ଆଜି ବହୁତ ବଦଳି ଯାଇଛନ୍ତି ଫିଲ୍ମ “କୋଇ ମିଲ ଗୟା” ଫିଲ୍ମ ର ଏହି 5 ଜଣ Actor, ନମ୍ବର 5 ଙ୍କୁ ତ ଆପଣ ଚିହ୍ନି ବି ପାରିବେନି

ନମସ୍କାର ବନ୍ଧୁଗଣ ଆଜକୁ ପ୍ରାୟ ଅଠର ବର୍ଷ ପୂର୍ବେ ବଡ଼ ପରଦାରେ ପ୍ରସାରିତ ହୋଇଥିବା ସିନେମା କୋଇ ମିଲ ଗୟା କୁ ତ ନିଶ୍ଚୟ ଦେଖିଥିବେ । ଏହି ସିନେମା ର କାହାଣୀ ଏବଂ ସେଥିରେ ଅଭିନୟ କରିଥିବା କଳାକାର ମାନଙ୍କ ର ଏତେ ପ୍ରଶଂସା କରା ଯାଇଥିଲା କି ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସିନେମା କୁ ସମସ୍ତେ ମନ ରଖିଛନ୍ତି ଏବଂ ଭୁଲି ମଧ୍ୟ ପାରିବେ ନାହିଁ । ଏହି ସିନେମା ର ସଫଳତା ପଛରେ ଏହି ଅଭିନେତା ମାନଙ୍କ ର କଠିନ ପରିଶ୍ରମ ଏବଂ ତାଙ୍କ ର ସୁନ୍ଦର ଅଭିନୟ ର ବହୁତ ଯୋଗଦାନ ରହିଛି ।

ଏହି ସିନେମା ୨୦୦୩ ମସିହାରେ ପ୍ରସାରିତ ହୋଇଥିଲା ଏବଂ ଆଜକୁ ଏହି ସିନେମା କୁ ଅଠର ବର୍ଷ ହୋଇ ଗଲାଣି । ଏବଂ ଏହି ଅଠର ବର୍ଷ ଭିତରେ ଏହି ସିନେମା ରେ ଅଭିନୟ କରି ଲୋକପ୍ରିୟ ହୋଇଥିବା କଳାକାର ମାନେ ଏବେ ବହୁତ ବଦଳି ଗଲେଣି । ଏବଂ ବୋଧ ହୁଏ ସେମାନଂକୁ ଆପଣ ପ୍ରଥମ ନଜର ରେ ଜାଣି ମଧ୍ୟ ନ ପାରିବେ । ତେବେ ଆଜି ଆମେ ଆପଣ ଙ୍କୁ ଏହି ସିନେମା ରେ କାମ କରିଥିବା ସେହି କଳାକାର ମାନଙ୍କ ବିଷୟରେ କହିବୁ ଏବଂ ଏବେ ସେମାନେ କଣ କରୁଛନ୍ତି କିପରି ଅଛନ୍ତି ତାହା ମଧ୍ୟ ଜଣାଇବୁ । ତେବେ ଆସନ୍ତୁ ଜାଣିନେବା ସେହି କଳାକାର ମାନଙ୍କ ବିଷୟରେ ।

୧- ପ୍ରଥମ ରେ ଅଛନ୍ତି ହୃତିକ ରୋଶନ । ଏହି ସିନେମାରେ ହୃତିକ ମୁଖ୍ୟ ଅଭିନେତା ଭାବେ କାମ କରିଥିଲେ । ତାଙ୍କ ଚରିତ୍ରର ନାମ ହେଉଛି ରୋହିତ । ଯିଏ କି ମାନସିକ ସ୍ତର ରେ ଟିକେ ଦୁର୍ବଳ ଥିଲେ । ବର୍ତ୍ତମାନ ହୃତିକ ବଲିଉଡ ର ଜଣେ ସଫଳ ଏବଂ ବହୁ ଲୋକ ପ୍ରିୟ ଅଭିନେତା । ସେ ତାଙ୍କର ଅଭିନୟ ଏବଂ ନୃତ୍ୟ ରେ ସମସ୍ତ ଙ୍କ ହୃଦୟ ରେ ଘର କରି ପାରିଛନ୍ତି । ଏବେ ସେ ପୂର୍ବ ଠାରୁ ଆହୁରି ହ୍ୟାଣ୍ଡସମ ଏବଂ ଷ୍ଟାଇଲିସ ହୋଇ ଗଲେଣି । ଏବେ ସେ ନିଜ ସ୍ତ୍ରୀ ଙ୍କ ଠାରୁ ଛାଡପତ୍ର ନେଇ ନିଜ ଦୁଇ ପୁଅ ଏବଂ ବାପା ମାଆ ଙ୍କ ସହ ଏକାଠି ରହୁଛନ୍ତି ।

୨- ଦ୍ଵିତୀୟ ରେ ଅଛନ୍ତି ରଜତ ବେଦୀ । ସେ ଏହି ସିନେମା ରେ ଖଳନାୟକ ଭାବେ କାମ କରିଥିଲେ । ତାଙ୍କ ଅଭିନୟ କୁ ମଧ୍ୟ ଦର୍ଶକ ମାନେ ବହୁତ ପ୍ରଶଂସା କରିଥିଲେ । ଏହା ଭିତରେ ସେ ବହୁତ ବଦଳି ଯାଇଛନ୍ତି । ଏବଂ ବର୍ତ୍ତମାନ ସେ ବହୁତ ଅଲଗା ଦେଖା ଯାଉଛନ୍ତି । ସେ ଏବେ ୫୧ ବର୍ଷ ଅତିକ୍ରମ କରି ସାରିଛନ୍ତି । ଏବଂ ଏବେ ସେ ନିଜ ଲୁକ ରେ ମଧ୍ୟ ବହୁତ ପରିବର୍ତ୍ତନ ହୋଇ ଯାଇଛି । ଏବଂ ଏବେ ସେ ନିଜ ସ୍ତ୍ରୀ ମୋନାଲିସା ବେଦୀ ଙ୍କ ସହିତ ସୁଖ ରେ ଜୀଵନ ଅତିବାହିତ କରୁଛନ୍ତି ।

୩- ତୃତୀୟ କଳାକାର ହେଉଛନ୍ତି ପ୍ରୀତି ଜିନ୍ତା । ସେ ଏହି ସିନେମା ରେ ମୁଖ୍ୟ ନାୟିକା ଭାବେ ଅଭିନୟ କରିଥିଲେ । ଏବଂ ତାଙ୍କର ଚୁଲବୁଲି ଅନ୍ଦାଜ ଏବଂ ସୁନ୍ଦର ଅଭିନୟ କରି ସେ ବହୁତ ଲୋକ ପ୍ରିୟତା ହାସଲ କରିଛନ୍ତି । ଏବେ ସେ ଆହୁରି ସୁନ୍ଦର ଏବଂ ଷ୍ଟାଇଲିସ ହୋଇ ଯାଇଛନ୍ତି । ଏବଂ ବର୍ତ୍ତମାନ ମଧ୍ୟ ସେ ଲୋକ ମାନଙ୍କ ହୃଦୟ ରେ ବାସ କରୁଛନ୍ତି ଏବଂ ଏବେ ସେ ବିବାହିତା ମଧ୍ୟ ।

୪- ଚତୁର୍ଥ ରେ ଅଛନ୍ତି ଅନୁଜ ପଣ୍ଡିତ । ସିନେମା ରେ ବିଟୁ ସର୍ଦ୍ଦାର ଚରିତ୍ର ରେ ଅଭିନୟ କରି ଲୋକ ମାନଙ୍କ ର ହୃଦୟ ରେ ଘର କରି ପାରିଛନ୍ତି । ଏବଂ ଏବେ ପର୍ଯ୍ୟନ୍ତ ମଧ୍ୟ ଲୋକମାନେ ଏହି ଚରିତ୍ର କୁ ଭୁଲି ପାରି ନାହାନ୍ତି । ବର୍ତ୍ତମାନ ସେ ବହୁତ ବଡ଼ ହୋଇ ଗଲେଣି । ଏବେ ସେ ବହୁତ ହ୍ୟାଣ୍ଡସମ ଏବଂ ଷ୍ଟାଇଲିସ ହୋଇ ଗଲେଣି ଏବଂ ଏବେ ମଧ୍ୟ ସେ ଅଭିନୟ ଜଗତରେ ସକ୍ରିୟ ଅଛନ୍ତି ।

୫- ପଞ୍ଚମ ରେ ଅଛନ୍ତି ହଂସୀକା ମୋଟବାନି । ଏହି ସିନେମା ରେ ସେ ଏକ ସୁନ୍ଦର ଏବଂ ଚୁଲବୁଲି ଝିଅ ର ଚରିତ୍ର ରେ ଅଭିନୟ କରିଥିଲେ । ଏବଂ ତାଙ୍କ ଏହି ଅଭିନୟ ଯୋଗୁଁ ଦର୍ଶକ ମାନେ ତାଙ୍କ ର ବହୁତ ପ୍ରଶଂସା କରନ୍ତି । ଏବେ ସେ ବହୁତ ବଡ଼ ହୋଇ ଗଲେଣି ଏବଂ ଆହୁରି ସୁନ୍ଦର ଏବଂ ଷ୍ଟାଇଲିସ ହୋଇ ଗଲେଣି । ସେ ଏବେ ବଲିଉଡ ଅପେକ୍ଷା ସାଉଥ ସିନେମା ରେ ଅଧିକ ସକ୍ରିୟ ରହିବାର ଦେଖିବାକୁ ମିଳୁଛି । ଏବଂ ସେଠାରେ ମଧ୍ୟ ସେ ଜଣେ ସଫଳ ଅଭିନେତ୍ରୀ ଭାବେ ପରିଚିତ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *