ଗୀତ ଗାଉ ଗାଉ ବେହୋସ୍ ହୋଇଗଲେ ଦିଦି ! Lata Mangeshkar ଙ୍କ ଜୀବନରେ ବି ଦିନେ ଏମିତି ଏକ ଘଟଣା ଘଟିଥିଲା ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ !

ଯେଉଁ ଲତା ମଙ୍ଗେସକରଙ୍କ ଗୀତ ଶୁଣିଲେ ଲୋକମାନେ ତାଙ୍କ ଗୀତ ମଧ୍ୟରେ ହଜି ଯାଉଥିଲେ ଆଜି ସେହି ଲତା ମଙ୍ଗେସକର ଆମ ପାଖରେ ନାହାନ୍ତି । ତାଙ୍କର ଗୀତ ଶୁଣିବା ପାଇଁ ଲୋକମାନଙ୍କ ମଧ୍ୟରେ ଏକ ଭିନ୍ନ ପ୍ରକାରର ଉତ୍ସାହ ଦେଖିବାକୁ ମିଳୁଥିଲା । ଏତିକି ନୁହେଁ ସେ ଯେ କୌଣସି ବି ଗୀତ ଗାଉଥିଲେ ତାହା ହିଟ ହୋଇ ଯାଉ ଥିଲା । ଲତା ଦିଦି ପାଖାପାଖି ୫୦୦୦୦ ରୁ ବି ଅଧିକ ଗୀତ ଗାଇଛନ୍ତି । ଏହା ସହିତ ଭାରତ ସରକାର ତାଙ୍କୁ କେତେକ ପୁରଷ୍କାର ଦ୍ଵାରା ସମ୍ମାନିତ ମଧ୍ୟ କରିଛନ୍ତି ।

ଯଦି ଲତା ଦିଦିଙ୍କ ବିଷୟରେ କହିବା ତେବେ ସେ ଜଣେ ସାଧାରଣ ବ୍ୟକ୍ତିତ୍ବର ମହିଳା ଥିଲେ । ତାଙ୍କୁ କେବଳ ବଲୀଉଡ ଷ୍ଟାରମାନେ ନୁହନ୍ତି ଅଥବା ଭାରତର ପ୍ରତ୍ୟକ ବ୍ୟକ୍ତି ସମ୍ମାନ ଦେଉଥିଲେ । ଆଜି ତାଙ୍କର ନିଧନ ପରେ ତାଙ୍କ ଜୀବନ ସହ ଜଡିତ କିଛି ରହସ୍ୟ ପୂର୍ଣ କଥା ସାମ୍ନାକୁ ଆସୁଛି । ଯାହା ବିଷୟରେ ବହୁତ କମ ଲୋକମାନେ ଜାଣିଥିଲେ ।

କିନ୍ତୁ ତାଙ୍କ ଜୀବନରେ ଏମିତି ଏକ ଘଟଣା ଘଟିଥିଲା ଯାହା ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସେ ହଜାର ହଜାର ଗୀତରେ ନିଜର ସ୍ଵର ଦେଛନ୍ତି । କିନ୍ତୁ ଥରେ ସେ ଗୀତ ଗାଉ ଗାଉ ବେହୋସ ହୋଇ ଯାଇ ଥିଲେ । ଏହା ପଛର ଅସଲ କାହାଣୀ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଥରେ ଲତା ମଙ୍ଗେସକର ମୁମ୍ବାଇର ଏକ ଷ୍ଟୂଡିଓରେ ଗୀତ ଗାଉଥିଲେ ।

ଖରା ଦିନ ହୋଇଥିବାରୁ ସେହି ସମୟରେ ମୁମ୍ବାଇରେ ବହୁତ ଗରମ ପଡିଥିଲା । ରେକର୍ଡିଂ ଷ୍ଟୂଡିଓରେ ଆଜିର ଦିନ ଭଳି ଏସି ନ ଥିଲା । ରେକର୍ଡିଂରେ ବାଧା ଆସିବ ବୋଲି ଫ୍ୟାନ ବି ବନ୍ଦ କରି ଦିଆ ଯାଇ ଥିଲା । କିନ୍ତୁ ଏତେ ଗରମ ଲାଗିବା ସତ୍ବେ ବି ଲତା ମଙ୍ଗେସକର ଗୀତ ରେକର୍ଡିଂ ବନ୍ଦ କରି ନ ଥିଲେ ।

ଯେତେବେଳେ ପୁରା ଗୀତ ରେକର୍ଡିଂ ହୋଇଗଲା ତେବେ ଅଚାନକ ଲତା ଦିଦି ବେହୋସ ହୋଇଗଲେ । କିନ୍ତୁ ଏହା ସତ୍ବେ ସେ ଗୀତ ରେକର୍ଡିଂ ବନ୍ଦ କରି ନ ଥିଲେ । କହିବାକୁ ଗଲେ ଲତା ମଙ୍ଗେସକର ଏକ ସାକ୍ଷାତକାରରେ ଏହି ଘଟଣା ବିଷୟରେ କହିଥିଲେ । ଏହି ସବୁ କଥାରେ ଗୋଟିଏ କଥା ପ୍ରମାଣିତ ହେଉଛି କି ଲତା ଦିଦି ନିଜ କାମ ପ୍ରତି କେତେ ସମ୍ବେଦନଶୀଳ ଥିଲେ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *