‘ମୋତେ ବ୍ଲାକମେଲ୍ କରୁଛନ୍ତି କହୁଛନ୍ତି ମୋ ଅ-ଶ୍ଳୀଳ ଫଟୋ…’ ଲୋନ ଆଶାରେ ଲିଙ୍କ କ୍ଲିକ କରି ଫସିଲେ ଯୁବକ, ସେ କଣ କହୁଛନ୍ତି ଦେଖନ୍ତୁ ଏହି Video

6 ତାରିଖରେ ଆକାଉଣ୍ଟ ବ୍ଲକ ହେଲା ଆଉ 11 ତାରିଖରେ ଆକାଉଣ୍ଟକୁ ପଇସା ଆସିଲା । ଏ କଥା ବେଙ୍କ କହୁନି ଏ କଥା କହୁଛନ୍ତି ଫ୍ରଡ ସଂସ୍ଥା ମାନେ । ସିଧା ସଳଖ ଏକ ମୋବାଇଲ ଆସିଲା ତୁମ ଆକାଉଣ୍ଟରେ 18 ହଜାର ଟଙ୍କାର ଲୋନ ଆପୃଭ ହେଇଯାଇଛି । ଆଉ ମେସେଜକୁ କ୍ଲିକ କରିବା ପରେ ମୋବାଇଲରୁ ଚୋରୀ ହେଇଗଲା ସବୁ ଡାଟା । ଆଉ ତା ପରେ ଖେଳି ଚାଲିଲେ ଫ୍ରଡ ସଂସ୍ଥା ।

ସେହି ଯୁବକ ଜଣକ ଗଣମାଧ୍ୟମ ସାମ୍ନାରେ ନିଜର ଅଭିଯୋଗ ଆଣିଛନ୍ତି ଯାହାଙ୍କ ସହ ଏଭଳି ଫ୍ରଡ ଘଟିଛି । ଯୁବକଙ୍କ କହିବା ମୁତାବକ-‘ମୁଁ କିଛି ବି ଲୋକ ଆପ୍ଳାଏ କରି ନଥିଲି ଗତ 15 ଦିନ ତଳେ ମୋ ରେଜିଷ୍ଟର ବିଏସଏନଏଲ ମୋବାଇଲ ନମ୍ବରରେ ଏକ ମେସେଜ ଆସିଥିଲା ଆଉ ମୁଁ ସେ ଲିଙ୍କକୁ କ୍ଲିକ କରି ଏକ ଆପ୍ଲିକେସନ ଇନଷ୍ଟଲ କରିଥିଲି । ଏହା ପରେ ମୁଁ ବ୍ଯାଙ୍କ ଯାଇଥିଲି ଆଉ ବେଙ୍କ ମ୍ୟାନେଜରଙ୍କ ସହ କଥା ହୋଇଥିଲି ।

ଯେହେତୁ ମୋର ସେଇଟା 6 ତାରିଖରେ ବ୍ଲକ ଆକାଉଣ୍ଟ ହେଇଛି ତେଣୁ ପଇସା କେବେ ବି ଆସିବନି ବୋଲି ବେଙ୍କ ମ୍ୟାନେଜର କହିଥିଲେ । ଏହା ପରେ ସେମାନେ ମୋତେ ବ୍ଲାକଅମେଏଲ କରୁଛନ୍ତି ଆଉ କହୁଛନ୍ତି ଆପଣଙ୍କ ଆକାଉଣ୍ଟକୁ ପଇସା ଯାଇଛି ଯଦି ଆପଣ ପଇସା ନ ଦେବେ ଆମେ ଆପଣଙ୍କ କଣ୍ଟାକ୍ଟ ଲିଷ୍ଟ ରେ ଖରାପ ଫଟୋ ଓ ଭିଡିଓ ଛାଡ଼ିବୁ । ସେମାନେ ଏହି ଜିନିଷ ପହଡଦିନ କରିଛନ୍ତି 20 ଜଣଙ୍କୁ ଏସବୁ ଛାଡି ଛନ୍ତି ।

ସେଇଥିପାଇଁ ମୁଁ ଯାଇକି ସାଇବର କ୍ରାଇମରେ ଗୋଟେ ଏଫଆଇଆର କରିଥିଲି । ସାଇବର ପୋଲିସ 10 ଦିନ ଅବସର୍ବ କରିବ ବୋଲି କହିଛି ଆଉ ମୁଁ ଦେଇଥିବା ନମ୍ବର ଟ୍ରେସ କରିବେ ବୋଲି କହିଛନ୍ତି । ମୁଁ ଅଳ୍ପକେ ବର୍ତ୍ତୀ ଯାଇଛି କାରଣ ମୋ ଆକାଉଣ୍ଟରୁ କିଛି ପଇସା ଅବଶ୍ୟ କଟିନି ବହୁତ ଲୋକଙ୍କ ଆକାଉଣ୍ଟରୁ ପଇସା କଟି ଯାଇଛି ।

ହେଲେ ସେମାନେ ମୋତେ ଧମକ ଦେଉଛନ୍ତି ଯଦି ମୁଁ ତାଙ୍କୁ 18 ହାଜାର ଟଙ୍କା ନ ଦିଏ ତା ହେଲେ ସେ ମୋର ଫେସବୁକ, ଇନ୍ସ୍ଟାଗ୍ରାମରୁ ଫଟୋ ନେଇ ମୋ କଣ୍ଟାକ୍ଟରେ ଥିବା ଲୋକ ମାନଙ୍କୁ ଅଶ୍ଳୀଇଳ ଭିଡିଓ ପଠେଇବେ । ମୁଁ କେବଳ ଏତିକି କହୁଛି ସମସ୍ତେ ଏ ସବୁ ଫ୍ରଡରୁ ବଞ୍ଚିକି ରୁହନ୍ତୁ କାରଣ ଏ ସବୁ ଏବେ କମନ ହେଇଯାଇଛି’ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *