ବର୍ତ୍ତମାନ ସମୟରେ ବଙ୍ଗୀୟ ଓ ଓଲିଉଡ ଅଭିନେତ୍ରୀ କୋଏଲ ବାନାର୍ଜୀ ବହୁତ ଚର୍ଚିତ ଅଛନ୍ତି । କହିବାକୁ ଗଲେ ସେ ନିଜର ଦ୍ଵିତୀୟ ବିବାହକୁ ନେଇ ଲୋକଲୋଚନକୁ ଆସି ଯାଇଛନ୍ତି । ସମସ୍ତ ତାଙ୍କର ଦ୍ଵିତୀୟ ବିବାହକୁ ନେଇ ଅଳ୍ପ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଇଛନ୍ତି । ସମସ୍ତେ ତାଙ୍କର ଦ୍ଵିତୀୟ ସ୍ଵାମୀଙ୍କୁ ଦେଖିବା ପାଇଁ ଚାହୁଁଛନ୍ତି । ସୋସିଆଲ ମିଡିଆରେ ବି ତାଙ୍କର ଓ ତାଙ୍କର ଦ୍ଵିତୀୟ ସ୍ଵାମୀଙ୍କ ଫଟୋ ବହୁତ ଭାଇରାଲ ହେଉଛି ।
ଆଜି ଆମେ ଆପଣଙ୍କୁ କୋଏଲ ବାନାର୍ଜୀଙ୍କ ଦ୍ଵିତୀୟ ସ୍ଵାମୀ ଓ କୋଏଲ ବାନାର୍ଜୀଙ୍କଙ୍କ ମୋଟ ସମ୍ପତ୍ତି ବିଷୟରେ କହିବୁ । କୋଏଲ ବାନାର୍ଜୀ ମୁଖ୍ଯତଃ ପଶ୍ଚିମବଙ୍ଗର ନିବାସୀ ଅଟନ୍ତି । ସେ ନିଜର ଅଭିନୟ କ୍ଯାରିୟର ବେଙ୍ଗଲି ଫିଲ୍ମ ଓ ସିରିଏଲରୁ ଆରମ୍ଭ କରିଥିଲେ । ସେ କିଛି ଫିଲ୍ମ ଓ ସିରିଏଲରେ ଅଭିନୟ କରିବା ପରେ ୨୦୧୩ରେ ଓଡିଶା ଚାଲି ଆସି ଥିଲେ ।
ଓଡିଶା ଆସିବା ପରେ ତାଙ୍କର ଭାଗ୍ୟ ଏକ ପ୍ରକାରର ବଦଳି ଗଲା । ସେ ଓଲିଉଡର ବହୁତ ଫିଲ୍ମରେ ନଜର ଆସିଲେ । ଓଡିଶାର ଦର୍ଶକମାନେ ବି ତାଙ୍କର ଅଭିନୟ ଓ ତାଙ୍କୁ ପସନ୍ଦ କରୁଥିଲେ । ସେଥିପାଇଁ ସେ ବହୁତ କମ ଦିନ ମଧ୍ୟରେ ଓଡିଶାରେ ବି ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ହୋଇଗଲେ । ଏହା ମଧ୍ୟରେ ତାଙ୍କର ବବି ମିଶ୍ରଙ୍କ ସହ ସାକ୍ଷାତ ହୋଇଥିଲା । ଶୁଟିଙ୍ଗ ସମୟରେ ହିଁ ଦୁଇ ଜଣ ପରସ୍ପରକୁ ଭଲ ପାଇ ଥିଲେ ।
ଦୁଇ ଜଣ ବିବାହ କରି ନେଲେ । କିନ୍ତୁ କିଛି ବର୍ଷ ପୂର୍ବେ ପାରିବାରିକ ବିବାଦ କାରଣରୁ ଦୁଇ ଜଣଙ୍କ ଡିଭର୍ସ ହୋଇ ଯାଇ ଥିଲା ଓ ସେ କଲିକତା ଚାଲି ଯାଇ ଥିଲେ । କଲିକତା ଯିବା ପରେ ବର୍ତ୍ତମାନ ସେ ଦ୍ଵିତୀୟ ବିବାହ କରି ନେଇଛନ୍ତି । କୋଏଲ ବାନାର୍ଜୀ ଅମିତ ଘୋଷଙ୍କୁ ବିବାହ କରିଛନ୍ତି । ଅମିତ ଘୋଷ ଜଣେ ବଙ୍ଗୀୟ ଅଭିନେତା ଅଟନ୍ତି । ସେ ବେଙ୍ଗଲି ସିରିଏଲରେ ଅଭିନୟ କରନ୍ତି ।
କୋଏଲ ବାନାର୍ଜୀ ଯେଉଁ ସିରିଏଲରେ ଅଭିନୟ କରୁଥିଲେ ସେହି ସିରିଏଲରେ ଅମିତ ଘୋଷ ବି ଅଭିନୟ କରନ୍ତି । ବର୍ତ୍ତମାନ କୋଏଲ ବାନାର୍ଜୀଙ୍କ ଦ୍ଵିତୀୟ ବାହାଘର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଯଦି ତାଙ୍କର ସମ୍ପତ୍ତି ବିଷୟରେ କହିବା ତେବେ ତାଙ୍କ ପାଖରେ ୨ ରୁ ୩ କୋଟି ଟଙ୍କା ଅଛି । ଗୋଟିଏ ସିରିଏଲରେ ଅଭିନୟ କରିବା ପାଇଁ ଦିନକୁ ସେ ୩୦ ରୁ ୪୦ ହଜାର ଟଙ୍କା ନେଇଥାନ୍ତି ।