କୁକୁଡା ହସ ଆଉ କାହିଁକି ହସିବେନି ଜୟୀ…ନିଜ ଜୀବନର କିଛି ଅକୁହା ରାଜ ଖୋଲି କହିଦେଲେ ଅଭିନେତା Jayeeram Samal

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିଏଟା ଜୟୀଙ୍କୁ ନିଶ୍ଚୟ ଜାଣିଥିବେ । ଜୟୀ ହେଉଛନ୍ତି ଜଣେ ପ୍ରସିଦ୍ଧ ହାସ୍ୟ ଅଭିନେତା । 80 ଏବଂ 90 ଦଶକରେ ଏମିତି କୌଣସି ଫିଲ୍ମ ନାହିଁ ଯେଉଁଥିରେ ଜୟୀ ଅଭିନୟ କରି ନାହାନ୍ତି । ସମସ୍ତ ଓଡିଆ ଫିଲ୍ମରେ ଜୟୀ ନିଜର ଜବରଦସ୍ତ ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ତେବେ ଦର୍ଶକ ବନ୍ଧୁ ଗୋଟେ ସମୟରେ ଜୟୀ ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଗଲେ ଏବେ ସେ ଆଉ ଫିଲ୍ମରେ କାମ କରୁ ନାହାନ୍ତି । ହେଲେ ଆଜି ବି ତାଙ୍କ ଅଭିନୟ ଦେଖିବା ପାଇଁ ଲୋକେ ଝୁରୁ ଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଜୟୀ ନିଜର ଏକ ସାକ୍ଷାତ୍କାର ଦେଇଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଜୟୀ ଏହି ସାକ୍ଷାତ୍କାରରେ କହିଛନ୍ତି-‘କରୋନା ମହାମାରୀ ପରେ ଇଣ୍ଡଷ୍ଟ୍ରି ଶୋଇ ଯାଇଛି ଦର୍ଶକ ମାନେ ଇଣ୍ଡଷ୍ଟ୍ରିକୁ ଉଠେଇବା କଥା ସେମାନେ ଯଦି ଚାହିଁବେ ତେବେ ଇଣ୍ଡଷ୍ଟ୍ରି ଉଠିବ ନହଲେ ତଳକୁ ଭୁସୁଡି ଯିବ । କଷ୍ଟ ନ କଲେ କୃଷ୍ଣ ମିଳେନି ପିଲା ବେଳୁ ମୋର କଳା ପ୍ରତି ଆଗ୍ରହ ଥିଲା । ମୁଁ ଛୋଟ ଛୁଆ ଥିବା ବେଳେ ମୁଁ ଘରେ ରାତିରେ ନ ଖାଇ ଶୋଇ ପଡେ ସେତେବେଳେ ଭାଇ ମାନେ କୁହନ୍ତି ଚାଲ ନାଟକ ଦେଖିବାକୁ ଯିବା ।

ସେତେବେକେ କଣ୍ଢେଇ ନାଚ ପାଲା ଆଦି ଥିଲା  ହେଲେ ଏହି ସବୁ ଜିନିଷ ଏବେ ଆଉ ଦେଖିବାକୁ ମିଳୁନି । କଳା ମୁଁ ଏତେ ଭଲ ପାଇ ଯାଇଥିଲି ନିଜେ ଘରେ ପଗଡି ପିନ୍ଧି ନାଚ କରେ । କେହି ଦେଖନ୍ତି ନି ମୁଁ ନିଜେ ନିଜେ ନାଚେ । ସ୍କୁଲ ଯେତେବେଳେ ଯାଏ ସାର କୁହନ୍ତି ଜୟୀ ଗୋଟେ ଗୀତ ଗାଇଲୁ ମୋତେ ଲାଜ ଲାଗେ ମୁଁ କବାଟ କଣରେ ମୁହଁ ଲୁଚାଇ ଗୀତ ଗାଏ ।

ହେଲେ ସେହି ଜୟୀ ଆଜି ଅର୍ଣ୍ଣପୂର୍ଣ୍ଣ ଥିଏଟରରେ 11 ବର୍ଷ ଅଭିନୟ କଲା ପରେ ଚଳଚିତ୍ର ଜଗତକୁ ଆସି ପାରିଲା । ଆଉ ଯାଯାବର ହେଉଛନ୍ତି ମୋର ପ୍ରଥମ ଚଳଚିତ୍ର’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଜୟୀ ନିଜ ପର୍ଶନାଲ ଲାଇଫ ବିଷୟରେ କହିଛନ୍ତି । ତେବେ ଆପଣ ମାନଙ୍କୁ ଓଡିଆ ଅଭିନେତା ଜୟୀ କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *