ଯେତେବେଳେ Lata Mangeshkar ଭାଙ୍ଗି ଦେଇଥିଲେ Meena Kumari ଙ୍କ ଗର୍ବ, ଘରକୁ ଆସି ଗାଇବାକୁ କରିଥିଲେ ନିମନ୍ତ୍ରଣ ତ ଲତା କରିଥିଲେ ଏମିତି…

ପୁରା ଭାରତକୁ ଦୁଃଖିତ କରି ଲତା ମଙ୍ଗେସକର ଚାଲି ଯାଇଛନ୍ତି । ମହାନ ଗାୟିକା ଓ ଭାରତର ସ୍ଵର ଲତା ମଙ୍ଗେସକର ୯୩ ବର୍ଷ ବୟସରେ ଏହି ଦୁନିଆକୁ ଅଳବିଦା କହି ଦେଇଛନ୍ତି । କହିଦେଉଛୁ କି ପାଖାପାଖି ଏକ ମାସ ହେବ ଲତା ମଙ୍ଗେସକର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ଥିଲେ । ଲତା ଦିଦିଙ୍କ କ୍ୟାରିୟର ପାଖାପାଖି ୭ ଦଶକରୁ ବି ଅଧିକ ଲମ୍ବା ରହିଛି । ସେ ୩୦ ହଜାରୁ ବି ଅଧିକ ଗୀତ ଗାଇଛନ୍ତି ।

ବର୍ତ୍ତମାନ ସେ ଏହି ଦୁନିଆରେ ନାହାନ୍ତି କିନ୍ତୁ ତାଙ୍କ ସହ ଜଡିତ ବହୁତ କାହାଣୀ ସାମ୍ନାକୁ ଆସୁଛି । ଆଜି ଆମେ ଆପଣଙ୍କୁ ଲତା ମଙ୍ଗେସକର ଓ ଅଭିନେତ୍ରୀ ମୀନା କୁମାରୀଙ୍କ ସହ ଜଡିତ ଏକ ଘଟଣା କହିବୁ । ଲତା ମଙ୍ଗେସକର ହିନ୍ଦୀ ସିନେମାର ସବୁଠୁ ପସନ୍ଦିତା ଓ ସମ୍ମାନିତ ଗାୟିକା ଥିଲେ । ଅନ୍ୟ ପଟେ ମୀନା କୁମାରୀ ନିଜ ଜମାନରେ ସବୁଠୁ ଅଧିକ ପ୍ରସିଦ୍ଧ କରାଯାଉ ଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଥିଲେ ।

ଲତା ଦିଦିଙ୍କ ଗୀତକୁ ସମସ୍ତେ ପସନ୍ଦ କରୁଥିଲେ । ମୀନା କୁମାରୀ ବି ଲତାଙ୍କୁ ବହୁତ ପସନ୍ଦ କରୁଥିଲେ ଓ ତାଙ୍କ ଗୀତର ଦିବାନା ଥିଲେ । ଟ୍ରେଜିଡ଼ୀ କ୍ୱୀନ ନାମରେ ପ୍ରସିଦ୍ଧ ମୀନା କୁମାରୀ ଥରେ ଯାଇ ଲତାଙ୍କୁ ତାଙ୍କ ଘରେ ଗୀତ ଗାଇବା ପାଇଁ ଆମନ୍ତ୍ରିତ କରିଥଲେ । କିନ୍ତୁ ଲତା ମୀନା କୁମାରୀଙ୍କ ନିମନ୍ତ୍ରଣକୁ ଅସ୍ଵୀକାର କରି ଦେଇଥିଲେ । ଏହା ପଛରେ ଗୋଟିଏ କାରଣ ବି ଥିଲା । ଲତା ଏକ ସାକ୍ଷତ୍କାରରେ କହିଥିଲେ କି ସେ କାହିଁକି ମୀନା କୁମାରୀଙ୍କ ନିମନ୍ତ୍ରଣକୁ ସ୍ଵୀକାର କରି ନ ଥିଲେ ।

ସେ କହିଲେ କି ଦିନେ ମୀନା କୁମାରୀ ମୋତେ ଫୋନ କରିଲେ । ସେ ଚାହୁଁ ଥିଲେ କି ମୁଁ ତାଙ୍କ ଘରକୁ ଯାଇ ଗୀତ ଗାଇବି । କିନ୍ତୁ ମୁଁ ତାଙ୍କୁ ମନା କରିଦେଲି ଓ କହିଲି ମୁଁ କୌଣସି ପ୍ରାଇବେଟ ସମାରୋହରେ ଗୀତ ଗାଏ ନହିଁ । ସେ ଆଗକୁ କହିଲେ କି ମୀନା କୁମାରୀ କେତେ ଥର ରେକର୍ଡିଂ ଷ୍ଟୂଡିଓକୁ କେବଳ ମୋର ଗୀତ ଶୁଣିବା ପାଇଁ ଆସୁଥିଲେ । ମୁଁ ଦିନେ ହେମନ୍ତ କୁମାରଙ୍କ ପାଇଁ ଗୀତ ରେକର୍ଡ କରୁଥିଲି । ସେହି ଦିନ ମୁଁ ନିଜର କେସ ଖୋଲା ରଖିଥିଲି ।

ମୀନା କୁମାରୀଙ୍କୁ ନିଜର କେସ ଉପରେ ବହୁତ ଗର୍ବ ଥିଲା । ମୋର କେସ ଦେଖି ସେ କହିଲେ କି ଆପଣଙ୍କର କେତେ ଲମ୍ବା କେସ । ତେବେ ମୁଁ ସେହି ସମୟରେ ତାଙ୍କୁ କହିଥିଲି କି ମୁଁ କେବେ ବି କାଟି ନାହିଁ । କହିବାକୁ ଗଲେ ଏହିଭଳି ଭବାରେ ଲତା ଦିଦି ମୀନା କୁମାରୀଙ୍କୁ ଜବାବ ଦେଇ ଥିଲେ । କହିଦେଉଛୁ କି ୧୯୭୨ରେ ଆସିଥିବା ଫିଲ୍ମରେ ଲତା ଦିଦି ମୀନା କୁମାରୀଙ୍କ ପାଇଁ ନିଜର ସ୍ଵର ଦେଇଥିଲେ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *