ବନ୍ଧୁଗଣ ଭିକ ମାଗିବା ବୃତିକୁ ଯଦି ଦୁନିଆର ସବୁଠାରୁ ପୁରୁଣା ଧନ୍ଦା କୁହାଯାଏ ତା ହେଲେ ଭୁଲ ହେବନି । ଏହି ଧନ୍ଦାରେ ଲାଭ ହେବାର 100 ପ୍ରତିଶତ ସମ୍ଭାବନା ରହିଥାଏ । ଏହି ଧନ୍ଦାକୁ ଆରମ୍ଭ କରିବା ପାଇଁ କୌଣସି ପୁଞ୍ଜିର ଆବଶ୍ୟକତା ପଡେ ନାହିଁ । ଆପଣ ମାନଙ୍କୁ ସମସ୍ତ ସ୍ଥାନରେ ଭିକାରି ମିଳିଯିବେ ଯେଉଁ ମାନେ ଭିକ ମାଗୁଥିବେ । ଆଜି ଆମେ ଆପଣ ମାନଙ୍କୁ ଭାରତର ଏପରି କିଛି ଭିକାରିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ବିଷୟରେ ଜାଣିବା ପରେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ ।
ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ଭିକାରିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ କେବଳ ନାଁକୁ ଭିକାରି ବାସ୍ତବ ଜୀବନରେ ଏମାନେ ଭିକ ମାଗି ଲକ୍ଷପତି ହୋଇଯାଇଛନ୍ତି । ୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ଭିକାରି ହେଉଛି ଭରତ ଜେନ । ଭରତ ମୁମ୍ବାଇରେ ରୁହେ ସେ ଭିକ ମାଗି ନିଜ ପରିବାର ପାଇଁ ୮୦ ଲକ୍ଷ ଟଙ୍କାର ଫ୍ଲାଟ କିଣିଛି । ଭରତଙ୍କ କଥା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଗୋଟେ ଭିକାରି ୮୦ ଲକ୍ଷ ଟଙ୍କାର ଫ୍ଲାଟ କିଣିଛି ଏହା ଠାରୁ ଆଶ୍ଚର୍ଯ୍ୟ ଜନକ କଥା ଆଉ କଣ ବା ହେବ ।
୨. ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛି ସମ୍ଭାବୀ । ବନ୍ଧୁଗଣ ସମ୍ଭାବୀ ମୁମ୍ବାଇରେ ଭିକ ମାଗେ ଆଉ ସେ ପ୍ରତିଦିନ ଦେଢ ହଜାର ଟଙ୍କା ରୋଜଗାର କରେ । ସମ୍ଭାବୀ ପାଖରେ ୪ଟି ଘର ଅଛି । ସମ୍ଭାବୀର ବେଙ୍କରେ ବି ପ୍ରବଳ ଟଙ୍କା ରହିଛି । ସମ୍ଭାବୀ ଭିକ ମାଗୁଥିଲେ ବି ସମସ୍ତ ସୁଖ ସୁବିଧାର ଜୀବନ ଅତିବାହିତ କରୁଛି ।
୩. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛି ହାଜୀ । ହାଜୀ ନାମକ ଜଣେ ଭିକାରି ମୁମ୍ବାଇରେ ଭିକ ମାଗୁଛି । ମିଡିଆ ରିପୋର୍ଟସ ଅନୁସାରେ ହାଜୀ ଦିନକୁ ଭିକ ମାଗି ୨୦୦୦ ଟଙ୍କା ଅର୍ଜନ କରୁଛି । ହାଜୀ ପାଖରେ ଏକ କାରଖାନା, ନିଜର ଘର ଆଉ ବହୁତ ସାରା ଫ୍ଲାଟ ଅଛି । ହାଜୀକୁ ଆପଣ ମାନେ ଲକ୍ଷପତି କହଲେ ଭୁଲ ହେବ ନାହିଁ ।
୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛି କ୍ରୀଷ୍ଣା କୁମାର । କୃଷ୍ଣା ଚାରିଣୀ ରୋଡରେ ଭିକ ମାଗେ । କୃଷ୍ଣା ପାଖରେ ଲକ୍ଷ ଲକ୍ଷ ଟଙ୍କା ଅଛି । ତା ପାଖରେ ଏକ ବଡ ଫ୍ଲାଟ ଅଛି । କ୍ରୀଷ୍ଣା ପ୍ରତିଦିନ ଚାରିଣୀ ରୋଡରେ ଭିକ ମାଗି ଏତେ ଟଙ୍କା ଅର୍ଜନ କରିଛି ଆଉ ଏବେ ଏକ ସୁଖମୟ ଜୀବନ ଅତିବାହିତ କରୁଛି ।
୫. ବନ୍ଧୁଗଣ ଗତ କିଛି ଦିନ ତଳେ ଏକ ଭିକାରି ଘରୁ ଲକ୍ଷ ଲକ୍ଷ ଟଙ୍କାର ନୋଟ ମିଳି ଥିଲା । ଏହି କଥା କେବେ ବି ସାମ୍ନାକୁ ଆସି ନଥାନ୍ତା ହେଲେ ଭିକାରିର ଘରେ ନିଆଁ ଲାଗି ଯିବାରୁ ଏହି କଥା ସାମ୍ନାକୁ ଆସିଲା । ଏହି ଭିକାରିର ନାମ ଆଉ ଠିକଣା ବିଷୟରେ କୌଣସି ସୂଚନା ନାହିଁ ହେଲେ ଭାବନ୍ତୁ ଏହି ଭିକାରି କେତେ ଲକ୍ଷ ଟଙ୍କାର ମାଲିକ ଥିବ ।