ବନ୍ଧୁଗଣ, ସୂଚନା ଅନୁଯାୟୀ ହାତଗଣ୍ଠି ନୁହେଁ ପଡିଲା ହାତକଡି । ଭାବୀ ସ୍ଵାମୀ ଙ୍କୁ ଗିରଫ କରିଲେ ମହିଳା ପୋଲିସ । କହିଲେ ଭୁଲ କରିଲେ କାହାକୁ ମଧ୍ୟ ଛାଡିବି ନାହିଁ । ଆଉ ଦିନ କେତେଟା ପରେ ଯାହା ସହିତ ହାତଗଣ୍ଠି ପଡିଥାନ୍ତା । ତାହା ହାତରେ ହାତକଡି ପକାଇଲେ ମହିଳା ପୋଲିସ ASI । ଯାହାକୁ ସେ ଜୀବନସାଥି କରିଥାନ୍ତେ, ତାଙ୍କୁ ଜେଲ ର ହାୱା ଖୁଆଇଛନ୍ତି । କାରଣ ବିବାହ ପୂର୍ବ ରୁ ଖୋଲିଯାଇଥିଲା ଯୁବକ ଙ୍କ ଅସଲ ମୁଖା ।
ଆଉ ଯୁବକ ଜଣକ ବାହାରି ଥିଲେ ମହା ଦୁର୍ଦ୍ଧଠକ 420 । ଏହି ଘଟଣା ଜାଣିବା ପରେ ଭାବିସ୍ଵାମୀ ଙ୍କୁ ଗିରଫ କରି ଏବେ ଚର୍ଚ୍ଚା ରେ ଆସାମ ର ଲେଡି ଦବଙ୍ଗ ପୋଲିସ ASI ଜୋନମୁଣି ରାଭା । ଏହି ବହୁ ଚର୍ଚ୍ଚିତ ମାମଲା ଆସାମ ର ନଗାମ ଜିଲ୍ଲା ରୁ ସାମ୍ନା କୁ ଆସିଛି । ନଗାମ ଥାନା ର ମହିଳା ସବଇନସ୍ପେକ୍ଟର ଜୋନାମୁଣି ରଭା ନିଜର ଭାବି ସ୍ଵାମୀ ରାଣା ପୋଗୋଙ୍ଗ ଙ୍କୁ ମିଛ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ର ଠକେଇ ଓ ବିବାହ କରିବା ପାଇଁ ପ୍ରୟାସ ଅଭିଯୋଗ ରେ ଗିରଫ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ପୂର୍ବରୁ ମଜୁଲି ରେ କାର୍ଯ୍ୟରତ ଥିଲାବେଳେ ୨୦୨୧ ରେ ଜୋନମଣି ଙ୍କର ରାଣା ଙ୍କ ସହିତ ଭେଟ ହୋଇଥିଲା । ସେତେବେଳେ ରାଣା ନିଜକୁ OMGC ର PRO ଭାବରେ ପରିଚୟ ଦେଇଥିଲେ । କିଛି ଦିନର ମିଳାମିଶା ପରେ ଜୋନମଣି ଙ୍କୁ ବିବାହ କରିବା ନିମନ୍ତେ ରାଣା ପ୍ରସ୍ତାବ ଦେଇଥିଲେ ।
ସେତେବେଳେ ରାଣା ଙ୍କ ବାବଦରେ ବେସୀ କିଛି ଜାଣି ପାରି ନଥିଲେ ଜୋନମଣି । ଏଥିପାଇଁ ରାଣା ଙ୍କ ପ୍ରସ୍ତାବ କୁ ସ୍ଵୀକାର କରି ନେଇଥିଲେ । ପରେ ଉଭୟଙ୍କ ପରିବାର ପରସ୍ପର ଙ୍କୁ ଭେଟିଥିଲେ ଏବଂ ବିବାହ ନେଇ କଥା ଆଗକୁ ବଢିଥିଲା । ୨୦୨୧ ଅକ୍ଟୋବର ରେ ଜୋନମଣି ଏବଂ ରାଣା ଙ୍କ ମଧ୍ୟରେ ନିର୍ବନ୍ଧ ହୋଇଥିବା ବେଳେ ୨୦୨୨ ନଭେମ୍ବର ରେ ବିବାହ ପାଇଁ ତାରିଖ ଧାର୍ଯ୍ୟ ସରିଥିଲା ।
ବିବାହ କୁ ଆଉ ଦିନ କେତେଟା ବାକି ଥିବା ବେଳେ, ରାଣା ଙ୍କ କାର୍ଯ୍ୟ ସ୍ଥଳୀ କୁ ନେଇ ଜୋନମଣି ଙ୍କର ସନ୍ଦେହ ଉପୁଜିଥିଲା । ଏବଂ ସନ୍ଦେହ ସେତେବେଳେ ସତ ହେଲା ଯେତେବେଳେ ରାଣା ଙ୍କ ବାବଦରେ ଅଧିକ ପଚରା ଉଚରା କରିଥିଲେ ଜୋନମଣି । ପ୍ରୋଜେକ୍ଟ ବାବଦକୁ ପ୍ରାୟ ୨୫ ଲକ୍ଷ ଟଙ୍କା ର ଚୂନା ଲଗାଇଥିଲା ରାଣା । ଏହାପରେ ଜୋନାମଣି ନାଗାମ ଥାନାରେ ଏହା ମାମଲା ରୁଜୁ କରି ରଣା ଙ୍କୁ ଗିରଫ କରିଥିଲେ ଜୋନମଣି ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।