Liver ର ସବୁ ମଇଳା ମାତ୍ର 1 ଥରରେ ସଫା କରନ୍ତୁ ଓ ରୋଗରୁ ପାଆନ୍ତୁ ମୁକ୍ତି, କେବଳ କରନ୍ତୁ ଏହି ଉପାୟ (Health Tips)

ନମସ୍କାର ବନ୍ଧୁଗଣ ତେବେ ଆମର ଦୈନଦିନ ଜୀବନରେ ଆମେ ଅନେକ ପ୍ରକାରର ଖାଦ୍ୟ ଖାଉ । ଏବଂ ଅନେକ କାର୍ଯ୍ୟ କରୁ ମଧ୍ୟ । ପ୍ରାୟତଃ ସମସ୍ତେ ବାହାର ଏବଂ ହୋଟେଲରେ ମସଲା ଜାତୀୟ ଖାଦ୍ୟ ଖାଇବା କୁ ବେଶୀ ପସନ୍ଦ କରିଥାନ୍ତି ଏବଂ ଘର ଖାଇବାକୁ ଅଳ୍ପ ଖାଆନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି ନାହିଁ । କିନ୍ତୁ ବାହାର କିମ୍ବା ହୋଟେଲ ରେ ଯେଉଁ ଖାଦ୍ୟ ଆମକୁ ଦିଆଯାଏ ସେଥିରେ ଅନେକ ପ୍ରକାରର କେମିକଲ ଥାଏ ଏବଂ ବାସୀ ମଧ୍ୟ ଥାଏ ।


ତା ଛଡା ସେ ଯେଉଁ ତେଲ ରେ ପ୍ରସ୍ତୁତ ହୋଇଥାଏ ତାହା ମଧ୍ୟ ଖରାପ ତେଲ ଥାଏ । ଏବଂ ସେହି ତେଲ ରେ ପ୍ରସ୍ତୁତ ଖାଦ୍ୟ କୁ ଖାଇ ଆମେ ଅନେକ ରୋଗରେ ପୀଡ଼ିତ ହୋଇଥାଉ । ତେବେ ଏହା ଦ୍ୱାରା ଆମ ରକ୍ତ ମଧ୍ୟ ଅଶୁଦ୍ଧ ହୋଇ ଥାଏ । ତେବେ ଆଜି ଆମେ ଜାଣିବା କି କିପରି ଆମେ ୧୫ ଦିନ ରେ ଆମର ଲିଭର କୁ ସଫା କରିବା । ତେବେ ଏମିତି କରିବା ଦ୍ଵାରା ଆପଣଙ୍କ ଲିଭରର ଭିତର ସଫା ହୋଇଯାଇଥାଏ ତା ସହିତ ଏହା ପୁରା ଶରୀରର ରକ୍ତକୁ ମଧ୍ୟ ସଫା କରିଥାଏ ।

ଲିଭର ଆମ ଶରୀରରେ ଇଞ୍ଜିନ ଭଳି କାମ କରିଥାଏ । ଯେବେ ଆମେ କିଛି ବି ଖାଇଥାଉ ତାହା ଲିଭର ଦେଇ ଗତି କରିଥାଏ ଓ ଲିଭର ଆମ ପୁରା ଶରୀରକୁ ନିୟନ୍ତ୍ରଣ କରି ରଖିଥାଏ । ଭଲ ଭାବେ ହଜମ ହେଉଥିବା ଖାଦ୍ୟ ନ ଖାଇବା କାରଣରୁ ଲିଭର ଗରମ ହୋଇଥାଏ ଓ ଫ୍ୟାଟି ଲିଭର ଭଳି ସମସ୍ୟା ଦେଖା ଦେଇଥାଏ ଯାହାକୁ ଭଲ କରିବା ପାଇଁ ଆମେ ଔଷଧର ସାହାରା ନେଇଥାଉ ।


ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇ ନଥାଏ । ଏଥିପାଇଁ ଆପଣଙ୍କୁ ବର୍ଷରେ ୩-୪ ଥର ନିଜ ଲିଭର କୁ ସଫା କରିନେବା ଆବଶ୍ୟକ ଯାହା ଦ୍ଵାରା ଭବିଷ୍ୟତରେ ଆପଣଙ୍କୁ କୌଣସି ସମସ୍ୟାର ସାମ୍ନା କରିବାକୁ ନ ପଡେ । ଆଜି ଆମେ ଆପଣଙ୍କୁ କହିବୁ କି କିପରି ଆପଣ କିସମିସ ପାଣିରେ ନିଜ ଲିଭର କୁ ସଫା କରି ଲିଭର ଜନିତ ସବୁ ସମସ୍ୟାରୁ ମୁକ୍ତି ପାଇ ପାରିବେ ।  କଣ ଆପଣ ଜାଣିଛନ୍ତି କି କିସମିସ ର ପାଣି ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭକାରୀ ଅଟେ ।

କଣ ଆପଣଙ୍କୁ ଜଣା ଅଛି କି କିସମିସ ର ପାଣି ଆମ ଲିଭର ସମସ୍ୟାକୁ ଭଲ କରିବା ପାଇଁ ବହୁତ ଉପଯୋଗୀ ଅଟେ । ଏହା ଆମ ଲିଭର ର ରାସାଯନିକ କ୍ରିୟାକୁ ବଢାଇଥାଏ ଯାହା ଦ୍ଵାରା ଆମର ରକ୍ତ ବହୁତ ଶୀଘ୍ର ସଫା ହେବାକୁ ଲାଗିଥାଏ । ତେବେ ଯଦି ଆପଣ କିସମିସ ପାଣିର ସେବନ ଲଗାତାର ୪ ଦିନ ପର୍ଯ୍ୟନ୍ତ କରନ୍ତି ତେବେ ଦେଖିବେ କି ପାଚନ କ୍ରିୟା ପୂର୍ବରୁ ଅଧିକ ବଢିଯିବ ଓ ତା ସହିତ ଆପଣଙ୍କୁ ନିଜ ଶରୀରରେ ପୂର୍ବ ଠାରୁ ଅଧିକ ଶକ୍ତି ର ଅନୁଭବ ହେବ ।

କଣ ଆପଣଙ୍କୁ ଜଣା ଅଛି କି କିସମିସ ପାଣି ର ସେବନ କରିବା ଦ୍ଵାରା ଆପଣଙ୍କ ଶରୀରକୁ କଣ କଣ ଲାଭ ମିଳିଥାଏ । କିଛି ପ୍ରକାରର ରୋଗରେ ସକାଳେ କିସମିସ ର ପାଣି ପିଇବା ପାଇଁ କୁହା ଯାଇଥାଏ । କାରଣ ଏଥିରୁ ଶରୀରରେ ଜମିଥିବା ଖରାପ କୋଲେଷ୍ଟ୍ରୋଲ ରୁ ମୁକ୍ତି ମିଳିଥାଏ । ଏହା ଆମର କୋଷ୍ଟ କାଠିନ୍ୟ ଓ ପେଟର ସବୁ ସମସ୍ୟା କୁ ଦୂର କରିଥାଏ । କିସମିସ ଆଣ୍ଟି ଅକ୍ସିଡେଣ୍ଟ ର ଏକ ପ୍ରାକୃତିକ ରୂପ ଅଟେ ।


ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ କିସମିସକୁ ଭଲଭାବେ ଧୋଇନେବା । ଏହା ପରେ ଦୁଇ ଗ୍ଲାସ ପାଣିକୁ ଭଲ ଭାବେ ଗରମ କରନ୍ତୁ ଓ ସେଥିରେ କିସମିସ ମିଶାଇ ହାରାହାରି ୨୦ ମିନିଟ ପର୍ଯ୍ୟନ୍ତ ତାକୁ ଫୁଟିବାକୁ ଦିଅନ୍ତୁ । ଏହା ପରେ ଗ୍ୟାସ ବନ୍ଦ କରି କିସମିସ କୁ ରାତି ସାରା ସେହି ପାଣିରେ ରହିବାକୁ ଦିଅନ୍ତୁ । ତା ପର ଦିନ ସକାଳେ ପୁଣି ଥରେ ସେହି ପାଣିକୁ ଖାଇବା ଭଳି ଗରମ କରି ଛାଣି ଖାଲି ପେଟରେ ଏହାର ସେବନ କରନ୍ତୁ ।

ଧ୍ୟାନ ରଖିବେ ଏହାକୁ ସେବନ କରିବାର ଅଧ ଘଣ୍ଟା ପୂର୍ବରୁ ବା ଅଧ ଘଣ୍ଟା ପର୍ଯ୍ୟନ୍ତ କୌଣସି ଜିନିଷର ସେବନ କରନ୍ତୁ ନାହିଁ । ତେବେ ରକ୍ତ ଓ ଲିଭର କୁ ଭଲ ଭାବେ ସଫା କରିବା ପାଇଁ ଏହାକୁ ୪ ଦିନ ପର୍ଯ୍ୟନ୍ତ ସେବନ କରିବା ଜରୁରୀ ଅଟେ ଓ ତା ସହିତ ସେହି ୪ ଦିନ ପର୍ଯ୍ୟନ୍ତ ଏମିତି କୌଣସି ଜିନିଷ ଖାଇବେ ନାହିଁ ଯାହା ଆମ ଶରୀରରେ ଚର୍ବି ସୃଷ୍ଟି କରିଥାଏ । ତା ଜାଗାରେ ଯଦି ଆପଣ ଫଳ ବା ପରିବାର ସେବନ କରନ୍ତି ଏହା ଲାଭକାରୀ ହୋଇଥାଏ ଓ ଏହି ପ୍ରକ୍ରିୟାକୁ ଅଧିକ ବଢାଇଥାଏ ।

ତେବେ ଆପଣଂକୁ ଏହି ଲେଖା କିପରି ଲାଗିଲା ନିଜର ମତାମତ ପ୍ରଦାନ କରନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *