Kajol ଙ୍କ ସମେତ ଟିକଟକ ରେ ଫେମସ ହୋଇଛନ୍ତି Bollywood ର ଏହି 6 ଫେମସ ହିରୋଇନ ମାନଙ୍କର ଡୁପ୍ଳିକେଟ, ନମ୍ବର 4 ଙ୍କୁ ଦେଖିଲେ ଆପଣ ବି ଖାଇଯିବେ ଧୋକା

ବନ୍ଧୁଗଣ ଆମେ ସବୁ ଜାଣିଥାଉ କି ବଲିଉଡ ର ସବୁ ଅଭିନେତ୍ରୀ ନିଜର ଅଭିନୟ ଓ ନିଜର ସୁନ୍ଦରତା ରେ ସମସ୍ତଙ୍କ ହୃଦୟ କିଣିଦେଇଥାନ୍ତି । ଏବଂ ନିଜର ସ୍ଵଭାଵ ମଧ୍ୟ ଲୋକଙ୍କ ଉପରେ ବହୁତ ପ୍ରଭାବ ପକାଇଥାଏ । ଏବଂ ସେଥିପାଇଁ ଏହି ଅଭିନେତ୍ରୀ ମାନଙ୍କ ପ୍ରଶଂସକ ସେମାନଙ୍କ ଭଳି ଦେଖିବା ପାଇଁ ବହୁତ ପ୍ରୟାସ ମଧ୍ୟ କରିଥାନ୍ତି ।

ସେଥିପାଇଁ ଆମେ ଏହି ବଲିଉଡ ଅଭିନେତ୍ରୀ ଙ୍କ ର ଡୁପ୍ଲିକେଟ ଦେଖିବାକୁ ପାଇଥାଉ । ଏହି ଡୁପ୍ଲିକେଟ ମାନେ ଲୋକପ୍ରିୟ ଆପ ଟିକ୍ ଟକ୍ ରେ ବହୁତ ଦେଖିବାକୁ ମିଳୁଛି । ଏବଂ କିଛି ଜଣ ଏଭଳି ବି ଅଛନ୍ତି ଯିଏ ସେହି ଅଭିନେତ୍ରୀ ମାନଙ୍କ ର ଯାଆଁଳା ଭଉଣୀ ଭଳି ଲାଗନ୍ତି । ତେବେ ଚାଲନ୍ତୁ ଦେଖିନେବା ସେହି ଅଭିନେତ୍ରୀ ମାନଙ୍କ ର ଡୁପ୍ଲିକେଟ ମାନେ କିଏ କିଏ?


୧- ପ୍ରଥମ ରେ ଅଛନ୍ତି କରିସ୍ମା କପୂର । ବଲିଉଡ ର ସୁନ୍ଦରୀ ଅଭିନେତ୍ରୀ କରିସ୍ମା ନିଜ ରୂପ ଓ ଅଭିନୟ ଦ୍ୱାରା ସମସ୍ତଙ୍କ ହୃଦୟ ଜିଣିବା ରେ ସଫଳ ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ସେ ଏହି ସିନେମା ଜଗତରୁ ଦୁରେଇ ରହୁଛନ୍ତି । ଯେଉଁଠି କରିସ୍ମା ଙ୍କୁ ଲୋକମାନେ ବହୁତ ପସନ୍ଦ କରନ୍ତି ସେଇଠି ତାଙ୍କ ଡୁପ୍ଲିକେଟ ଙ୍କୁ ମଧ୍ୟ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ସେ ହେଉଛନ୍ତି ବେଵୋ ଜଡାବା । ସେ ଟିକ୍ ଟକ୍ ରେ ପ୍ରତିଦିନ ନିଜର ଏକ ଭିଡିଓ ପୋଷ୍ଟ କରି ସମସ୍ତଙ୍କୁ ନିଜ ଅଭିନୟ ଓ ସୋନ୍ଦର୍ଯ୍ୟ ରେ ଆଶ୍ଚର୍ଯ୍ୟ ଓ ଆକର୍ଷିତ କରୁଛନ୍ତି ।


୨- ଦ୍ୱିତୀୟ ଅଭିନେତ୍ରୀ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା । ପ୍ରିୟଙ୍କା ବଲିଉଡ ରେ ନିଜର ଅଭିନୟ ର ଯାଦୁ ଦେଖେଇଛନ୍ତି ଏବଂ କେବଳ ବଲିଉଡରେ ନୁହେଁ ହଲିଉଡ଼ ରେ ମଧ୍ୟ ନିଜ ଅଭିନୟ ର ଯାଦୁ ଦେଖେଇ ସାରିଛନ୍ତି । ପ୍ରିୟଙ୍କାଙ୍କ ର ଡୁପ୍ଲିକେଟ ହେଉଛନ୍ତି ଅମାୟା ଡାଙ୍ଗରେ । ଅମାୟା ପ୍ରିୟଙ୍କା ଙ୍କ ର ବହୁତ ବଡ ପ୍ରଶଂସକ ଏବଂ ସେଥିପାଇଁ ସେ ତାଙ୍କ ଲୁକ କୁ କପି କରନ୍ତି ଏବଂ ପ୍ରିୟଙ୍କା ଙ୍କ ର ଗୀତ ଓ ଡାଇଲଗ ରେ ଭିଡିଓ ବନେଇ ପୋଷ୍ଟ କରୁଛନ୍ତି ଓ ଲୋକମାନେ ମଧ୍ୟ ତାଙ୍କୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି ।


