ହତ୍ୟା ପାଇଁ ହୋଇଥିଲା ଷଡଯନ୍ତ୍ର ! Lata Mangeshkar ଙ୍କ ଜୀବନର କିଛି ଏମିତି କଥା ଯାହା ଆପଣ ଆଗରୁ କେବେ ବି ଜାଣି ନ ଥିବେ !

ବନ୍ଧୁଗଣ ଗତ କିଛି ସମୟ ହେବ ସମସ୍ତ ନ୍ୟୁଜ ଚ୍ୟାନେଲ ଓ ସୋସିଆଲ ମିଡିଆରେ କେବଳ ଗୋଟିଏ ଖବର ଆସୁଛି ଲତା ମଙ୍ଗେସ୍କର ଆଉ ଏହି ଦୁନିଆରେ ନାହାନ୍ତି । ଲତା ମଙ୍ଗେସ୍କର ଥିଲେ ଭାରତର ସ୍ଵର ହେଲେ ଗତ କିଛି ସମୟ ତଳେ ଏହି ସ୍ଵର ଥମି ଯାଇଛି । ସ୍ଵର ସମ୍ରାଙ୍ଗୀ ଲତା ମଙ୍ଗେସ୍କର ୯୩ ବର୍ଷ ବୟସରେ ଦୁନିଆ ଛାଡି ଚାଲି ଯାଇଛନ୍ତି । ୮ ଦଶକରେ ୨୫ ହଜାରରୁ ଅଧିକ ଗୀତ ଗାଈ ତିନି ପିଢୀଙ୍କୁ ସ୍ଵରରେ ମତୁଆଲା କରିଛନ୍ତି ଶେଷରେ ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ଆଖି ବୁଝି ଛନ୍ତି ।

ପୁରା ଦେଶ ଲତାଙ୍କୁ ଦେଉଛି ଭାବ ବିହୁଳତା ଶ୍ରଦ୍ଧାଞ୍ଜଳି । ଭାରତର ସ୍ଵର ଭାରତ ରତ୍ନ ଲତାଙ୍କର ଜୀବନ ଆରମ୍ଭ ହୋଥିଲା ଇନ୍ଦୋର ସହରରୁ । ୧୯୨୯ ମସିହା ସେପ୍ଟେମ୍ବର ୧୮ ତାରିଖରେ ଲତାଙ୍କ ଜନ୍ମ ହୋଇଥିଲା । ପିତା ଥିଲେ ମହାନ ମରାଠୀ ସଂଗୀତକାର ଦିନାନାଥ ମଙ୍ଗେସ୍କର । ବନ୍ଧୁଗଣ ଲତାଙ୍କୁ ପ୍ରଥମେ ହେମା ନାମ ଦିଆଯାଇଥିଲା ହେଲେ ତାଙ୍କ ପିତା ପରେ ତାଙ୍କ ନାମ ବଦଳାଇ ଲତା ଦେଇଥିଲେ ।

ଲତା ମାତ୍ର ୧୩ ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ । ୧୩ ବର୍ଷ ବୟସରେ ଲତାଙ୍କ ପିତା ଏହି ଦୁନିଆ ଛାଡି ଚାଲିଯାଇଥିଲେ ଓ ଲତାଙ୍କ ଉପରେ ଆସିଯାଇଥିଲା ପରିବାର ବୋଝ । ଏହା ପରେ ଲତା ମାତ୍ର ୧୩ ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ । ଲତା ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସଫଳତା ପାଇଥିଲେ ।

ସେ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ୩୬ ଭାଷାରେ ଗୀତ ଗାଇଛନ୍ତି ଲତା । ଲତା ମଙ୍ଗେସ୍କର ହିନ୍ଦୀ ସହିତ ୩୬ଟି ଭାଷାରେ ଗୀତ ଗାଇଛନ୍ତି । ଓଡିଆରେ ମଧ୍ୟ ତାଙ୍କର ଅନେକ ଗୀତ ରହିଛି । ଏଭଳି କୌଣସି ଭାରତୀୟ ଭାଷା ନାହିଁ ଯେଉଁଥିରେ ଲତା ଗୀତ ଗାଇ ନାହାନ୍ତି ।

ହେଲେ ବନ୍ଧୁଗଣ ଲତାଙ୍କ ହତ୍ୟା ପାଇଁ ହୋଇଥିଲା ଉଦ୍ୟମ । ଲତା ଯେତେବେଳେ ନିଜ କାରିୟରର ଚରମରେ ଥିଲେ ସେତେବେଳେ ତାଙ୍କ ବିରୋଧରେ ଷଡଯନ୍ତ୍ର ହୋଇଥିଲା । ଲତାଙ୍କୁ ରାସ୍ତାରୁ ହଟାଇବା ପାଇଁ ତାଙ୍କୁ ହତ୍ୟା କରିବାର ଉଦ୍ୟମ ମଧ୍ୟ ହୋଇଥିଲା । ୧୯୬୨ ମସିହାରେ ଲତାଙ୍କୁ ସ୍ଲୋ ପଏଜନ ଦିଆଯାଇଥିଲା । ଥରେ ନିଦରୁ ଉଠିବା ପରେ ତାଙ୍କ ପେଟରେ ଭୀଷଣ ଯନ୍ତ୍ରଣା ହୋଇଥିଲା ।

ପରେ ଡାକ୍ତରୀ ଯାଞ୍ଚରୁ ତାଙ୍କୁ ସ୍ଲୋ ପଏଜନ ଦିଆଯାଇଥିବା ଜଣା ପଡିଥିଲା । ହେଲେ ଏହି ଷଡଯନ୍ତ୍ର କିଏ ରଚି ଥିଲା ଓ କାହିଁକି ରଚି ଥିଲା ତାହା ଆଜି ପର୍ଯ୍ୟନ୍ତ ରହସ୍ୟମୟ । ବନ୍ଧୁଗଣ ଗତ ଜାନୁୟାରୀ ୮ ତାରିଖରେ ଲତା କରୋନାରେ ଚିହ୍ନଟ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଓ ଗତ କିଛି ସମୟ ପୂର୍ବରୁ ସେ ନିଜ ପ୍ରାଣ ହରାଇ ଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ସିଙ୍ଗର ଲତା ମଙ୍ଗେସ୍କର କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *