Bollywood ସିଙ୍ଗର KK ମୃତ୍ୟୁ ପରେ ନିଜ ପରିବାର ପାଇଁ ଛାଡି ଯାଇଛନ୍ତି କେତେ ସମ୍ପତ୍ତି ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ, ବଲିଉଡ ର ପ୍ରସିଦ୍ଧ ପ୍ଲେ ବ୍ୟାକ ସିଙ୍ଗର କୃଷ୍ଣକୁମାର କୁନ୍ନର, ଇଣ୍ଡଷ୍ଟ୍ରୀ ରେ କେକେ ନାମରେ ପ୍ରସିଦ୍ଧ ଥିଲେ । ଗତ କାଲି ଅର୍ଥାତ ୩୧ ତାରିଖ ରାତିରେ ତାଙ୍କର ଆକସ୍ମିତ ନିଧନ ହୋଇଗଲା । ଏହାପରେ ସଂପୂର୍ଣ୍ଣ ମନୋରଞ୍ଜନ ଜଗତରେ ଶୋକ ର ଛାୟା ଖେଳିଯାଇଅଛି । ୯୦ ଦଶକ ର ସିଙ୍ଗର କେକେ ଙ୍କର କଣ୍ଠ ର ଜାଦୁରେ ଅନେକ ଫ୍ୟାନ୍ସ ଆଜି ପର୍ଯ୍ୟନ୍ତ ମଧ୍ୟ ଦିୱାନା ଥିଲେ । ବର୍ତ୍ତମାନ କେକେ ସବୁଦିନ ଲାଗି ବିଦାୟ ନେଇଛନ୍ତି ।

କିନ୍ତୁ ସୋସିଆଲ ମିଡିଆ ରେ ତାଙ୍କ ଫ୍ୟାନ୍ସ ତାଙ୍କୁ ବହୁତ ମନ ପକାଉଥିବାର ନଜର ଆସିଛନ୍ତି । ତେବେ ଆସନ୍ତୁ ଜାଣିବା ଯେ ଏହି ସିଙ୍ଗର ଙ୍କ ର ଜୀବନଶୈଳୀ କିଭଳି ଥିଲା ? ସମୁଦାୟ କେତେ ସମ୍ପତ୍ତି ର ମାଲିକ ଅଟନ୍ତି କେକେ ? ୫୩ ବର୍ଷୀୟ କେକେ ଙ୍କର ଜନ୍ମ ରାଜଧାନୀ ଦିଲ୍ଲୀ ରେ ହୋଇଥିଲା । ସେ ମାଲୟାଲମୀ ପରିବାରରୁ ଥିଲେ କିନ୍ତୁ ସେ ସମସ୍ତ ଧର୍ମ ରେ ବିଶ୍ଵାସ ରଖୁଥିଲେ ।

କେକେ ଗ୍ରାଜୁଏସନ ପର୍ଯ୍ୟନ୍ତ ପାଠ ପଢିଛନ୍ତି । ଏହାପରେ ତାଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା । କେକେ ତେଲୁଗୁ, ତାମିଲ, କନ୍ନଡ଼, ମରାଠୀ, ମାଲୟାଲମ, ବେଙ୍ଗାଳୀ ଏବଂ ଗୁଜୁରାତି ଅନେକ ଭାଷାରେ ନିଜର କଣ୍ଠଦାନ କରିଛନ୍ତି । ଏହି ସିଙ୍ଗର ଙ୍କର ଇନକମ ଇଣ୍ଡଷ୍ଟ୍ରୀ ରେ ସବୁଠାରୁ ମହଙ୍ଗା ଅଟେ । ସେ ନିଜର ଗୋଟିଏ ଗୀତ ପାଇଁ ୫ ରୁ ୬ ଲକ୍ଷ ଟଙ୍କା ଚାର୍ଜ କରୁଥିଲେ ।

ଲାଇଭ କନସର୍ଟ ନିମନ୍ତେ ସେ ୧୦ ରୁ ୧୫ ଫିସ ନିମନ୍ତେ ଚାର୍ଜ କରୁଥିଲେ । କେକେ ଙ୍କର ଅଚାନକ ନିଧନ ହେବା ଫଳରେ ପ୍ରାଏ ସମସ୍ତେ ମର୍ମାହତ ଅଛନ୍ତି । ତାଙ୍କର ନେଟୱୋର୍ଥ ୧.୫ ମିଲିୟନ ଡଲାର ଥିଲା । କେକେ ଙ୍କର ସମୁଦାୟ ସମ୍ପତ୍ତି ୫୦ ରୁ ୬୦ କରୋଡ ରୁ ଉପରକୁ ଥିଲା ।

ଏହା ସହିତ ତାଙ୍କୁ ଲଗଜ୍ଜରୀ ଗାଡି ଏବଂ ଘୋଡା ଙ୍କ ର ବହୁତ ସଉକ ଥିଲା । ତେବେ ଏହିଭଳି ଅଚାନକ ଭାବରେ କେକେ ଆମ୍ଭ ମାନଙ୍କ ଗହଣରୁ ସବୁଦିନ ଲାଗି ଚାଲିଯାଇଛନ୍ତି । କଲିକତା ରେ ତାଙ୍କ ଜୀବନ ଯାଇଥିବା ର ସୂଚନା ମିଳିଛି । କେକେ ଙ୍କର ଫ୍ୟାନ୍ସ ଦୁଃଖରେ ବହୁତ ଭାଙ୍ଗି ପଡିଥିବାର ନଜର ଆସିଛନ୍ତି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *