କୁକୁର କାମୁଡ଼ିବା ପରେ ଜଣେ ଯୁବକ କୁକୁର ଭଳି ହୋଇ ଯାଇଛନ୍ତି… କରୁଛନ୍ତି କୁକୁର ପରି ଆଚରଣ…

କୁକୁର କାମୁଡିବା ପରେ କୁକୁର ହୋଇଗଲେ । ହଁ ଆଜ୍ଞା ଜଣେ ଯୁବକଙ୍କୁ କୁକୁର କାମୁଡିବା ପରେ ସେ ପୁରା କୁକୁରଙ୍କ ଭଳି ଆଚରଣ କରୁଛନ୍ତି । କୁକୁର କାମୁଡିଆର କିଛି ସମୟ ମଧ୍ୟରେ ତାଙ୍କ ଠାରେ କୁକୁରଙ୍କ ଭଳି ଲକ୍ଷଣ ସବୁ ଦେଖିବାକୁ ମିଳିଥିଲା । କୁକୁରଙ୍କ ଭଳି ଭୋକୁଥିଲେ । କୁକୁରଙ୍କ ଭଳି ଲୋକଙ୍କୁ କାମୁଡିବାକୁ ମଧ୍ୟ ଗୋଡାଉଥିଲେ । ଏଭଳିକି ଖାଇବାକୁ ଦେଲେ କୁକୁରଙ୍କ ଭଳି ଖାଉଥିଲେ । ଯୁବକ ଜଣଙ୍କ ମଣିଷଙ୍କ ପରି କଥା ନକହି କୁକୁରଙ୍କ ଭଳି ଭୋକୁଛନ୍ତି ।

ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ତେବେ ରାୟଗଡା ଜିଲ୍ଲା ମୁନିଗୁଡା ସ୍ଵାସ୍ଥକେନ୍ଦ୍ରରେ ସେଭଳି କିଛି ଦେଖିବାକୁ ମିଳିଛି । କୁକୁର କାମୁଡିବା ପରେ ଯୁବକ ଜଣଙ୍କ ଠାରେ ପୁରା କୁକୁରଙ୍କ ସ୍ଵଭାବ ଚାଲି ଆସିଥିଲା । ତେବେ ଏଭଳି କୁକୁର ଭଳି ଆଚରଣ କରୁଥିବା ଲୋକ ଜଣଙ୍କ ହେଉଛନ୍ତି ରାୟଗଡା ଜିଲ୍ଲା ରତନଗୁଡା ଗ୍ରାମର ଜଣେ ଯୁବକ । ଗତ 4 ଦିନ ତଳେ ଯୁବକ ଜଣଙ୍କୁ କୁକୁର କାମୁଡିଦେଇଥିଲା । ଯେତେବେଳେ ଯୁବକ ଜଣଙ୍କୁ କୁକୁର କାମୁଡି ଦେଇଥିଲା ।

ସେତେବେଳେ ପରିବାର ଲୋକ ସଙ୍ଗେ ସଙ୍ଗେ ପାଖ ଚିକିତ୍ସାଳୟକୁ ଆଣି କୁକୁର କାମୁଡି ଥିବା କହି ତାଙ୍କୁ ଇଂଜେକସନ ଦେଇ ଘରକୁ ନେଇଯାଇଥିଲେ । ତାପରେ ଘଟଣାର 3 ଦିନ ପରେ ଉକ୍ତ ଯୁବକ ଜଣଙ୍କ ସ୍ଵଭାବରେ ଧୀରେ ଧୀରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ସାଧାରଣ ମଣିଷଙ୍କ ଭଳି ନୁହେଁ, ବଂର ଜଣେ କୁକୁର ଠାରେ ଯେଉଁ ସବୁ ଆଚରଣ ରହିଥାଏ । ଉକ୍ତ ଯୁବକ ଜଣଙ୍କ ସେଭଳି ସବୁ କରିବାକୁ ଲାଗିଥିଲେ ।

ଏପରିକି ଯୁବକ ସହ କୁକୁରଙ୍କ ଭଳି ଭୋକିବା ସହ ଅନ୍ୟ ଲୋକଙ୍କୁ କାମୁଡିବାକୁ ମଧ୍ୟ ଗୋଡାଇଥିଲେ । ତାପରେ ଯୁବକ ଜଣଙ୍କୁ ମୁନିଗୁଡା ସ୍ଵାସ୍ଥକେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କ ପ୍ରାଥମିକ ଚିକିତ୍ସା କରିସାରିବା ପରେ ତାଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସ୍ତାନାନ୍ତରଣ କରିଥିଲେ । କୁକୁର କାମୁଡିଥିବା ଯୁବକଙ୍କ ପରିବାର ପ୍ରଥମେ ଯୁବକ ଜଣଙ୍କୁ ପ୍ରକୃତିକ ପଦ୍ଧତିରେ ଚିକିତ୍ସା କରିବାକୁ ମନ କରିଥିଲେ । ପରେ ସ୍ଵାସ୍ଥକେନ୍ଦ୍ରର ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକ କୁକୁର କାମୁଡିଥିବା ଯୁବକଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା କରିବା ପାଇଁ ନେଇଯାଇଥିଲେ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *