ଲଜ୍ୟା ! ଅଟୋ ଚଲଉଛନ୍ତି ଟୁଙ୍ଗୁରୁ ପଛରେ ବସିଛନ୍ତି ବର୍ଷା, ଲକ୍ଷ୍ମୀ ପୂଜାରେ ଟୁଙ୍ଗୁରୁ ଭୋଳ ସହ ବର୍ଷାର ପ୍ରେମଲୀଳା ପ୍ରଦର୍ଶନ, ଲୋକେ କହିଲେ…

ଦର୍ଶକ ବନ୍ଧୁ ଏବେ ଦେଖିବାକୁ ମିଳିଛି ଲକ୍ଷ୍ମୀ ପୂଜାରେ ଟୁଙ୍ଗୁରୁ ବର୍ଷା । ଅଟୋ ଚଲାଉଛି ଟୁଙ୍ଗୁରୁ ଆଉ ପଛରେ ବସିଛି ବର୍ଷା । ଆଉ ପଛରେ ବସିଥିବା ବର୍ଷାକୁ ଗୋଲାପ ଫୁଲ ଦେଉଛି ଟୁଙ୍ଗୁରୁ । ଏହା ପରେ ହଠାତ ଅଟୋରୁ ଓଲହାଇ ବର୍ଷା ସହ ପ୍ରେମ ନୀଳା କରୁଛନ୍ତି ଟୁଙ୍ଗୁରୁ ଭୋଳ । ହଁ ଆଜ୍ଞା ଟିକେ ଭଲ କରି ଦେଖନ୍ତୁ ଭାଇରାଲ ହେଉଥିବା ଏହି ଭିଡିଓଟିକୁ । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଲୋକ ମାନେ କିଭଳି ଭାବରେ ଟୁଙ୍ଗୁରୁ ବର୍ଷାଙ୍କୁ ସଜାଇ ଛନ୍ତି ଟିକେ ଭଲ ଭାବରେ ଦେଖନ୍ତୁ । ଦର୍ଶକ ବନ୍ଧୁ ଧରା ପୃଷ୍ଟକୁ ଆଗମନ କରିଛନ୍ତି ମାଆ ଲକ୍ଷ୍ମୀ । ମାଙ୍କ ଆଗମନକୁ ନେଇ ଗାଁ ଠାରୁ ସହର ସବୁଠି ଉତ୍ସବ ହେଉଛି । ମାଙ୍କ ସ୍ଵାଗତ ପାଇଁ ସମସ୍ତେ ଉତ୍ସାହିତ । ବିଗତ ଦୁଇ ବର୍ଷ କରୋନା କଟକଣା ପରେ ଆସିଛି ଲକ୍ଷ୍ମୀ ପୂଜା । ଚଳିତ ବର୍ଷ ମାଙ୍କ ଆଶୀର୍ବାଦରେ ସବୁଠି ଚାଲିଛି ଲକ୍ଷ୍ମୀ ପୂଜା ।

ତେବେ ଏହି ଅବସରରେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ଦାମଦର ପୁର ଗ୍ରାମରେ ମାଆ ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇ ଆସିଛି । ଏ ବର୍ଷ ମଧ୍ୟ ମାଙ୍କ ପୂଜାକୁ ନେଇ ଗ୍ରାମର ପ୍ରତ୍ୟକ ପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଥିବା । ଗ୍ରାମର ପ୍ରତିଟି ପୂଜା କମିଟି ପକ୍ଷରୁ ଅତି ସୁନ୍ଦର ଭାବରେ ଉତ୍ସବ ପାଳନ କରାଯାଉଥିବା ବେଳେ ପ୍ରତ୍ୟକ ସାହିରେ ଭକ୍ତ ମାନଙ୍କୁ ଉତ୍ସାହିତ କରିବା ପାଇଁ ଅନେକ ସୁନ୍ଦର ସୁନ୍ଦର ବାରୁଆଳି ମଧ୍ୟ କମିଟି ପକ୍ଷରୁ କରାଯାଇଛି ।

ସେହି ପରି ଚଳିତ ବର୍ଷ ଲକ୍ଷ୍ମୀ ପୂଜାରେ ଟୁଙ୍ଗୁରୁ ଭୋଳ ଆଉ ବର୍ଷାଙ୍କ ପ୍ରେମ କାହାଣୀକୁ ନେଇ ଏକ ବାରୁଆଳି ପ୍ରସ୍ତୁତ କରାଯାଇଛି । ଟୁଙ୍ଗୁରୁ ବର୍ଷାଙ୍କ ଏହି ବାରୁଆଳି ଦର୍ଶକଙ୍କୁ ଅନେକ ଆକ୍ରୁଷ୍ଟ କରିଛି । ଅନ୍ୟ ପଟେ ଗାଁରେ ଅନେକ ଦୋକାନ ଖୋଲିବା ସହ ମିନା ବଜାର ଏବଂ ଯାତ୍ରାର ମଜା ନେବାକୁ ଲୋକଙ୍କ ସୁଅ ଛୁଟିଛି ।

ସେପଟେ ଶାନ୍ତି ଶୃଙ୍ଖଳାକୁ ରକ୍ଷା କରିବା ପାଇଁ ସୁକିନ୍ଦା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ଗାଁର ଶାନ୍ତି କମିଟି ନିୟୋଜିତ ହୋଇ ଦର୍ଶକଙ୍କ ସହାୟତା କରୁଥିବା ଦେଖିବାକୁ ମିଳିଛି । ତେବେ ବନ୍ଧୁଗଣ ବର୍ତ୍ତମାନ ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତା ହେଲେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *