କୁମ୍ଭୀର ସହ ଲଢେଇ କରି ନୂଆ ଜୀବନ ପାଇଲେ ଯୁବକ, ବଖାଣିଲେ ସେଦିନର ଲୋମ ଟାଙ୍କୁରି ଅନୁଭୂତି, ସେ ଯାହା କହୁଛନ୍ତି ଶୁଣିଲେ ଆପଣ ବି ଭୟରେ ଥରିବେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ କୁମ୍ଭୀର ଆତଙ୍କରେ ନଦୀ କୂଳିଆ ଅଞ୍ଚଳର ଲୋକେ ଭୟଭୀତ । ଦିନକୁଦିନ କୁମ୍ଭୀର ମାନଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । କୁମ୍ଭୀର ଆତଙ୍କରେ ନଦୀ କୂଳରେ ବସବାସ କରୁଥିବା ଲୋକମାନେ ଡରିଡରି ଦିନ କାଟୁଛନ୍ତି । ନଦୀକୂଳରେ ରହୁଥିବା ସାଧାରଣ ଲୋକମାନେ ନଦୀ ଉପରେ ନିର୍ଭର କରୁଥିବା ବେଳେ ଅନେକ ସମୟରେ କୁମ୍ଭୀର ଆକ୍ରମଣରେ ସାଧାରଣ ଲୋକମାନେ ଶିକାର ହୋଇ ମୃତ ବରଣ କରନ୍ତି ।

ଆଜି ସେମିତି କିଛି ଘଟିନାହିଁ ମହାବଳ କୁମ୍ଭୀର ସହିତ ସଂଘର୍ଷ କରି କୁମ୍ଭୀରକୁ ପରାସ୍ତ କରି କୁମ୍ଭୀର ପଞ୍ଜାରୁ ରକ୍ତାକ୍ତ ହୋଇ ଫେରିଛନ୍ତି ନାବାଳକ ଓମ୍ ପ୍ରକାଶ ସାହୁ । ତେବେ ପଟ୍ଟାମୁଣ୍ଡାଇ ବ୍ଲକ ବଲୁରିଆ ପଞ୍ଚାୟତ ଅରାଜି ଗାଁର ଘଟଣା । ଅରାଜି ଗାଁର ମନୋଜ ସାହୁଙ୍କ ସାନ ପୁଅ ଓମ୍ ପ୍ରକାଶ ସାହୁ ତାଙ୍କ ସାଙ୍ଗମାନଙ୍କ ସହିତ ନିଜ ଘର ପାଖ କାଣିନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଏକ ବଉଳା କୁମ୍ଭୀର ତାଙ୍କୁ ଝାମ୍ପି କିଛି ବାଟ ନେଇଥିଲା ।

ତେବେ କୌଶଳ କ୍ରମେ ପିଲାଟି କୁମ୍ଭୀରକୁ ଲାତ ମାରିବା ସହିତ ନିଜର କୈଶଳ କ୍ରମେ କୁମ୍ଭୀର ସହିତ ଲଢେଇ କରି ନିଜ ଜୀବନ ବଞ୍ଚାଇ ପାରିଛି ନାବାଳକ ଓମ୍ ପ୍ରକାଶ ।  ତେବେ ପାଖରେ ପ୍ରତେକ୍ଷଦର୍ଶୀ କହିବା ଅନୁଯାୟୀ ପାଖରେ ପାଖା ପାଖି ଛଅ ଜଣ ପିଲା ଗାଧୋଉ ଥିଲେ କିନ୍ତୁ ପିଲାଟି ହଠାତ ଟିକେ ଦୂରକୁ ଚାଲିଯିବାରୁ କୁମ୍ଭୀରଟି ପିଲାକୁ ପାଣି ଭିତରକୁ ଟାଣି ନେବାକୁ ଚେଷ୍ଟା କରୁଥିବା ବେଳେ ହଠାତ ପ୍ରତେକ୍ଷ ଦର୍ଶୀଙ୍କ ନଜର ପଡିଥିଲା ।

ତେବେ ପିଲାଟି ଚିତ୍କାର ଶୁଣିବା ପରେ ପାଖ ପିଲା ମାନେ ଚେଷ୍ଟା କରିଥିଲେ ପିଲା ଟିକୁ ବଞ୍ଚାଇବାକୁ । ତେବେ କୁମ୍ଭୀର ନଛାଡିବାରୁ ପିଲା ଟିକୁ ପାଣି ଭିତରକୁ ଟାଣି ନେବାକୁ ବସିଥିଲା ,କିନ୍ତୁ ପିଲାଟି ସାହସର ସହିତ କୁମ୍ଭୀର ସହିତ ଏକାକୀ ମୁକାବିଲା କରି ନିଜ ଜୀବନ ବଞ୍ଚାଇ ପାରିଛି ।

ତେବେ ବଉଳା କୁମ୍ଭୀରର ଆକ୍ରମଣରେ ରକ୍ତାକ୍ତ ହୋଇଥିବା ଓମ୍ ପ୍ରକାଶଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସିତ କରାଉଛନ୍ତି ପରିବାର ଲୋକେ । କୁନି ପିଲାଟି କହୁଛି ଶୀଘ୍ର କୁମ୍ଭୀର କୁ ସ୍ଥାୟୀ ଜାଗାକୁ ନିଅନ୍ତୁ, କୁମ୍ଭୀର କୁ ରୋଗ ହେଲା ବୋଲି କଣ ଆମକୁ ଖାଇବାକୁ ଛାଡୁଚ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *