ଲୋକମାନେ ଖାଲି ରାଣୀକୁ ଦେଖିବାକୁ ଆସୁଛନ୍ତି, ମୋର ଆଉ ଦୁଇଟା ପେଣ୍ଡାଲ ଥିଲେ ବି ଫୁଲ ହେଇଯାଇଥାନ୍ତା Rani panda

ଦୈତାରୀ ପଣ୍ଡାଙ୍କୁ ଟପେଇଦେଲା ରାଣୀ ପଣ୍ଡା ! ଖଣ୍ଡଗିରିରେ ଯାତ୍ରା ଦେଖିବାକୁ ଯାତ୍ରାପ୍ରେମୀ ଅନାଇ ବସିଥାନ୍ତି । ତେବେ ଠିକ ସେହିପରି ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଖଣ୍ଡଗିରିରେ ଯାତ୍ରାର ଆୟୋଜନ କରାଯାଇଥିଲା । ହେଲେ ଏହି ଚଳିତ ବର୍ଷ ଖଣ୍ଡଗିରି ଯାତ୍ରାର ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ତେବେ ଖଣ୍ଡଗିରିରେ ଅନେକ ଯାତ୍ରା ପାର୍ଟି ପଡିଥିଲେ ମଧ୍ୟ ଗୌରୀ ଗଣନାଟ୍ଯର ଡିମାଣ୍ଡ ଚଳିତ ବର୍ଷ ଅଧିକ ରହିଛି ।

କାରଣ ଏହି ବର୍ଷ ଗୌରୀ ଗଣନାଟ୍ଯ ପରିବେଷଣ କରିଥିବା ଯାତ୍ରାଟିର ନାମ ରଖାଯାଇଛି ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା । ଯେଉଁ ଯାତ୍ରାରେ ମୁଖ୍ୟ ନାୟିକା ଭାବେ ଅଭିନେତ୍ରୀ ରାଣୀ ଅଭିନୟ କରି ଦର୍ଶକଙ୍କର ମନ କିଣିଛନ୍ତି । ତେବେ ଏହି ସବୁ ମଧ୍ୟରେ ଅଭିନେତ୍ରୀ ରାଣୀଙ୍କୁ ନେଇ ଯାତ୍ରା ମାଲିକ ଏଭଳି କିଛି ନିଜର ପ୍ରତିକ୍ରୟା ରଖିଛନ୍ତି । ତେବେ ତାଙ୍କ କହିବ ଆଧାରରେ ରାଣୀ ପଣ୍ଡା ବର୍ତ୍ତମାନ ମାର୍କେଟରେ ରହିଛି ।

ଏ ବର୍ଷ ଗୌରୀ ଗଣନାଟ୍ଯର ଯାତ୍ରା କାହାଣୀ ଯେତେ ଦମଦାର ହୋଇଛି ରାଣୀ ପଣ୍ଡାଙ୍କ ଅଭିନୟ ମଧ୍ୟ ଏଥିରେ ସେତିକି ଦମଦାର ରହିଛି । ଖାସ୍ କରି ଲୋକମାନେ ରାଣୀ ପଣ୍ଡାଙ୍କୁ ଦେଖିବାକୁ ଖଣ୍ଡଗିରି ଆସୁଛନ୍ତି । ଖଣ୍ଡଗିରି ଯାତ୍ରାର ଦୀର୍ଘ ବର୍ଷର ରେକର୍ଡ ଭାଙ୍ଗିଦେଇଛନ୍ତି ରାଣୀ ପଣ୍ଡା । ଏ ବର୍ଷ ବରିଷ୍ଠ କଳାକାର ଦୈତାରୀ ପଣ୍ଡାଙ୍କର ରେକର୍ଡ ଭାଙ୍ଗି ଦେଇଛନ୍ତି ରାଣୀ ପଣ୍ଡା । କାରଣ ଖଣ୍ଡଗିରିକୁ ଏତେ ସଂଖ୍ୟକ ଦର୍ଶକ ରାଣୀ ପଣ୍ଡାଙ୍କୁ ଦେଖିବାକୁ ଆସୁଛନ୍ତି । ଯଦି ଆମ ପାର୍ଟିର ଆଉ 2 ଟା ପେଣ୍ଡାଲ ପଡିଥାନ୍ତା । ତେବେ ମଧ୍ୟ ପେଣ୍ଡାଲ ହାଉସଫୁଲ୍ ରହିଥାନ୍ତା ।

ଯାତ୍ରାର ନାମ ରଖାଯାଇଛି ରାଣୀ ପଣ୍ଡାକୁ ଖଣ୍ଡଗିରି ମନା । ହେଲେ ଯାତ୍ରା ଦେଖିଲେ ହିଁ ରାଣୀଙ୍କର କାହାଣୀ ସ୍ପଷ୍ଠ ଭାବରେ ବୁଝିପାରିବେ । ହେଲେ ଆଉ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା ନୁହେଁ, ବଂର ରାଣୀ ପଣ୍ଡା ପାଇଁ ଖଣ୍ଡଗିରି ସବୁଦିନ ପାଇଁ ଖୋଲା ହୋଇଗଲା ବୋଲି ଚର୍ଚା ହେବାରେ ଲାଗିପଡିଛି । ତେବେ ଆପଣ ମାନଙ୍କୁ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କର ଅଭିନୟ କିପରି ଲାଗେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଏଥିସହ ଏହିଭଳି ଖବରର ଅପଡେଟ ପାଇବା ପାଇଁ ଆମ ସହ ଆଗକୁ ଯୋଡି ହୋଇ ରହିବା ଏପାଇଁ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *