତମକୁ ଫେରେଇ ଆଣିବା ପାଇଁ ସେହି ଲୋକଙ୍କୁ ଅଧିକ ସମୟ ଲାଗିବ ନାହିଁ ।
କାରଣ ଲୋକେ କଥା ବାର୍ତ୍ତା ହେଉଛନ୍ତି ଆଉ ଲୋକେ କମେଣ୍ଟରେ ଲେଖୁଛନ୍ତି ଆମେ ଯେଉଁ ପିଣ୍ଟୁକୁ ଭଲ ପାଇବା ଦେଉଥିଲୁ ସେ ପିଣ୍ଟୁ ଏ ପିଣ୍ଟୁ ନୁହଁ । ଗତ କିଛି ଦିନ ହେବ ପିଣ୍ଟୁର ହାବ ଢାବ ଆଉ ବ୍ୟବହାର ପୁରା ବଦଳି ଯାଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।