୩-ତୃତୀୟ ଅଭିନେତ୍ରୀ ହେଲେ ଆଲିଆ ଭଟ୍ଟ । ଆଲିଆ ମହେଶ ଭଟ୍ଟ ଙ୍କ ଝିଅ । ସେ ନିଜ ନୂତନ ଅନ୍ଦାଜ ରେ ଅଭିନୟ କରି ସମସ୍ତଙ୍କ ଲୋକପ୍ରିୟ ହୋଇ ପାରିଛନ୍ତି । ସେହି ଭଳି ଆଲିଆ ଙ୍କ ଡୁପ୍ଲିକେଟ ସମାୟା ଆସୁ । ସେ ଆଲିଆ ଙ୍କ ର ‘ଗଲି ବୟ’ ଫିଲ୍ମର ଏକ ଡାଇଲଗ ରେ ସେ ପ୍ରଥମ ଭିଡିଓ କରି ସମସ୍ତ ଙ୍କ ନଜର କୁ ଆସିଥିଲେ ଏବଂ ବହୁତ ଲୋକପ୍ରିୟ ମଧ୍ୟ ହୋଇଥିଲେ । ସମାୟା ଉତ୍ତରାଖଣ୍ଡ ରେ ବାସ କରନ୍ତି ।


୪- ଚତୁର୍ଥ ଅଭିନେତ୍ରୀ ହେଲେ ଐଶ୍ୱର୍ଯ୍ୟା ରାୟ । ଐଶ୍ୱର୍ଯ୍ୟା ବଲିଉଡ ର ସବୁଠୁ ସୁନ୍ଦରୀ ଓ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ । ସେ ନିଜର ଅଭିନୟ ଛଡା ନିଜର ସୋନ୍ଦର୍ଯ୍ୟ ରେ ହିଁ ଲୋକମାନଂକୁ ବହୁତ ପ୍ରଭାବିତ କରିଛନ୍ତି । ଐଶ୍ୱର୍ଯ୍ୟା ଙ୍କ ର ଡୁପ୍ଲିକେଟ ହେଲେ ମାନସୀ ନାୟକ । ମାନସୀ ନିଜର ଅଭିନୟ ରେ ସମସ୍ତଙ୍କୁ ଆକର୍ଷିତ କରିଛନ୍ତି ଏବଂ ସେ ଐଶ୍ୱର୍ଯ୍ୟା ଙ୍କ ଭଳି ବେଶ ମଧ୍ୟ ହୋଇଥାନ୍ତି । ଏବଂ ତାଙ୍କ ଆଖି ମଧ୍ୟ ଐଶ୍ୱର୍ଯ୍ୟା ଙ୍କ ଭଳି ନୀଳ ଓ ସୁନ୍ଦର ।


୫- ପଞ୍ଚମ ଅଭିନେତ୍ରୀ ହେଲେ କଟ୍ରିନା କେଫ୍ । କଟ୍ରିନା ବହୁତ କମ ସମୟ ରେ ବଲିଉଡ ର ଏକ ସଫଳ ଅଭିନେତ୍ରୀ ହୋଇପାରିଛନ୍ତି । ସେ ନିଜର ଅଭିନୟ ଓ ନିଜର ରୂପ ରେ ସମସ୍ତଙ୍କ ହୃଦୟରେ ଘର କରିପାରିଛନ୍ତି । ତାଙ୍କ ଡୁପ୍ଲିକେଟ ହେଲେ ଏଲିନା ରାୟ । ସେ ଲଣ୍ଡନ ର ଜଣେ ମଡେଲ ଏବଂ ଏବେ ସେ ଭାରତରେ ମଧ୍ୟ ମଡେଲିଙ୍ଗ କରୁଛନ୍ତି ଓ ଟିକ୍ ଟକ୍ ରେ ଭିଡିଓ ମଧ୍ୟ କରୁଛନ୍ତି ଏବଂ ସେ କଟ୍ରିନା ଙ୍କ ର ଯାଆଁଳା ଭଉଣୀ ଦେଖାଯାନ୍ତି ।


୬- ଷଷ୍ଠ ଅଭିନେତ୍ରୀ ହେଲେ କାଜୋଲ । କାଜୋଲ ବଲିଉଡ ର ଏକ ସଫଳ ଅଭିନେତ୍ରୀ । ସେ ନିଜର ଚୁଲବୁଲି ଓ ମଜାକିଆ ଅନ୍ଦାଜ ରେ ସମସ୍ତଙ୍କ ହୃଦୟରେ ଘର କରିପାରିଛନ୍ତି । ତାଙ୍କ ଡୁପ୍ଲିକେଟ ହେଉଛନ୍ତି ପିଙ୍କି ସାହା । ସେ କାଜୋଲ ଙ୍କ ଭଳି ଅଭିନୟ କରନ୍ତି ଓ ଏହା କୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରନ୍ତି ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *