କାନ୍ଦି କାନ୍ଦି କୁନି ପିଲାଟି ନିଜ ଦାଦା-ଖୁଡୀଙ୍କ ବିଷୟରେ ଯାହା କହିଲା ଶୁଣିଲେ ମୁଣ୍ଡରେ ହାତ ଦେବେ…ଦେଖନ୍ତୁ Video

ମୋ ଦାଦା, ଖୁଡି ଆଉ ତାଙ୍କ ଭଉଣୀ ମିଶି ମୋତେ ମଆଡ ମଆରନ୍ତି ଏପରିକି ସେମାନେ ଚେଙ୍କ ଦିଅନ୍ତି । ମୁଁ ଏ କଷ୍ଟ ସହି ପାରୁନି ମୋତେ ପ୍ରତିଦିନ କାମ ବତାନ୍ତି ଆଉ ନିର୍ଯ-ଆତନା ମଧ୍ୟ ଦିଅନ୍ତି । ହଁ ଦର୍ଶକ ବନ୍ଧୁ ଜଣେ 8 ବର୍ଷର ବାଳକ ନିଜ ଦାଦା, ଖୁଡିଙ୍କ ବିରୋଧରେ ଆଣିଛି ସାଂଘାତିକ ଅଭିଯୋଗ । କୁନି ପୁଅର ଅଜା ଆଇ ଏନେଇ କଟକ ମର୍କତ ନଗର ଥାନାରେ ଅଭିଯୋଗ କରିଛନ୍ତି । କୁନି ପୁଅଟି ଗଣମାଧ୍ୟମ ସାମ୍ନାରେ କହିଛି-‘ମୋ ସାଙ୍ଗରେ ବହୁତ ଖରାପ ହେଲା ସେ ମୋତେ ଚେଙ୍କ ଦେଲେ ।

ଦାଦା, ଖୁଡି ମୋତେ ବାହାରେ ଛାଡି ଦିଅନ୍ତି । ମୋତେ ନଙ୍ଗଳା କରି ବାହାରେ ଆଣ୍ଠେଇ ଦେଇଥଲେ । ମୋତେ ଦାଦା ଟାଇଲି ଉପରେ ଛାଡି ଦେଇଥିଲେ ଛାଡି ବାହାରେ ଫିଙ୍ଗି ଦେଇ ଥିଲେ । ମୋତେ ବେବି ମାଉସୀ ବହୁତ ମଆଡ ମ-ଆରନ୍ତି ବେବି ମାଉସୀ ହେଉଛନ୍ତି ପାୟଲ ଖୁଡୀଙ୍କ ଭଉଣୀ । ଲିକୁ ଦାଦା, ପାୟଲ ଖୁଡୀ, ଜେଜେ ବାପା ଆଉ ଜେଜେ ମାଆ ମୋତେ ବହୁତ ନିର୍ଯ-ଆତନା ଦେଉଛନ୍ତି ।

ମୁଁ ଜାଣିନି ସେ ଏମିତି କାହିଁକି କରୁଛନ୍ତି । ମୁଁ ଯାହା ପଢି ନଥିବି ସେମାନେ ସେହି ପ୍ରଶ୍ନ ମୋତେ ପଚାରିବେ । ତା ପରେ ମୋତେ ପଇଟଇବେ ସେତେବେଳେ ମୁଁ କିଛି କହିପାରେନି ସେ ମୋତେ ଚେଙ୍କ ମଆରିଦେଲେ ମୋତେ ବହୁତ କଷ୍ଟ ହେଲା । ତା ପରେ ସେ ମୋତେ ଛାଡି ଦେଲେ’ ।

ମାଆ ଛେଉଣ୍ଡ ପିଲାଟି କଟକରେ ଦାଦା-ଖୁଡୀଙ୍କ ସହ ମିଶି ରହୁଥିଲା । ତେବେ ସେମାନେ ନିର୍ଯ-ଆତନା ଦେଉଥିବା ନେଇ ପିଲାଟି ନିଜ ଅଜା-ଆଇଙ୍କୁ ଜଣାଇବା ପରେ ନାତିକୁ ଧରି ସେମାନେ ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ଏହି ଘଟଣାକୁ ମିଛ ବୋଲି କହିଛନ୍ତି ଖୁଡୀ ଜଣକ । ସେପଟେ କଟକ ମର୍କତ ନଗର ଥାନାରେ ଅଜା ଆଇ ଅଭିଯୋଗ କରିବା ପରେ ଶିଶୁକୁ ଡାକ୍ତରୀ ପରୀକ୍ଷା ପାଇଁ ନିଆ ଯାଇଛି ।

ଅଭଯୋଗ ପରେ ପୋଲିସ ଦାଦା-ଖୁଡୀଙ୍କ ନାମରେ ଅନେକ ଦଫା ଲଗାଇ ଥିବା ସୂଚନା ମିଳିଛି  । ତେବେ ଦର୍ଶକ ବନ୍ଧୁ ଏହି ଘଟଣାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଅନେକ ଲୋକ ଏହି ଘଟଣା ବିଷୟରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *