ବିବାହିତ ହୋଇ ମଧ୍ୟ Bollywood ର ଏହି ସୁନ୍ଦରୀ ହିରୋଇନଙ୍କୁ ପ୍ରେମ କରି ବସିଥିଲେ ସିଙ୍ଗର Kumar Sanu, ଆଉ ତା’ପରେ ପତ୍ନୀ ଯାହା କଲେ ନା…

ନମସ୍କାର ବନ୍ଧୁଗଣ ତେବେ ନବେ ଦଶକରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ବଲିଉଡରେ କେଦାରନାଥ ଭଟ୍ଟାଚାର୍ଯ୍ୟ ଓରଫ କୁମାର ସାନୁଙ୍କ ସଙ୍ଗୀତର ଯାଦୁ ଛାଇ ରହିଛି । ସେ ସମୟରେ ଦର୍ଶକ କୁମାର ସାନୁଙ୍କ ସଙ୍ଗୀତଙ୍କୁ ଖୁବ ପସନ୍ଦ କରୁଥିଲେ । କେବଳ ସେତିକି ନୁହେଁ ଗୋଟିଏ ଦିନରେ ସର୍ବାଧିକ ୨୮ ଟି ଗୀତ ରେକର୍ଡ କରି ସାନୁ ଗିନିସ ୱାର୍ଲଡ ରେକର୍ଡ ମଧ୍ୟ କରିଛନ୍ତି । କିନ୍ତୁ କୁମାର ସାନୁ ନିଜ ସଙ୍ଗୀତ କ୍ୟାରିୟର ସହିତ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଖୁବ ଚର୍ଚ୍ଚା ସାଉଁଣ୍ଟିଥିଲେ ।

ତେବେ ୮୦ ଏବଂ ୯୦ ଦଶକରେ ଫିଲ୍ମ ପରଦାରେ ରାଜ କରୁଥିବା ମୀନାକ୍ଷୀ ଶୋଷାନ୍ଦ୍ରି ସମସ୍ତଙ୍କ ହୃଦୟରେ ରାଜ କରୁଥିଲେ । ଦିନ ଥିଲା କୁମାର ସାନୁ ଏବଂ ମୀନାକ୍ଷୀଙ୍କ ସମ୍ପର୍କକୁ ନେଇ ଖୁବ ଚର୍ଚ୍ଚା ହେଉଥିଲା । ୧୯୮୩ ମସିହାରେ ଫିଲ୍ମ ଦୁନିଆରେ ପାଦ ରଖିଥିବା ମୀନାକ୍ଷୀ ଦର୍ଶକଙ୍କୁ ଅନେକ ହିଟ ଫିଲ୍ମ ଭେଟି ଦେଇଛନ୍ତି । ସେ ଅନେକ ଆୱାର୍ଡ ମଧ୍ୟ ଜିତିଛନ୍ତି ।

ଦର୍ଶକ ଯେ କେବଳ ମୀନାକ୍ଷୀଙ୍କ ସୌନ୍ଦ୍ୟର୍ଯ୍ୟ ପ୍ରତି ଆକର୍ଷିତ ଥିଲେ ତା ନୁହେଁ ବରଂ ତାଙ୍କ ଅଭିନୟ ଏବଂ ଭାବଢଙ୍ଗୀକୁ ବିଭିନ୍ନ ମହଲରେ ଖୁବ ପସନ୍ଦ କରାଯାଉଥିଲା ।  ସେହି ସମୟରେ ମୀନାକ୍ଷୀଙ୍କ ନାଆ କୁମାର ସାନୁଙ୍କ ସହ ଯୋଡ଼ା ଯାଉଥିଲା । ତେବେ କେବଳ ସେତିକି ନୁହେଁ, ଚର୍ଚ୍ଚା ଥିଲା ଯେ ମାନାକ୍ଷୀ ଏବଂ କୁମାର ସାନୁ ପରସ୍ପରକୁ ଖୁବ ଭଲ ପାଉଥିଲେ ଏବଂ ଏହି କାରଣରୁ କୁମାର ସାନୁ ନିଜ ପ୍ରଥମ ସ୍ତ୍ରୀ ରିଟା ଭଟ୍ଟାଚାର୍ଯ୍ୟଙ୍କୁ ଛାଡ଼ପତ୍ର ମଧ୍ୟ ଦେଇଥିଲେ ।

ଦୁହିଁଙ୍କ ପରିଚୟ ପ୍ରଥମ ଥର ମହେଶ ଭଟ୍ଟଙ୍କ ଫିଲ୍ମ ଜୁର୍ମରେ ହୋଇଥିଲା । ତେବେ କଥା ସେତେବେଳେ ବିଗିଡ଼ିଲା ଯେତେବେଳେ କୁମାରଙ୍କ ସ୍ତ୍ରୀ ଏହି ସବୁ ବିଷୟରେ ଜାଣିବାକୁ ପାଇଲେ ଏବଂ ସେ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଲେ । ନିଜ ଛାଡ଼ପତ୍ର ପାଇଁ ସେ ମାନାକ୍ଷାଙ୍କୁ ଦାୟୀ କରିଥିଲେ । ଏ ସମସ୍ତ ଘଟଣାରେ କିନ୍ତୁ ମାନୀକ୍ଷା କୌଣସି ମତ ପ୍ରକାଶ କରିନଥିଲେ ।  ଯାହା ନିଆରେ ଘିଅ ଢ଼ାଳିବାର କାମ କରିଥିଲା ।

ତେବେ ଅବଶ୍ୟ ପରବର୍ତ୍ତୀ ସମୟରେ କୁମାର ସାନୁଙ୍କ ଜୀବନରୁ ମୀନାକ୍ଷୀ ଚାଲିଯାଇଥିଲେ । ସେ ହଠାତ ଫିଲ୍ମ ଦୁନିଆରୁ ବିଦାୟ ନେଇ ୧୯୯୭ରେ ଜଣେ ଇନଭେଷ୍ଟମେଣ୍ଟ ବ୍ୟାଙ୍କରଙ୍କୁ ବିବାହ କରିଥିଲେ । ଏହାପରେ କୁମାର ସାନୁ ବିକାନେରର ସଲୋନୀ ଭଟ୍ଟାଚାର୍ଯ୍ୟଙ୍କୁ ବିବାହ କରିଥିଲେ । ସଲୋନୀ ଏବଂ କୁମାରଙ୍କର ଦୁଇଟି କନ୍ୟା ସନ୍ତାନ ମଧ୍ୟ ରହିଛି ।

ତେବେ ଏହା ମଧ୍ୟ ଚର୍ଚ୍ଚା ଥିଲା ଯେ କୁମାର ସାନୁ ମୀନାକ୍ଷୀଙ୍କ ପୂର୍ବରୁ କୁନିକା ଲାଲ ନାମକ ଜଣେ ଅଭିନେତ୍ରୀଙ୍କୁ ଡେଟ କରୁଥିଲେ । କୁମାରଙ୍କ ପ୍ରଥମ ସ୍ତ୍ରୀଙ୍କ କହିବା ଅନୁଯାୟୀ, କୁମାରଙ୍କ ସେକ୍ରେଟାରୀ ତାଙ୍କୁ କହିଥିଲେ ଯେ, କୁମାରଙ୍କ ଏକାଧିକ ଗର୍ଲଫ୍ରେଣ୍ଡ ଅଛନ୍ତି । ସୂଚନା ଅନୁଯାୟୀ ପ୍ରଥମ ସ୍ତ୍ରୀ ରିଟା ସହିତ କୁମାରଙ୍କର ଦୁଇଟି ପୁତ୍ର ସନ୍ତାନ ଜନ୍ମ ହୋଇଥିଲେ ଜିକୋ ଏବଂ ଜାନ ।

ତେବେ କୁମାର ସାନୁ ବର୍ତ୍ତମାନ ନିଜ ବୈବାହିକ ଜୀବନରେ ଖୁସିରେ ଅଛନ୍ତି । ତାଙ୍କ ବଡ଼ ଝିଅ ସୌନନ ମଧ୍ୟ ଗାୟିକା ହେବାରେ ରୁଚି ରଖନ୍ତି । କୁମାର ସାନୁ ନିକଟରେ ନିଜ ପୁଅ ଜାନ କୁମାରଙ୍କ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ଜାନ ମରାଠୀ ଭାଷା ବିଷୟରେ ଖରାପ ମନ୍ତବ୍ୟ ଦେଇଥିଲେ, ଯେଉଁ କାରଣରୁ ଏମଏନଏସ କ୍ଷୋଭ ପ୍ରକାଶ କରିଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *