କୋକିଳ କଣ୍ଠି Lata Mangeshkar ମୃତ୍ୟୁ ପରେ ନିଜ ପରିବାର ପାଇଁ ଛାଡି ଯାଇଛନ୍ତି କେତେ ସମ୍ପତି ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ଭାରତର ସବୁଠୁ ମହାନ ଗାୟିକା ଲତା ମଙ୍ଗେସକର ଆଜି ଆମ ଗହଣରେ ନାହାନ୍ତି । ଆଜି ସକାଳୁ ସକାଳୁ ତାଙ୍କର ନିଧନର ଖବର ସାମ୍ନାକୁ ଆସିବା ପରେ ପୁରା ଦେଶବାସୀ ଦୁଃଖିତ ଅଛନ୍ତି । କିନ୍ତୁ ଭାରତର ସ୍ଵର ରୂପରେ ଜଣା ଯାଉଥିବା ଲତା ମଙ୍ଗେସକରଙ୍କ ଗୀତ ଆଜି ବି ସେ ଲୋକମାନଙ୍କ ହୃଦୟରେ ରାଜ କରୁଛି । ଲତା ମଙ୍ଗେସକରଙ୍କ ଜନ୍ମ ୨୮ ସେପ୍ଟେମ୍ବର ୧୯୨୯ରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଏକ ମଧ୍ୟବର୍ତ୍ତୀ ପରିବାରରେ ହୋଇଥିଲା ।

ଲତା ମଙ୍ଗେସକର କେବଳ ଗୋଟିଏ ସ୍ଵର ନ ଥିଲେ ସେ ଜଣେ ମହାନ ଗାୟିକା ଥିଲେ । ତାଙ୍କର ଗୀତ ସମସ୍ତେ ହୃଦୟର ସହିତ ଅନୁଭବ କରନ୍ତି । ଲତା ମଙ୍ଗେସକରଙ୍କୁ ନେଇ ଲୋକମାନେ କୁହନ୍ତି ତାଙ୍କ କଣ୍ଠରେ ମାତା ସରସ୍ଵତୀ ବିରଜାମାନ ଅଛନ୍ତି । ପୁରା ଭରତ ତାଙ୍କର ଗୀତର ଦିବାନା ଥିଲେ । ତାଙ୍କର ଜମାନାର ଲୋକମାନେ ଓ ବର୍ତ୍ତମାନ ଜମାନାର ଲୋକମାନେ ବି ଲତା ମଙ୍ଗେସକରଙ୍କ ଗୀତକୁ ବହୁତ ପସନ୍ଦ କରନ୍ତି ।

ଗୋଟିଏ ସମୟରେ ବଲୀଉଡରେ ଓ ସବୁ କଳାକାରମାନଙ୍କ ଉପରେ ଲତା ମଙ୍ଗେସକରଙ୍କ ଗୀତର ଜାଦୁ ଏମିତି ଚାଲିଥିଲା କି ସବୁ ଷ୍ଟାର ଏହି ଶର୍ତରେ ଫିଲ୍ମ ସାଇନ କରୁଥିଲେ କି ଯଦି ଲତା ମଙ୍ଗେସକର ତାଙ୍କ ଫିଲ୍ମର ଗୀତ ଗାଇବେ ତେବେ ସେ ଫିଲ୍ମ ସାଇନ କରିବେ । ଲତା ମଙ୍ଗେସକର ସମସ୍ତ ବଡ ବଡ ସଂଗୀତକାରଙ୍କ ସହ କାମ କରିଛନ୍ତି ।

ଲତା ମଙ୍ଗେସକର ଥରେ ଯେତେବେଳେ ସ୍ଟେଜ ଉପରେ ଗୀତ ଗାଇଥିଲେ ତେବେ ତାଙ୍କୁ ୨୫ ଟଙ୍କା ଦିଆ ଯାଇ ଥିଲା । ଯାହାକୁ ସେ ନିଜର ପ୍ରଥମ ରୋଜଗାର ବୋଲି କହିଥିଲେ । କିନ୍ତୁ ଲତା ମଙ୍ଗେସକର ଆଜି କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି । ମିଡିଆ ରିପୋର୍ଟ ଅନୁସାରେ ଲତା ମଙ୍ଗେସକର ୪୦୦ କୋଟି ଟଙ୍କାର ସମ୍ପତ୍ତିର ମାଲିକ ଅଟନ୍ତି ଓ ୪୦୦ କୋଟି ଟଙ୍କାର ସମ୍ପତ୍ତିର ସେ ଏକୁଟିଆ ମାଲିକ ଅଟନ୍ତି । ଲତା ମଙ୍ଗେସକର ବିବାହ କରି ନାହାନ୍ତି ।

ସାଉଥ ମୁମ୍ବାଇର ପେଡର ରୋଡ ସ୍ଥିତ ପ୍ରଭୁକୁଞ୍ଜ ବିଲଡିଙ୍ଗରେ ଲତା ମଙ୍ଗେସକର ରୁହନ୍ତି । ଆଜି ଲତା ମଙ୍ଗେସକର ବହୁତ ବଡ ଷ୍ଟାର ହୋଇଯାଇଛନ୍ତି । କିନ୍ତୁ ସେ ସବୁବେଳେ ସାଧାରଣ ବ୍ୟକ୍ତି ଭଳି ରହୁଥିଲେ । ସେ ଯେତେବେଳେ ବି ଗୀତ ରେକର୍ଡିଂ କରିବା ପାଇଁ ଷ୍ଟୂଡିଓ ଯାଉଥିଲେ ତେବେ ନିଜ ଜୋତା ଖୋଲି ଯାଉଥିଲେ । କିନ୍ତୁ ସବୁଠୁ ବଡ ଦୁଃଖର କଥା ଏହା ଅଟେ କି ଲତା ମଙ୍ଗେସକର ସବୁଦିନ ପାଇଁ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *