ଓଡିଶାକୁ ନେଇ କିଛି ଏମିତି କହିଲେ Bollywood ଅଭିନେତା Krushna Abhishek, ଶୁଣିଲେ ଓଡିଆ ହିସାବରେ ଆପଣ ବି ଗର୍ବ କରିବେ, ଦେଖନ୍ତୁ Video

ବନ୍ଧୁଗଣ, ଓଡିଆ ଫିଲ୍ମ ଜଗତରେ ଅନେକ ହିନ୍ଦୀ ତଥା ବେଙ୍ଗୋଲି କଳାକାର ଆସି କାମ କରି ଯାଇଛନ୍ତି । ବର୍ତ୍ତମାନ ବଲିଉଡ ଅଭିନେତା କ୍ରୀଷ୍ଣା ଓଡିଆ ଫିଲ୍ମ ଜଗତରେ ପାଦ ଦେଇଛନ୍ତି । କ୍ରୀଷ୍ଣା କହିଛନ୍ତି ଯେ ମତେ ବହୁତ ଭଲ ଲାଗିଲା ଓଡିଆ ଚଳଚିତ୍ର ରେ କାମ କରି । ପ୍ରଥମ ଥର ମୁଁ ମୋ ଜୀବନରେ ଓଡିଆ ସଙ୍ଗୀତ କରିଲି ଏବଂ ମତେ ବହୁତ ଭଲ ଲାଗିଲା । ସଂପୂର୍ଣ୍ଣ ଟିମ ବହୁତ ଭଲ ଅଟନ୍ତି । ମୁଁ ଯେତେବେଳେ ଡାଇରେକ୍ଟର ଙ୍କ ସହିତ ପ୍ରଥମ ଥର ଭେଟ କରିଲି ତାଙ୍କ କଥାବାର୍ତ୍ତା ମତେ ବହୁତ ଭଲ ଲାଗିଲା ।

ମତେ ଜଣାଥିଲା ଯେ ସେ ବହୁତ ଭଲ ଫିଲ୍ମ ବନାଇବେ । ମୁଁ ଓଡିଶା କୁ ୩ ରୁ ୪ ଥର ଆସିସାରିଛି । ମତେ ଏଠାରେ ବହୁତ ଭଲ ଲାଗେ । ଜଗନ୍ନାଥ ଙ୍କ ମୂର୍ତ୍ତି ମୁଁ ନିଜ ଘର ମନ୍ଦିରରେ ରଖିଛି । ନୀତିଦିନ ସେଠାରେ ମୁଁ ଫୁଲ ଅର୍ପଣ କରି ପୂଜା କରିଥାଏ । ତେବେ ଏକ ଛୋଟ କନେକ୍ସନ ରହିଅଛି ଏଠାରେ । ଅଶୋକ ନନ୍ଦା ନାମକ ଡାଇରେକ୍ଟର ଅଛନ୍ତି ଓଡିଶା ରେ ଯେ କି ଅନୁପମ ଖେର ଙ୍କ ସହିତ ଏକ ଚଳଚିତ୍ର ବନାଇ ଥିଲେ ।

ଆପଣ ମାନେ ନିଶ୍ଚିତ ଏହା ଜାଣିଥିଲେ ଏବଂ ସେ କପିଲ ଶର୍ମା ସୋ ରେ ମଧ୍ୟ ପ୍ରମୋଶନ କରିବା ନିମନ୍ତେ ଆସିଥିଲେ । ତେବେ ସେ ମତେ ପ୍ରଥମ ଥର ଭୁବନେଶ୍ଵର ଆଣିଥିଲେ । ଏହାପରେ ମୁଁ ଇ ଟିଭି ର ସୋ ନିମନ୍ତେ ଆସିଥିଲି । ଏହାପରେ ମୁଁ ବର୍ତ୍ତମାନ ଆସିଅଛି । ତେବେ ଏହା ପ୍ରଥମ ମୋର ଓଡିଆ ଫିଲ୍ମ ହୋଇଥିବାରୁ ବହୁତ ଆଗ୍ରହ ଅଛି ।

 

ଏଠାକାର ଲୋକେ ବହୁତ ଭଲ ଅଛନ୍ତି ଏବଂ ବହୁତ ଭାବଉକ ମଧ୍ୟ ଅଟନ୍ତି । ମତେ ଓଡିଶା ର କଲଚର ବହୁତ ଭଲ ଲାଗେ । ମତେ ପୂଜାପାଠ କରିବାକୁ ଭଲ ଲାଗେ ଏବଂ ଏଠାରେ ବହୁଳ ପରିମାଣରେ ମନ୍ଦିର ମାନ ପରିପୂର୍ଣ୍ଣ ହୋଇ ରହିଅଛି । ମୁଁ ପିପିଲି କୁ ଯାଇଥିଲି ଏବଂ ସେଠାରେ ଚାନ୍ଦୁଆ କାମ ମଧ୍ୟ ଦେଖିଲି ।

ମୋର ଗୋଟିଏ ସୋ ମଧ୍ୟ ଅଛି ମୁଁ ଚିନ୍ତା କରିଛି ଯେ ଓଡିଶା ର କଳା କୁ ସେହି ସୋ ମାଧ୍ୟମରେ ସମଗ୍ର ଭାରତ ବର୍ଷ ରେ ଦେଖାଇବା ନିମନ୍ତେ । କାରଣ ଏଠାରେ ବହୁତ କିଛି ଦେଖିବା ପାଇଁ ତଥା ଶିଖିବା ପାଇଁ ଅଛି । ମାତ୍ର ମୁଁ ଏଠାକୁ ଆସି ବହୁତ ଖୁସି ମନେ କରୁଅଛି । ତେବେ ବନ୍ଧୁଗଣ ପ୍ରଶିଦ୍ଧ ଅଭିନେତା କ୍ରୀଷ୍ଣା ଏହିଭଳି ଭାବରେ ନିଜ ମନ କଥା ମି-ଡି-ଆ ଆଗରେ ପ୍ରକାଶିତ କରିଛନ୍ତି । ଆପଣଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *