ନମସ୍କାର ବନ୍ଧୁଗଣ ତେବେ ବଲିଉଡ ହେଉ କିମ୍ବା ହଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ସିନେମା ଅପେକ୍ଷା ଆଜିକାଲି ଘରେ ଘରେ ଧାରାବାହିକ ଗୁଡିକ ଦେଖିବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ ।
ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆସନ୍ତୁ ଆଜି ଆମେ ଏହି ଓଡ଼ିଆ ସିନେମା ଜଗତ ର ଜଣେ ଅଭିନେତା ଦୀପକ ଯିଏ ବର୍ତ୍ତମାନ ନୂଆ ନୂଆ ବାପା ହୋଇଛନ୍ତି ସେ କିପରି ନିଜ ପୁଅ ଙ୍କ ସହ ସମୟ ଅତିବାହିତ କରୁଛନ୍ତି ଆସନ୍ତୁ ଜାଣିନେବା । ତେବେ ଦୀପକ ବାରିକ ଜଣେ ଓଡ଼ିଆ କଥାଚିତ୍ର ଏବଂ ଆଲବମ୍ ଅଭିନେତା ।
ସେ ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ମନ ମୋର ପ୍ରଜାପତିଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହା ପୂର୍ବରୁ ଦୀପକ ଓଡ଼ିଆ ଆଧୁନିକ ଆଲବମ୍ରେ ଅନେକ ଗୀତରେ ନୃତ୍ୟ କରିଥିଲେ । ତେବେ ଦୀପକ କଟକରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରଥମେ ଜଣେ ଆଲବମ୍ର ନାୟକ ଭାରେ ଓଡ଼ିଆ ଆଲବମ୍ରେ ନୃତ୍ୟ କରିଥିଲେ । ଦୀପକ ୨୦୧୮ ମସିହାରେ ତାଙ୍କର ପ୍ରେମିକା ତନୁଜାଙ୍କୁ ବିବାହ କରିଥିଲେ ।
ତେବେ ଦୀପକ ଓଡ଼ିଆ ଆଲବମ୍ ଜଗତରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ । ଅନେକ ଲୋକପ୍ରିୟ ଆଲବମ୍ ଗୀତରେ ଦୀପକ ନୃତ୍ୟ କରିଥିଲେ । ସେ ଲିପି, ସୁଇଟ୍ ଭଳି ଅନେକ ଲୋକପ୍ରିୟ ଆଲବମ୍ ତାରକାଙ୍କ ସହ ମଧ୍ୟ ଅଭିନୟ କରିଥିଲେ । ଏହା ପରେ ଦୀପକ ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ମନ ମୋର ପ୍ରଜାପତି ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।
ଏହାପରେ ଦୀପକ ଫ୍ୟାମିଲି ନମ୍ବର୍ ୱାନ୍, ଚାନ୍ଦ ନା ତମେ ତାରା, ସପନର ନାୟିକା, ଆଖି ଖୋଲିଲେ ତୁ ତୁ ହି ତୁ, ତମେ ଥିଲେ ସାଥିରେ, ଗଳ୍ପ ନୁହେଁ ଅଳ୍ପ ଦିନର ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ଦୀପକ ଓଡ଼ିଆ କଥାଚିତ୍ର ବ୍ୟତୀତ ଓଡ଼ିଆ ଦୂରଦର୍ଶନ ସାର୍ଥକ ଟିଭିରେ ଜଣେ ବିଚାରକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ୨୦୧୭ରେ ସାର୍ଥକର କାର୍ଯ୍ୟକ୍ରମ ରଜ କୁଇନ୍ରେ ଜଣେ ବିଚାରକ ଭାବରେ କାର୍ଯ୍ୟ କରିଥିଲେ । ତେବେ ବର୍ତ୍ତମାନ କିଛି ସମୟ ଆଗରୁ ଖବର ମିଳିଥିଲା କି ଦୀପକ ଗୋଟିଏ ସୁନ୍ଦର ପୁଅ ର ବାପା ହୋଇଛନ୍ତି । ତେବେ ତାଙ୍କ ପୁଅଙ୍କ ନାମ ହେଉଛି ଦିଶାନ ।
ତେବେ ଦୀପକ ଏବଂ ତନୁଜା ନିଜ ପୁଅ ର ବହୁତ ସୁନ୍ଦର ସୁନ୍ଦର ମୁହୂର୍ତ୍ତ କୁ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଏବଂ ଯେଉଁଥିରେ ଦୀପକ ତାଙ୍କ ପୁଅ କୁ ନିଜ ଉପରେ ଶୁଆଇ ତାଙ୍କୁ କିଛି କଥା କହି ଏବଂ କିଛି ହରକତ କରି ହସେଇବାକୁ ଚେଷ୍ଟା କରୁଛନ୍ତି ଏବଂ ତାଙ୍କ ପୁଅ ମଧ୍ୟ ବହୁତ ଜୋରରେ ହସୁ ମଧ୍ୟ ଥାଆନ୍ତି । ତେବେ ସେ ନିଜ ପୁଅର ଅନେକ ଫୋଟୋ ଏବଂ ଭିଡିଓ କୁ ମଧ୍ୟ ସେୟାର କରିଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।