‘ଆମେ ବହୁତ ଭାଗ୍ୟବାନ କି ଲିପ୍ସା ଭଳି ବୋହୂ ପାଇଛୁ, ସେ ମୋର ଭାଉଜ ହେବ, ମୁଁ ବହୁତ ଖୁସି କି ସେ…’

ବନ୍ଧୁଗଣ ଆପଣ ମାନେ ସମସ୍ତେ  ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କୁ ବେସ ଭଲ ଭାବରେ ଜାଣିଥିବେ ଆଉ ତାଙ୍କର ଜବରଦସ୍ତ ଅଭିନୟ ବି ନିଶ୍ଚୟ ଦେଖିଥିବେ । ଲିପ୍ସା ମିଶ୍ର ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଲିପ୍ସାଙ୍କ ଜବରଦସ୍ତ ଅଭିନୟ ଏବଂ ତାଙ୍କ ସୁନ୍ଦରତାକୁ ସମସ୍ତ ଲୋକ ବେସ ଅଧିକ ପସନ୍ଦ କରନ୍ତି ।

ତେବେ ଲିପ୍ସା କେବଳ ସିରିଏଲ ନୁହେଁ ସେ କେତେକ ଓଡିଆ ଫିଲ୍ମରେ ବି ନିଜର ଅଭିନୟ ଜାଦୁ ଦର୍ଶକଙ୍କୁ ଦେଖାଇ ଛନ୍ତି । ସେ 30 ରୁ ଅଧିକ ଓଡିଆ ଫିଲ୍ମରେ ଅଭିନୟ କରିଛନ୍ତି । ଏହା ସହ ସେ ଅନେକ ଆଲବମ ଭିଡିଓ ମଧ୍ୟ କରିଛନ୍ତି । ଏମିତିରେ ଲିପ୍ସା ନିଜ ଅଭିନୟ ଏବଂ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ହେଲେ ସେ ଗତ କିଛି ଦିନ ହେବ ନିଜ ବିବାହ ପାଇଁ ଚର୍ଚ୍ଚାରେ ରହୁଛନ୍ତି ।

ତେବେ ଗତ କାଲି ତାଙ୍କର ସଙ୍ଗୀତ କାର୍ଯ୍ୟକ୍ରମ ସରିଛି ଆଉ ଏହି କାର୍ଯ୍ୟକ୍ରମରେ ଓଡିଆ ଇଣ୍ଡଷ୍ଟ୍ରିର ଅନେକ ବଡ ବଡ କଳାକାର ମାନେ ଯୋଗ ଦେଇଥିଲେ । ତେବେ ଏହାରି ମଧ୍ୟରେ ଲିପ୍ସାଙ୍କ ନଣନ୍ଦ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ଖୁସି ପ୍ରକାଶ କରିଛନ୍ତି ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ସେ ଏହି ସାକ୍ଷାତ୍କାରରେ କହିଛନ୍ତି-‘ଲିପ୍ସା ଆଉ ଆକାଶଙ୍କର ବିବାହ ହେବାକୁ ଯାଉଛୁ ।

ଆଉ ଲିପ୍ସା ମୋର ଭାଉଜ ହେବାକୁ ଯାଉଛନ୍ତି ଏହା ଆମ ସମସ୍ତଙ୍କ ପାଇଁ ବହୁତ ଖୁସିର ମୂହୁର୍ତ୍ତ । ଆମେ ଜାଣି ନଥିଲୁ ଏତେ ଶୀଘ୍ର ବିବାହ ହେଇଯିବ ଆଉ ଦେଖୁ ଦେଖି ସଙ୍ଗୀତ ବି ସରିଗଲା । କାଲି ଉଭୟଙ୍କ ବାହାଘର ମୁଁ ଏତିକି ଭଗବାନଙ୍କୁ ପ୍ରାର୍ଥନା କରିବି ଉଭୟଙ୍କ ଚଲା ପଥ କୁସୁମିତ ହେଉ । ମୋ ଦେହ ଅସୁସ୍ଥ ଥିବାରୁ ମୁଁ ସ୍ପେଶିଆଲ ଡ୍ୟାନ୍ସ ପର୍ଫରମାନ୍ସ କରିପାରିନି ହେଲେ ନାଚ ତ ଚାଲିଛି ।

ଆଜି ହଳଦୀ ଥିଲା ମେହେନ୍ଦି ଥିଲା ଆଉ ଏବେ ସଙ୍ଗୀତ ଚାଲିଛି । ଏବେ ପୁରା ମଜାର ମାହୋଲ ଏବେ ସବୁ ନାଚ ଚାଲିଛି । ମୋତେ ତ ଲାଗୁନି ଯେ ଝିଅକୁ ଆମେ ଆଣୁଛୁ ବୋଲି ସେ ଆମର ହେଇ ସାରିଛି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *