କୁମ୍ଭ ରାଶି ( Aquarius ) ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଗୁପ୍ତ ରହସ୍ୟ ! (Astrology)

ଆଜି ଆମେ ଆପଣଙ୍କୁ କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ବିଷୟରେ କହିବୁ । ଆଜି ଆମେ ଆପଣଙ୍କୁ ସେମାନଙ୍କର ଜନ୍ମ ଠାରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଗୁପ୍ତ କଥା ବିଷୟରେ କହିବୁ । କୁମ୍ଭ ରାଶି ଜାତକ ତିନି ଭାଗରେ ବିଭକ୍ତ ହୋଇଛି । ଯେମିତି କି ୨୩ / ୧୧ ଘନିଷ୍ଠା ନକ୍ଷତ୍ର, ୨୪ / ୧୧ ଶତବିଷା ନକ୍ଷତ୍ର ଓ ୨୫ / ୧୧ ପୂର୍ବ ଭାଦ୍ର ନକ୍ଷତ୍ର । ୨୩ / ୧୧ ଘନିଷ୍ଠା ନକ୍ଷତ୍ର କୁମ୍ଭ ରାଶି ଓ ୨୪ / ୧୧ ଶତବିଷା ନକ୍ଷତ୍ର କୁମ୍ଭ ରାଶି ଦାନବ ଗଣ ଅଟନ୍ତି । ୨୫ / ୧୧ ପୂର୍ବ ଭାଦ୍ର ନକ୍ଷତ୍ର କୁମ୍ଭ ରାଶି ମାନବ ଗଣ ଅଟନ୍ତି ।

ସୋମବାର, ମଙ୍ଗଳବାର, ଶୁକ୍ରବାର ଓ ଶନିବାର ଏମାନଙ୍କ ପାଇଁ ଶୁଭବାର ହୋଇଥାଏ । ୨, ୩, ୬, ୯ ଏମାନଙ୍କ ପାଇଁ ଶୁଭ ନମ୍ବର ହୋଇଥାଏ । ବୃଷ, କନ୍ୟା, ମିଥୁନ, ତୁଳା, ମକର ଓ କୁମ୍ଭ ରାଶି ଏମାନଙ୍କୁ ଉତ୍ତମ ଫଳ ପ୍ରଦାନ କରିଥାନ୍ତି । କଳା, ବାଇଗଣି, ନୀଳ ଓ ସବୁଜ ଏମାନଙ୍କ ପାଇଁ ଶୁଭ ରଙ୍ଗ ।

ପଶ୍ଚିମ ଦିଗ ଶୁଭ ଦିଗ, ଘାତ ବାର ଗୁରୁବାର, ଶୁଭ ଅଙ୍କ ୩, ୬ ଓ ୯ । ଶନିଦୋଷ ଦୂର କରିବା ପାଇଁ ହନୁମାନଙ୍କ ପୂଜା ଅର୍ଚନା କରିବା ଉଚିତ । କୁମ୍ଭ ରାଶିର ଗୁଣ ଓ ସ୍ଵଭାବ ବିଷୟରେ କହିବା ତେବେ ଏମାନେ ଶାନ୍ତ, ଗମ୍ଭୀର, ସହନଶୀଳ, ବୁଦ୍ଧିମତି, କଳା ପ୍ରେମୀ  ଓ ଚିନ୍ତାଶୀଳ ହୋଇଥାନ୍ତି । ରାଜନୀତି ପ୍ରତି ବି ଆଗ୍ରହ ରଖିଥାନ୍ତି । ଏମାନଙ୍କୁ ଜୀବନରେ ଦାନ୍ତ, ରକ୍ତ ଚାପ, ପେଟ ରୋଗ, ଚର୍ମ ରୋଗ, ମ୍ୟାଲେରିଆ ଜ୍ଵର ହାତରେ ଆଘାତ ଲାଗିବା ଓ ବାତ ରୋଗ ଭଳି ରୋଗର ସାମ୍ନା କରିବାକୁ ପଡିଥାଏ ।

କୁମ୍ଭ ରାଶିର ବ୍ୟକ୍ତିମାନେ ପ୍ରାୟତଃ ଡାକ୍ତର, ଇଞ୍ଜିନିୟର, ଶିକ୍ଷକ, ବୈଜ୍ଞାନିକ, କବି, ଯନ୍ତ୍ରପାତି ବ୍ୟବସାୟ କରିଥାନ୍ତି । ଏମାନଙ୍କୁ କେବେ ବି ଜୀବନରେ ବିଶ୍ରାମ ମିଳେ ନାହିଁ । ଜୀବନରେ କେତେକ ବନ୍ଧୁମାନଙ୍କ ସାହାର୍ଯ୍ୟ ଓ ସହଯୋଗ ମିଳିଥାଏ । କିଛି ବନ୍ଧୁ ଅଚାନକ ସମସ୍ୟା ବି ସୃଷ୍ଟି କରିଥାନ୍ତି । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ଭଲ ରେଜଲ୍ଟ ଆଣିଥାନ୍ତି । ଏମାନଙ୍କର ଚଞ୍ଚଲ ପ୍ରକୃତି, ବୁଦ୍ଧିମାନ, ଉତ୍ତମ ବ୍ୟବହାର ଓ ସମସ୍ତଙ୍କୁ ଆକ୍ରୁଷ୍ଟ କରିଥାଏ । ପଶୁ ପାଳନରେ ବି ଆଗ୍ରହୀ ହୋଇଥାନ୍ତି ।

ଜୀବନରେ ବିଶେଷ ଅର୍ଥଭାବ ରହିବ ନାହିଁ । ମିଛ କହିବା ଓ ଠକିବା ଏମାନଙ୍କୁ ପସନ୍ଦ ନୁହେଁ । କାହାକୁ କଥା ଦେଇ କଥା ଭାଙ୍ଗିବା ଏମାନଙ୍କୁ ପସନ୍ଦ ହୋଇ ନ ଥାଏ । ଏମାନଙ୍କ ଜୀବନରେ ଜମିବାଡିକୁ ନେଇ ବି ସମସ୍ୟା ଦେଖାଯାଏ । ନିଜ ଜୀବନକାଳରେ ଜମି ବାଡି କିଣିବା, ସନ୍ତାନ ଭୋଗ, ବାଣିଜ୍ୟରେ ଉନ୍ନତି, ସମ୍ମାନ ପ୍ରତିଷ୍ଠା ଓ ଇଚ୍ଛା ମୁତାବିକ ଚାକିରି ମିଳିଥାଏ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *